Indus Valley Times

ବୌଦ୍ଧ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ଭତ୍ତାଧାରୀ

 Breaking News

ବୌଦ୍ଧ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ଭତ୍ତାଧାରୀ

ବୌଦ୍ଧ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ଭତ୍ତାଧାରୀ
October 12
22:08 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୨ା୧୦: ଅଲ ଓଡିଶା ଇପିଏଫ ପେନସନ ଆସୋସିଏସନ ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଭତ୍ତାଧାରୀମାନଙ୍କୁ ବିଜୁ ସ୍ୱାସ୍ଥୃ କଲ୍ୟାଣ ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ନିବେଦନ କରାଯାଇଛି । ବୌଦ୍ଧ ଜିଲ୍ଲା କମିଟିର ସଭପତି ମନରଂଜନ ପଟ୍ଟନାୟକଙ୍କ ଅଧକ୍ଷତାରେ ମଙ୍ଗଳବାର ଦିନ ସ୍ଥାନୀୟ ମାଉସୀମା ମନ୍ଦିର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଂଘ ପକ୍ଷରୁ ଦିଆଯାଇଥିବା ସୁଚନା ଅନୁସାରେ ୧୯୯୫ ମସିହାରୁ ଇପିଏଫ ପେନସନ ବ୍ୟବସ୍ଥା ଲାଗୁହୋଇଥିଲେ ମଧ୍ୟ ବର୍ତ୍ତମାନ ଭତ୍ତାଧାରୀ ମାନେ ୩୦୦ ଟଙ୍କାରୁ ୩୦୦୦ ଟଙ୍କା ମଧ୍ୟରେ ଭତ୍ତା ପାୁଛନ୍ତି । ଓଡିଶାରେ ୧ ଲକ୍ଷ ୬୨ହଜାର ଭତ୍ତାଧାରୀ ଥିବା ବେଳେ ବର୍ତ୍ତମାନର ମହରଗ ଦୁନିଆରେ ଚଳିବା କଷ୍ଟକର ହୋଇପଡିଛି । ବହୁ ଭତ୍ତାଧାରି ବହୁ କଷ୍ଟରେ ଚଳୁଛନ୍ତି । ଭତ୍ତା ବ୍ୟତିତ ଏମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାଣଙ୍କ ପକ୍ଷରୁ ଅନ୍ୟ କିଛି ସୁବିଧା ମିଳିନଥାଏ । ଏଣୁ ପରିଣତ ବୟସରେ ପହଞ୍ôଚଥିବା ଇପିଏଫ ଧାରୀଙ୍କୁ ବର୍ତ୍ତମାନ ସମୟରେ ଖାଦ୍ୟ ଅପେକ୍ଷା ଚିକତ୍ସା ବ୍ୟବସ୍ଥା ଅଧିକ ଦରକାର ପଡିଥାଏ । କିନ୍ତୁ ବର୍ତ୍ତମାନ ସମୟରେ ଚିକତ୍ସା ବହନ କରିବା ପାଈଁ ଏମାନଙ୍କ ପାଖରେ ସମ୍ବଳ ନଥାଏ । ଏଣୁ ସମସ୍ତ ଇପିଏଫ ଧାରୀ ବରିଷ୍ଠ ନାଗରିକ ମାନଙ୍କୁ ଚିକତ୍ସା ସୁବିଧା ପାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟଣ ଯୋଜନାରେ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ନିବଦେନ କରିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ନେତ୍ରନନ୍ଦ ବାରିକ, ସଂପାଦକ ଦେବନ୍ଦ୍ରେ ବିଶ୍ୱାଳ, କୋଷାଧକ୍ଷ୍ୟ କେଶବାନନ୍ଦ ସାହୁ, ସଭ୍ୟ ସୁରେନ୍ଦ୍ର ସାହୁ, ରାଧାକାନ୍ତ ଜାନୀଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930