Indus Valley Times

ବୌଦ୍ଧ ବୁଣାକାର ବଜାର, ଦ୍ୱିତୀୟ ପାଳିରେ ରେକର୍ଡ ବିକ୍ରି

 Breaking News

ବୌଦ୍ଧ ବୁଣାକାର ବଜାର, ଦ୍ୱିତୀୟ ପାଳିରେ ରେକର୍ଡ ବିକ୍ରି

November 21
10:30 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୧୧: ବୌଦ୍ଧରେ ଆରମ୍ଭ ହୋଇଥିôବା ପଶ୍ଚିମ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବୁଣାକାର ବଜାର ଧିରେ ଧିରେ ବ୍ୟବସାୟୀମାନଙ୍କୁ ଆକର୍ଷିତ କରୁଅଛି । ଏହି ବୁଣାକାର ବଜାର ଖୋଲିବାର ଦ୍ୱିତୀୟ ପାଳିରେ ରେକର୍ଡ ପରିମାଣର ୪୫ ଲକ୍ଷ ଟଙ୍କାର କାରବାର ହୋଇଥିବା ଜଣାଯାଇଛି । ଏହି ବଜାରକୁ ବିକ୍ରୟ ପାଇଁ ୭ ଗୋଟି ଜିଲ୍ଲାର ୨୫୦ ଜଣ ବୁଣାକାରଙ୍କ ଦ୍ୱାରା ୩ କୋଟି ୫୦ ଲକ୍ଷ ଟଙ୍କାର ବୁଣାକାର ସମାଗ୍ରୀ ବିକ୍ରୟ ପାଇଁ ଆସିଥିଲା ।
ବଜାର ବସିବାର ଦ୍ୱିତୀୟ ପାଳିରେ ମୁଖ୍ୟତଃ ସମ୍ବଳପୁରୀ, ଏବଂ ସିଲ୍କ ଶାଢୀ,ରେଡିମେଟ ସମ୍ବଳପୁରୀ ସାର୍ଟ,ଟସର, ସମ୍ବଳପୁରୀ କପଡା ଓ ଗାମୁଛା ର ଚାହିଦା ଅଧିକ ରହିଥିଲା । ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଉପଜିଲ୍ଲାପାଳ ସନତ କୁମାର ନାଏକ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶାନ୍ତିସୁଧା ପାତ୍ର,ତହସିଲଦାର ଦେବୀ ପ୍ରସାଦ ଦାଶ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ୍ କୁମାର ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସେବାସ୍ତିଆନା କୁଜୁର,ଭାରପ୍ରାପ୍ତ ସହାକାରୀ ନିର୍ଦ୍ଦେଶକ ବୟନ ଶିଳ୍ପ ବିଜୟ କୁମାର ନାଏକ,ବୟନ ତତ୍ୱାବଧାରକ ଟୁନି ମେହେର ଓ ନିୟନ୍ତ୍ରିତ ବଜାର କମିଟିର ସଂପାଦକ ସଂଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବୁଣାକାରମାନଙ୍କୁ ଉତ୍ସାହିତ କରିବା ସହିତ ଗ୍ରାହାକମାନେ ଅଧିକ ସଂଖ୍ୟାରେ ବୁଣାକାର ବଜାର ସହିତ ସାମିଲ ହେଲେ ଏହି ବଜାର ତିଷ୍ଠି ରହିବା ସହିତ ସ୍ୱଦେଶୀ ହନ୍ତକଳା ଶିଳ୍ପକୁ ପ୍ରୋତ୍ସାହନ ମିଳିବ ବୋଲି କ୍ରେତାମାନଙ୍କୁ ବୁଝାଉଥିବା ଦେଖିବାକୁ ମିଳିଥିଲା ।
