Indus Valley Times

ବୌଦ୍ଧ: ବୁଲା ଗୋରୁଗାଈଙ୍କୁ ଧରି ଗୋଶାଳାକୁ ହସ୍ତାନ୍ତର କଲା ବିଜ୍ଞାପିତ ଅଞ୍ଚଳ ପରିଷଦ

 Breaking News

ବୌଦ୍ଧ: ବୁଲା ଗୋରୁଗାଈଙ୍କୁ ଧରି ଗୋଶାଳାକୁ ହସ୍ତାନ୍ତର କଲା ବିଜ୍ଞାପିତ ଅଞ୍ଚଳ ପରିଷଦ

August 25
21:07 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୫/୮: ଦୀର୍ଘ ଦିନ ହେଲା ସହରର ପ୍ରମୁଖ ସ୍ଥାନ ମାନଙ୍କରେ ବୁଲା ଗୋରୁଗାଈ ଭିଡ ଜମାଇବା ସହ ଏଣେ ତେଣେ ଶୋଇ ରହୁଥିବାରୁ ବାରମ୍ବାର ଛୋଟ ବଡ ଦୁର୍ଘଟଣା ସବୁ ଘଟୁଥିଲା । ଏହାବ୍ୟତୀତ ଗୋରୁ ପାଳକମାନଙ୍କ ଅବହେଳା ଯୋଗୁଁ ରାସ୍ତାଘାଟରେ ଗୋରୁଗାଈ ପ୍ରତିଦିନ ମଳତ୍ୟାଗ କରିବା ଦ୍ୱାରା ବିଜ୍ଞାପିତ ଅଞ୍ଚଳ ପରିଷଦର ସଫେଇ କର୍ମଚାରୀମାନଙ୍କୁ ନାକେଦମ ହେବାକୁ ପଡୁଥିଲା ।
ଶେଷରେ ପରିଷଦର ପ୍ରଶାସକ ତଥା ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବୁଲା ଗୋରୁଗାଈଙ୍କୁ ଧରି ସେମାନଙ୍କ ମାଲିକମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା । କିନ୍ତୁ ଅନେକ ବୁଲା ଗୋରୁଗାଈଙ୍କ କେହି ଦାବିଦାର ନଥିବାରୁ ଜିଲ୍ଲାସ୍ତରୀୟ ବୈଠକରେ ନିଷ୍ପତିକ୍ରମେ ସେମାନଙ୍କୁ ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତର ଦନ୍ତାପାଲିସ୍ଥିତ ମାହେଶ୍ୱରୀ ଗୋଶାଳାକୁ ପ୍ରତିପାଳନ ନିମନ୍ତେ ପ୍ରଦାନ କରାଯାଇଥିବା ଜଣାପଡିଛି ।
ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଇଂ. ମନୋରଂଜନ ପଣ୍ଡା ଓ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡା. ଅମିତାଭ ପଣ୍ଡାଙ୍କ ଉପସ୍ଥିତିରେ ଦାବିଦାର ନଥିବା ଶତାଧିକ ଗୋରୁଗାଈଙ୍କୁ ଗୋଶାଳାର ଅଧ୍ୟକ୍ଷ ନିର୍ଗୁଣ ମହାକୁଡ ଓ ସମ୍ପାଦକ କୃତ୍ତିବାସ ପଲିଆଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031