Indus Valley Times

ବୌଦ୍ଧ ବ୍ଲକ୍ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

 Breaking News

ବୌଦ୍ଧ ବ୍ଲକ୍ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

October 15
10:44 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
୧୫/୧୦: ବୌଦ୍ଧ ବ୍ଲକ୍ ମୁରୁଶୁଣ୍ଢୀ ସ୍ଥିତ ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି ।
ସକାଳ ୧୦ ଘଣ୍ଟା ସମୟରେ ଆରମ୍ଭ ହୋଇଥିବା ଜନ ଶୁଣାଣୀ ଶିବିରରେ ସି. ଡ଼ି. ଇ. ଓ ତଥା ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ – ଆରକ୍ଷୀ ଅଧିକ୍ଷକ ସଂଯୁକ୍ତା ବାର୍ଲା,ଭାରପ୍ରାପ୍ତ ଉପ ଜିଲ୍ଲାପାଳ ଚାର୍ଲସ ନାଏକ ଶିବିରରେ ଉପସ୍ଥିତ ରହି ଆସିଥିବା ବିଭିନ୍ନ ଅଭିଯୋଗ ଗୁଡିକର ସମାଧାନ କରିଥିଲେ।
ଶିବିରରେ ସମୁଦାୟ ୪୨ ଟି ଅଭିଯୋଗ ପଞ୍ଜିକରଣ ହୋଇଥିବା ବେଳେ ସେଥି ମଧ୍ୟରୁ ୩୫ ଟି ବ୍ୟକ୍ତିଗତ ଓ ୭ ଟି ସାମୁହିକ ଅଭିଯୋଗ ଆସିଥିଲା। ୧୫ ଟି ଅଭିଯୋଗର ତତ୍କାଳ ସମାଧାନ ହୋଇଥିଲା।
ଜଣଙ୍କୁ ହ୍ଵିଲ ଚେୟାର ଦିଆ ଯାଇଥିବା ବେଳେ ୧୨ ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା।
ଶିବିରରେ ବୌଦ୍ଧ ତହସିଲଦାର ଲଗ୍ନଜିତ ବେହେରା, ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜୟକୃଷ୍ଣ ମିଶ୍ର,ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା଼ କୁଜୁର, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତା କାନ୍ତି ବଳିଆରସିଂହ ଙ୍କ ସମେତ ବୌଦ୍ଧ ବ୍ଲକ୍ ଓ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।
ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ବ୍ଲକ କାର୍ଯ୍ୟାଳୟ ର କର୍ମଚାରୀ ମାନେ ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930