ବୁଣାକାର ବଜାର ଖୋଲିବାର ଦ୍ୱିତୀୟ ପାଳିରେ ୨ ହଜାରରୁ ଉର୍ଦ୍ଧ୍ୱ କ୍ରେତା ବୁଣାକାର ବଜାର ବୁଲିବା ସହିତ ବିଭିନ୍ନ ପୋଷାକ ସାମଗ୍ରୀ କ୍ରୟ କରିଥିଲେ । ବିଭିନ୍ନ ଅଞ୍ଚଳ ତଥା ପଡୋଶୀ ଜିଲ୍ଲାରୁ ଅନେକ ଆଗ୍ରହୀ ବ୍ୟବସାୟୀ ଓ ସାଧାରଣ କ୍ରେତା ବୁଣାକାର ବଜାର ବୁଲିବା ସହିତ ସାମଗ୍ରୀ କ୍ରୟ କରିଥିବାବେଳେ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ସାମଗ୍ରୀ କ୍ରୟ କରୁଥିବା ଦେଖିବାକୁ ମିଳିଥିଲା । ତେବେ ବୌଦ୍ଧରେ ବୁଣାକାର ବଜାର ଖୋଲିବା ନେଇ ବ୍ୟବସାୟୀ. କ୍ରେତା ସମେତ ସାଧାରଣଲୋକ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ।
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ପରିବେଶ ପାର୍କ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା
ବୌଦ୍ଧ,୨୧/୧୧: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଡଃ. ଅଜିତ କୁମାର ମିଶ୍ର ଏବଂ ବୈଷୟିକ ପରାମର୍ଶଦାତା ସୁନିଲ କୁମାର ନାୟକ ଦିନିକିଆ ବୌଦ୍ଧଜିଲ୍ଲା ଗସ୍ତରେ ଆସି ହରଭଙ୍ଗା ବ୍ଲକ ଅନ୍ତର୍ଗତ ଖଜୁରୀପଡାସ୍ଥିତ ଯାଯାବରଠାରେ ପହଞ୍ଚି ଡବ୍ଲୁଓଡିସି ଇକୋ ପାର୍କ ପାଇଁ ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ ।
ପରେ ପରେ ଏହି ଦୁଇ ଅଧିକାରୀଙ୍କ ସହିତ ବୌଦ୍ଧ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଓଆଇସି ଡବ୍ଲୁଓଡିସି ଇ.ସୋରେଙ୍ଗ,ବିଡିଓ ହରଭଙ୍ଗା ରବିନ୍ଦ୍ର କୁମାର କହଁର,ଡିପିଏମ ମିଶନ ଶକ୍ତି ଦେବଦତ୍ତ ମିଶ୍ର,ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିପସା ପଟ୍ଟନାୟକ,ସ୍ଥପତି ସୁମନ ଷଡଙ୍ଗୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଇକୋ ପାର୍କର ଆଭ୍ୟନ୍ତରୀଣ ୮ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ଚାଲି ଚାଲି ପରିଦର୍ଶନ କରିବା ସହିତ ଯୋଜନା ମୁତାବକ ପାର୍କ ଭିତରେ ପ୍ରସ୍ତାବିତ ବିଭିନ୍ନ କାର୍ଯ୍ୟର ଚୂଡାନ୍ତ କରିଥିଲେ । ନୂଆପଡା ଡ୍ୟାମକୁ ସଂଯୋଗ କରିବା ପାଇଁ ଏକ ଝୁଲା ଷ୍ଟିଲ ବ୍ରିଜ ନିର୍ମାଣ ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଓ ନିରାପଦ ରାତ୍ରିଯାପନ ପାଇଁ ୮ ଗୋଟି କଟେଜ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ ।
