Indus Valley Times

ବୌଦ୍ଧ: ବିଜେଡିର ପ୍ରତିଷ୍ଠା ଦିବସ ପାଳିତ, ପୁରୁଣାକଟକକୁ ଏନଏସି ଓ ବୌଦ୍ଧ ଏନଏସିକୁ ମ୍ୟୁନିପାଲଟିର ମାନ୍ୟତା ପାଇଁ ପ୍ରସ୍ତାବ

 Breaking News

ବୌଦ୍ଧ: ବିଜେଡିର ପ୍ରତିଷ୍ଠା ଦିବସ ପାଳିତ, ପୁରୁଣାକଟକକୁ ଏନଏସି ଓ ବୌଦ୍ଧ ଏନଏସିକୁ ମ୍ୟୁନିପାଲଟିର ମାନ୍ୟତା ପାଇଁ ପ୍ରସ୍ତାବ

December 27
16:43 2020

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୨୭/୧୨: ବୌଦ୍ଧଜିଲ୍ଲାରେ ବିଜୁ ଜନତା ଦଳ ପକ୍ଷରୁ ଶନିବାର ଦିନ ସଦର ମହକୁମା ଜିଲ୍ଲା ଷ୍ଟାଡିୟମ ନିକଟରେ ଥିବା ସ୍ୱାଇଁ କଂପ୍ଲେସ ପରିସରରେ ୨୪ ତମ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କୋଭିଡ ନିୟମକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବାଚସ୍ପତି ତଥା ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଯୋଗଦେଇ ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ଦାବି କରିବା ସହିତ ଆଗାମୀ ଦିନରେ ଏଥିପାଇଁ ଯେଉଁ ଆନ୍ଦୋଳନ କରାଯିବ ସେଥିରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ଏଥିସହିତ ରାଜ୍ୟ ସରକାର କୋଭିଡ ପରିଚାଳନାକୁ ନେଇ ସାରା ବିଶ୍ୱରେ ପ୍ରଶଂସିତ ହୋଇଥିବା ଏବଂ ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟକୁ ପରିଚାଳନା କରି ସାରା ଭାରତରେ ମଧ୍ୟ ପ୍ରଶଂସିତ ହୋଇଥିଲେ, ଓଡିଶାରେ ବହୁ ମୂଲ୍ୟବାନ ଭୂସଂପତି ଭରି ରହିଛି । ଏହାର ଯଦି ବିନିଯୋଗ କରାଯାଏ ତାହାହେଲେ କାହାର ସାହାର୍ଯ୍ୟ ଓ ସହଯୋଗର ଆବଶ୍ୟକତା ପଡିବ ନାହିଁ ବୋଲି କହିଥିଲେ । ବୌଦ୍ଧଜିଲ୍ଲାକୁ ସମ୍ବଲପୁର ଆରଡିସିରେ ସାମିଲ, ବୌଦ୍ଧ ଏନଏସିକୁ ମ୍ୟୁନସିପାଲଟି ଓ ପୁରୁଣାକଟକକୁ ଏନଏସିର ମାନ୍ୟତା ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିବା ପ୍ରସ୍ତାବ ଉପରେ ପଦକ୍ଷେପ ନେବାକୁ ଶ୍ରୀ ଅମାତ ପ୍ରତିଶୃତି ଦେଇଥିଲେ । ଯୁବ ବିଜୁ ଜନତା ଦଳର ଜିଲ୍ଲା ସଭାପତି ମୃତ୍ୟୁଂଜୟ ମିଶ୍ର ମଂଚ ପରିଚାଳନା କରିଥିଲେ । ବକ୍ତା ଭାବରେ ଜିଲ୍ଲା ଓକିଲ ସଂଘ ସଭାପତି ତାରେଣୀ ମହାପାତ୍ର ଯୋଗଦେଇ ବୌଦ୍ଧଜିଲ୍ଲାକୁ ସମ୍ବଲପୁର ଆରଡିସିରେ ସାମିଲ କରିବା ପାଇଁ ମୁଖ୍ୟ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବୌଦ୍ଧଜିଲ୍ଲା ସମ୍ବଲପୁର ଆରଡିସିରେ ସାମିଲ ହେଲେ ଜିଲ୍ଲାବାସୀ କିଭଳି ଉପକୃତ ହେବେ ସେନେଇ ବକ୍ତବ୍ୟ ରଖିଥିଲେ । ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର ଯୋଗଦେଇ ହରଭଙ୍ଗା ବ୍ଲକର ପୁରୁଣାକଟକକୁ ଏନଏସି ପାଇଁ ଓ ବୌଦ୍ଧ ଏନଏସିକୁ ମ୍ୟୁନିପାଲଟିରେ ସାମିଲ କରାଯିବାକୁ ମୁଖ୍ୟ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟତମ ବକ୍ତା ଭାବରେ ରାଜ୍ୟ ଯୁଗ୍ମ ସଂପାଦକ ଅଶୋକ ସାହୁ ଯୋଗଦେଇ ଦଳକୁ ମଜବୁତ କରିବା ଓ ସରକାରଙ୍କ ବିଭିନ୍ନ ଲୋକଭିମୁଖୀ ଯୋଜନା ଗୁଡିକ ସଂପର୍କରେ ଲୋକଙ୍କ ପାଖରେ ପହଂଚାଇବାକୁ ଦଳିୟ କର୍ମୀ ଓ ନେତାଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଘିିଆପଡା ସରପଂଚ ସୈରେନ୍ଦ୍ରୀ ମହାକୁଡ, ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଅକ୍ରୁର ସେଠୀ, ପୂର୍ବତନ ଉପାଧ୍ୟକ୍ଷ ସ୍ୱାଧୀନ ବିଶ୍ୱାଳ, ଶ୍ରମିକ ନେତା ପ୍ରଦିପ୍ତ ସାହୁ, ବରିଷ୍ଠ ଆଇନଜିବୀ ଧୂରୀଣ ଦେହୁରୀ, ବିଜୁ ଜନତା ଦଳ ଜିଲ୍ଲା ଛାତ୍ର ସଭାପତି ସଂଗ୍ରାମ କେଶରୀ ଦାସ, ବାମଣ୍ଡା ସରପଂଚ ଲଲିତ ଥାଟ୍ଟି, ବୌଦ୍ଧ ବ୍ଲକ ଉପାଧ୍ୟକ୍ଷ ମନୋରଂଜନ ପୁରୋହିତ, ବିଜୁ ଜନତା ଦଳ ବୌଦ୍ଧ ବ୍ଲକ ସଭାପତି ଜିତୁ ଚାନ୍ଦ ପ୍ରମୁଖ ବିଜୁ ଜନତା ଦଳର ନିତି ଆଦର୍ଶ ଓ ଦଳର ସଂଗଠନ ମଜବୁତ କରିବା ସଂପର୍କରେ ବକ୍ତବ୍ୟ ରଖିଥିଲେ । ପୂର୍ବତନ ଏନଏସି ଅଧ୍ୟକ୍ଷା ଦିପ୍ତୀପ୍ରଭା ସ୍ୱାଇଁ ମୁଖ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛଦେଇ ସ୍ୱାଗତ କରିଥିଲେ । ସଭା ପ୍ରାରମ୍ଭରେ କୋଭିଡରେ ମୃତ୍ୟୁ ବରଣ କରିଥିବା କୋଭିଡ ଯୋଦ୍ଧା ଓ ଦିବଙ୍ଗତ ଦଳୀୟ କର୍ମୀଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । କରୋନାରେ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ଶବସତ୍କାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବୁଟୁପାଲିର ଗଙ୍ଗାଧର ମେହେର ସେସ୍ୱଚ୍ଛାସେବୀ ସମିତିକୁ ମାନପତ୍ର ପ୍ରଦାନ କରାଯାଇଥିଲା । ଶେଷରେ କଷ୍ଟେଶ୍ୱର ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031