Indus Valley Times

ବୌଦ୍ଧ ମହୋତ୍ସବ ୨୦୨୬ରେ ନିମନ୍ତ୍ରଣ ପତ୍ର ବଣ୍ଟନ

 Breaking News

ବୌଦ୍ଧ ମହୋତ୍ସବ ୨୦୨୬ରେ ନିମନ୍ତ୍ରଣ ପତ୍ର ବଣ୍ଟନ

ବୌଦ୍ଧ ମହୋତ୍ସବ ୨୦୨୬ରେ ନିମନ୍ତ୍ରଣ ପତ୍ର ବଣ୍ଟନ
January 03
20:36 2026

କମ୍ଭୁଧ କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୩/୧ : ବୌଦ୍ଧ ମହୋତ୍ସବ, ପଲ୍ଲିଶ୍ରୀ ମେଳା, ଆତ୍ମନିର୍ଭର ଭାରତ ସ୍ବଦେଶୀ ମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀ, ୨୦୨୬ ନିମନ୍ତେ ପୂର୍ବରୁ ଏକ ନିମନ୍ତ୍ରଣ ପତ୍ର ପ୍ରସ୍ତୁତ କରାଯାଇ, ସମସ୍ତ ମନ୍ତ୍ରୀ, କମିଶନର, ସମସ୍ତ ଜ଼ିଲ୍ଲା ର ଜ଼ିଲ୍ଲାପାଳ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଙ୍କୁ ଦିଆଯାଇଥିଲା।
ନିଜେ DI&PROପ୍ରେସରେ ବସି ନିମନ୍ତ୍ରଣ କାର୍ଡ ପ୍ରସ୍ତୁତ କରିଥିଲେ। ପରେ ଅନଲାଇନ ରେ ସେହି ନିମନ୍ତ୍ରଣ କାର୍ଡକୁ କେବଳ ସୂଚନା ନିମନ୍ତେ ଗଣମାଧ୍ୟମକୁ ପଠାଇ ଥିଲେ। ଯେଉଁଥିରେ କି ମୁଖ୍ୟମନ୍ତ୍ରୀଙ୍କ ପ୍ରୋଗ୍ରାମ ଦିନ ବିଧାୟକ, କଣ୍ଟାମାଳଙ୍କ ନାମ ନ ଥିଲା।
ଗଣମାଧ୍ୟମ ପ୍ରତିନିଧି ମାନେ ବାରମ୍ବାର ପ୍ରୋଗ୍ରାମ ବିଷୟରେ ତଥ୍ୟ ମାଗୁଥିବାରୁ, ତରତର ରେ ସେହି ରଫ ପ୍ରୋଗ୍ରାମ କପି କୁ ହ୍ୱାଟ୍ସପ ରେ ପଠାଇଥିଲେ ।
୫ ମିନିଟ ଭିତରେ ସେହି ପ୍ରୋଗ୍ରାମ କୁ ପରିବର୍ତ୍ତନ କରାଯିବା ବିଷୟରେ ପୁଣି ଥରେ ସେ ମିଡ଼ିଆ କୁ ସୂଚନା ଦେଇଥିଲେ।
କିନ୍ତୁ ବାରମ୍ବାର ନିମନ୍ତ୍ରଣ କାର୍ଡ ଛପା ଯାଇ ନାହିଁ। କେବଳ ମିଡ଼ିଆ ସୂଚନା ପାଇଁ ସେହି ଅନଲାଇନ କାର୍ଡ ଛଡା ଯାଇଥିଲା।
ପ୍ରିଣ୍ଟ ସମୟରେ ବାରମ୍ବାର ପରିବର୍ତ୍ତନ ହୁଏ। ବାରମ୍ବାର ଗଣମାଧ୍ୟମ ପ୍ରୋଗ୍ରାମ ବିଷୟରେ ପଚାରିବାରୁ ତାହା କେବଳ ସୂଚନା ନିମନ୍ତେ ଛଡାଯାଇଥିଲା। ନିମନ୍ତ୍ରଣ କାର୍ଡ ସମସ୍ତ ଅତିଥି, ନାଗରିକ, ଗଣମାଧ୍ୟମ ପ୍ରତିନିଧି ଙ୍କୁ ଦିଆଯାଇଥିଲା ।
ବିଜେପି ଜ଼ିଲ୍ଲା ସଭାପତି ଏବଂ ପୂର୍ବତନ ଜ଼ିଲ୍ଲା ସଭାପତି ଙ୍କ ସମେତ ସମସ୍ତ ବି ଜେ ପି କର୍ମୀ ଙ୍କୁ DIPROଯାଇ ନିଜେ ବୁଲି ବୁଲି ବାଣ୍ଟିଥିଲେ ।
କେତେକ ଖବରକାଗଜ ରେ ବୌଦ୍ଧ ମହୋତ୍ସବ ବିଷୟରେ ବିଭ୍ରାନ୍ତି କର ଖବର ପ୍ରକାଶ ନ ହେଉଛି ।
ଯାହାକି ଆଦୌ ସମିଚୀନ ନୁହେଁ । ବୌଦ୍ଧ ମହୋତ୍ସବ ସମସ୍ତ ଙ୍କ ର ମହୋତ୍ସବ । ଏଣୁ ଆସନ୍ତୁ ସମସ୍ତେ ମିଳିମିଶି ଏହି ମହୋତ୍ସବ କୁ ସଫଳ କରିବା ପାଇଁ ଚେଷ୍ଟା କରିବା ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031