୧୮ କୋଟିର ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୪ କୋଟି ଟଙ୍କା ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନରୁ ମଞ୍ଜୁର କରିଥିବାବେଳେ ବର୍ତମାନ ୨ କୋଟି ଟଙ୍କା ଯୋଗାଇଦିଆଯାଇଛି ଏବଂ ପରବର୍ତ୍ତି ସମୟରେ ଆଉ ୨ କୋଟି ଟଙ୍କା ପ୍ରଦାନ କରାଯିବ । ଏହା ସହିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁମୋଦିତ ଦୁଗ୍ଧ ଉତ୍ପାଦନ ପ୍ଲାଣ୍ଟ୍‌,ପଶ୍ଚିମା ଭବନ ଓ ସଂଗ୍ରହାଳୟର ଉନ୍ନତିକରଣ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଥିଲେ । ଜିଲ୍ଲା ସଂଗ୍ରହାଳୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ୧ କୋଟି ବ୍ୟୟରେ ୧୧ ଡି ଫିଲ୍ମ,ଆକ୍ୱାରିୟମ,ଭୁଲଭୁଲେୟା ଓ ଗ୍ରାଭିଟି ଟନେଲ କାର୍ଯ୍ୟକାରୀ କରାଯାଇଥିବାବେଳେ ଏହା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥିବା ସମୀକ୍ଷା ବେଳେ ଅଧିକାରୀମାନେ ଜାଣିବାକୁ ପାଇଥିଲେ ।
ସନ୍ଧ୍ୟାରେ ଜିଲ୍ଲା ଅତିଥି ଭବନଠାରେ ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଡବ୍ଲୁଓଡିସି ଇକୋ ପାର୍କର ଅଗ୍ରଗତି ସଂପର୍କରେ ଅଧିକାରୀମାନେ ଜିଲ୍ଲାପାଳ ଶ୍ରୀସାହୁଙ୍କୁ ଅବଗତ କରାଇବା ସହିତ ପ୍ରକଳ୍ପ କାର୍ଯ୍ୟ କିପରି ତ୍ୱରାନ୍ୱିତ ହୋଇପାରିବ ଆଲୋଚନା କରିଥିଲେ । ଏହି ପରିବେଶ ପାର୍କକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଭଳି ବ୍ୟବସ୍ଥା କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଏହାବ୍ୟତୀତ ବନ୍ୟଜନ୍ତୁମାନଙ୍କ ଉଦ୍ଧାର ତଥା ସଂରକ୍ଷଣ କେନ୍ଦ୍ର, ପକ୍ଷୀ ପାର୍କ,ନୂଆପଡା କ୍ଷୁଦ୍ର ଜଳସେଚନ ଡ୍ୟାମରେ ନୌକା ବିହାର,ସଫାରୀ,କାଫେଟୋରିଆ,ୟୋଗା ଉଦ୍ୟାନ,ବଟରଫ୍ଲାଏ ଉଦ୍ୟାନ,ଜଙ୍ଗଲ ମଧ୍ୟରେ ପ୍ରାକୃତିକ ଶୋଭାରାଜି ଉପଭୋଗ ପାଇଁ ଚଲାପଥ ସୃଷ୍ଟି,ହାଇକିଂ ଟ୍ରାକ୍‌,ଫୁଡକୋର୍ଟ,ଲେଣ୍ଡ ସ୍କେପିଂ,ଶିଶୁ ଉଦ୍ୟାନ ଆଦି ସୃଷ୍ଟି କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଅତିଥିଭବନଠାରେ ଆୟୋଜିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ତହସିଲଦାର ଦେବୀ ପ୍ରସାଦ ଦାଶ ଓ ଏନଏସି ନିର୍ବାହୀ ଅଧିକାରୀ ଇଂ.ମନୋରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ସାଲୁଙ୍କି ଜଳସେଚନ ପ୍ରକଳ୍ପ ଖଲାସୀ କର୍ମଚାରୀ ସଂଘର ବୈଠକ
ବୌଦ୍ଧ,୨୧/୧୧: ବୌଦ୍ଧଜିଲ୍ଲା ସାଲୁଙ୍କି ଜଳସେଚନ ପ୍ରକଳ୍ପ ଖଲାସୀ କର୍ମଚାରୀ ସଂଘର ଏକ ବୈଠକ ବଘିଆପଡା ପଂଚାୟତର ପାଲଝାର ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଗିରିଶ ଚନ୍ଦ୍ର ଜିର୍ମା ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ଟିୟୁସିଆଇ ରାଜ୍ୟ ସଂପାଦକ ସବ୍ୟସଚୀ ମହାପାତ୍ର ଓ ସମ୍ମାନିତ ଅତିଥି ଭାବରେ ରାଜ୍ୟ ସଂଗଠନର ବରିଷ୍ଠ ସଦସ୍ୟ ବିଚିତ୍ର ପାତ୍ର ଯୋଗଦେଇଥିଲେ ।
ବୈଠକରେ ସଂଗଠନର ବିଭିନ୍ନ ସମାସ୍ୟ ସଂପର୍କରେ ଆଲୋଚନା ହୋଇଥିଲା । ବୌଠକରେ ଜିଲ୍ଲା ସଂପାଦକ ଅନିଲ ମଲ୍ଲିକ, କୋଷାଧ୍ୟକ୍ଷ ରବି ମହାରଥି ପ୍ରମୁଖ ସଂଗଠନର କର୍ମକର୍ତା ଯୋଗଦେଇଥିଲେ ।
ବୌଦ୍ଧ ଶିଶୁ ବିଦ୍ୟାମନ୍ଦିର ଠାରେ ବିଦ୍ୱତ୍ ପରିଷଦର ଆଲୋଚନା ଚକ୍ର ଅନୁଷ୍ଠିତ
ବୌଦ୍ଧ,୨୧/୧୧: ବୌଦ୍ଧ ଶିଶୁ ବିଦ୍ୟାମନ୍ଦିର ଠାରେ ବିଦ୍ୱତ୍ ପରିଷଦର ଆଲୋଚ ନା ଚକ୍ର ଅନୁଷ୍ଠିତ ହୋଇଯାଇଛି,ଏହି ଶିକ୍ଷା ଧର୍ମୀ ଆଲୋଚନା ଚକ୍ରରେ \’ଜାତୀୟ ଶିକ୍ଷା ନୀତି ୨୦୨୦ ରେ ଭାରତୀୟ ଜ୍ଞାନ ପରମ୍ପରା \’ ଆଲୋଚ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।
ଏହି ଆଲୋଚନା ଚକ୍ରରେ ବିଦ୍ୱତ୍ ପରିଷଦର ସମସ୍ତ ସଭ୍ୟ ସହ ଜିଲ୍ଲାର ବିଦ୍ୱାନ , ଶିକ୍ଷାବିତ୍ ଗଣ ଏବଂ ବିଦ୍ୟାଳୟ ର ପରିଚାଳନା କମିଟି ର ସଦସ୍ୟ ଗଣ ,ବିଦ୍ୟାଳୟର ପ୍ରଧାନ ଆଚାର‌୍ୟ୍ୟ ତଥା ଗୁରୁଜୀ ଗୁରୁମା ଆଲୋଚନାରେ ଭାଗ ନେଇଥିଲେ, ସମସ୍ତ ଶିକ୍ଷାବିତ୍ କିଭଳି ଭାବେ ଭାରତର ଗୁରୁକୂଳ ଶିକ୍ଷା ନୂତନ ଶିକ୍ଷା ନୀତି ରେ ପ୍ରତିଫଳିତ ହୋଇଛି ତାହା ବ୍ୟାଖ୍ୟା କରିଥିଲେ,ଏହା ସହ ନୂତନ ଶିକ୍ଷା ନୀତି ରେ ଥିବା ବ୍ୟବସ୍ଥା ଗୁଡ଼ିକ ଆଲୋଚନା ହୋଇଥିଲା ।
ଶିଶୁର ସର୍ବାଙ୍ଗୀନ ବିକାଶ କରିବାରେ ଶିକ୍ଷା ବ୍ୟବସ୍ଥା ପରିଚାଳିତ ହେବ ସହ ଶିଶୁର ଅନ୍ତର୍ନିହିତ ଗୁଣାବଳୀର ବିକାଶରେ ନୂତନ ଶିକ୍ଷା ନୀତି ସହାୟକ ହେବ, ଶେଷରେ ଧନ୍ୟବାଦ ଅର୍ପଣ ସହ ଆଲୋଚନା ଚକ୍ର ଶେଷ ହୋଇଥିଲା ।
ନିଆଁ ଦାଉରୁ ଜଙ୍ଗଲ କୁ ରକ୍ଷା କରିବା ସକାଶେ ସଚେତନତା ବୈଠକ
ହରଭଙ୍ଗା,୨୦/୧୧: ବରିଷ୍ଠ ନାଗରିକ ମଞ୍ଚ, ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ, ହରଭଙ୍ଗା ବ୍ଲକ ତରଫରୁ \”ନିଆଁ ଦାଉରୁ ଜଙ୍ଗଲ କୁ ରକ୍ଷା କରିବା ସକାଶେ ସଚେତନତା ବୈଠକ \” ଅନୁଷ୍ଠିତ ହୋଇଯାଇଛି, ସଭାପତି ରମେଶ ଚନ୍ଦ୍ର ଜେନା, ଉପସଭାପତି ଜନ୍ମେଜୟ ପ୍ରଧାନ,ସମ୍ପାଦକ ବାଳକୃଷ୍ଣ ନାୟକ, ସହ ସମ୍ପାଦକ ଶରତ କୁମାର ମାଝୀ, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସେଠୀ, କାର‌୍ୟ୍ୟକାରୀ ସମ୍ପାଦକ ଜନକ ପାତ୍ର ଏହି ସଚେତନତା କାର‌୍ୟ୍ୟକ୍ରମ ର ଆଲୋଚନା ରେ ଅଂଶ ଗ୍ରହଣ କରି ଆବଶ୍ୟକୀୟ ମତାମତ ଦେଇଥିଲେ ।
+୨ ଭୈରବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ମନୋଜ କୁମାର ପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ,ଲବକିଶୋର ପ୍ରଧାନ, ଲବ କୁମାର ଅମାତ, ସୁବାଷ ଚନ୍ଦ୍ର ସାହୁ,ଭାଗିରଥି ଦାସ, ବାଇବର ସାହୁ, କାର୍ତ୍ତିକେଶ୍ୱର ସାହୁ ପରାମର୍ଶଦାତା ମଣ୍ଡଳୀ କାର‌୍ୟ୍ୟକ୍ରମକୁ ଆଗେଇ ନେଇଥିଲେ ।
ବୌଦ୍ଧ ଏବିଭିପିର ନଗର ସମ୍ମିଳନୀ
ବୌଦ୍ଧ,୨୧/୧୧:ବୌଦ୍ଧ ଅଖିଳ ଭାରତୀୟ ବିଦ୍ୟ।ର୍ଥୀ ପରିଷଦର ନଗର ସମ୍ମିଳନୀ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ବୌଦ୍ଧ ପଞ୍ଚୟତ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟ୍ୟ।ପକ ଅଜିତ ସାହୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ସଂଯୋଜକ ଦେବାଶିଷ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜିଲ୍ଲା ପ୍ରଚାର ପ୍ରମୁଖ ପଦ୍ମଚରଣ ମେହେର ଯୋଗ ଦେଇଥିଲେ, ଦେବାଶିଷ ସେଠି ମଞ୍ଚ ପରିଚାଳନା କରିଥିଲେ,ସମ୍ମିଳନୀ ରେ ନୂତନ କାର‌୍ୟ୍ୟକାରୀଣୀ ଗଠନ କରାଯାଇଥିଲା, ଅଧ୍ୟାପକ ପ୍ରତାପ କୁମାର ରଥଙ୍କୁ ନଗର ସଭାପତି, ବାଦଲ ପ୍ରଧାନ ସମ୍ପାଦକ, ପ୍ରତାପ ସାହୁ ସାଗର ନାୟକ ନଗର ସହ ସମ୍ପାଦକ ଅନ୍ୟାନ୍ୟ ଦାୟିତ୍ୱ ଘୋଷଣା ହଇଥିଲା, ଶେଷରେ ଜିଲ୍ଲା ସଂଯୋଜୋକ ଦେବାଶିଷ ସେଠି ଧନ୍ୟବାଦ ଦେଇଥିଲେ ।

ତାଳସାରଡା ଠାରେ ୬୯ ତମ ଅଖିଳ ଭାରତ ସମବାୟ ସପ୍ତାହ ପାଳିତ
ବୌଦ୍ଧ,୨୧/୧୧:ବୌଦ୍ଧ ଜିଲ୍ଲା ସମବାୟ ସଂଘ ପକ୍ଷରୁ ଆଜି ତାଳସାରଡା ଠାରେ ୬୯ ତମ ଅଖିଳ ଭାରତ ସମବାୟ ସପ୍ତାହ ପାଳିତ ହୋଇ ଯାଇଛି । ବହିରା ସେବା ସମବାୟ ସମିତିର ସଭାପତି ପୟୋଧର ମହାକୁଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ସମ୍ମାନୀତ ଅତିଥି ଭାବରେ ବୌଦ୍ଧ ସେବା ସମବାୟ ସମିତିର ସଭାପତି ସତ୍ୟଜିତ କୁମାର ପଣ୍ଡା, ରକ୍ସା ସେବା ସମବାୟ ସମିତିର ସଭାପତି ଶିବ ଶଙ୍କର କର୍ଣ୍ଣ, ମନମୁଣ୍ଡା ସେବା ସମବାୟ ସମିତିର ସଭାପତି ଗିରିଜା ନନ୍ଦନ ଦାନୀ, ତେଲିବନ୍ଧ ସେବା ସମବାୟ ସମିତିର ସଭାପତି ତ୍ରିପୁର ମହାକୁଡ, ମନୁପାଲି ସେବା ସମବାୟ ସମିତିର ସଭାପତି ଶେଷଦେବ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତିର ସଭାପତି ଓ ନିର୍ବାଚିତ ସଦସ୍ୟ ମାନେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031