Indus Valley Times

ବୌଦ୍ଧ: ମାରୱାଡି ଯୁବ ମଂଚ ପକ୍ଷରୁ ଫିଜିଓଥେରାପି ଚିକିତ୍ସା ଶିବିର ଆରମ୍ଭ

 Breaking News

ବୌଦ୍ଧ: ମାରୱାଡି ଯୁବ ମଂଚ ପକ୍ଷରୁ ଫିଜିଓଥେରାପି ଚିକିତ୍ସା ଶିବିର ଆରମ୍ଭ

December 09
21:16 2021

କମ୍ଭୁଧର କ୍ଷତିଙ୍କ ରିପୋର୍ଟ
ବୌଦ୍ଧ,୯/୧୨: ମାରୱାଡି ଯୁବ ମଂଚ ବୌଦ୍ଧ ଶାଖା ପକ୍ଷରୁ ଅଗ୍ରୱାଲ ଭବନ ଠାରେ ଫିଜିଓଥେରାପି ଚିକିତ୍ସା ଶିବିର ଆରମ୍ଭ କରାଯାଇଛି । ରାଜସ୍ଥାନ ଉଦେୟପୁରର ବୃଦ୍ଧାଜନ ସେବା ସଂସ୍ଥାନ ସହଯୋଗରେ ଆରମ୍ଭ ହୋଇଥିବା ଏହି ଶିବିର ୪ ଦିନ ଧରି ଅନୁଷ୍ଠିତ ହେବ , ଆଣ୍ଠୁ , ଗଣ୍ଠି ଓ ଜଂଏଟ ପେନର ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ଡାକ୍ତର ରୋହିତ ଜାଦବ, ଡାକ୍ତର ଅନିଲ ଯାଦବ ଶିବିରରେ ରୋଗୀମାନଙ୍କୁ ପରୀକ୍ଷା କରି ପରାମର୍ଶ ଦେଉଛନ୍ତି ।
ଶିବିରରେ କୈଳାଶ କୁମାର ଓ ହରପାଲ ଚରଣ ଫିଜିଓଥେରାପି ଚିକିତ୍ସା ର ତାଲିମ ପ୍ରଦାନ କରୁଛନ୍ତି ।ଶିବିରର ପ୍ରଥମ ଦିବସରେ ୪୬ ଜଣ ରୋଗୀଙ୍କ ପଞ୍ଜିକରଣ କରାଯାଇ ଚିକିତ୍ସା କରାଯାଇଛି , ମାରୱାଡି ଯୁବ ମଂଚର ସଭାପତି ଅଙ୍କିତ ଅଗ୍ରୱାଲ , ସଂପାଦକ କୁଶ ଅଗ୍ରୱାଲ, କୋଷାଧ୍ୟକ୍ଷ ମୋହିତ ଅଗ୍ରୱାଲ, ରାଜ୍ୟ ଉପସଭାପତି କେତନ ଅଗ୍ରୱାଲ, ଅଭିଷେକ ଅଗ୍ରୱାଲ, ବିକାଶ ଅଗ୍ରୱାଲଙ୍କ ସମତେ ଅନ୍ୟ ସଦସ୍ୟମାନେ ଶିବିର ପରିଚାଳନାରେ ସହଯୋଗ କରୁଛନ୍ତି ।
ବାଇକକୁ ଧକ୍କା ଦେଲା ଟ୍ରକ ଜଣେ ମୃତ ଜଣେ ଗୁରୁତର
ବୌଦ୍ଧ,୯/୧୨: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ହରେକୃଷ୍ଣପୁର ଛକ ନିକଟରେ ଗୁରୁବାର ଅପରାହ୍ନରେ ଏକ ଟ୍ରକ ବାଇକକୁ ଧକ୍କା ଦେବା ଫଳରେ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହାତ ହୋଇଛନ୍ତି । ସୂଚନା ଅନୁଯାୟୀ ଗୋଟିଏ ବାଇକରେ ଦୁଇଜଣ ମିଶି ପୁରୁଣାକଟକ ଆଡୁ ନିଜ ଗ୍ରାମ ଦେବଗଡକୁ ଯାଉଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ ହରେକୃଷ୍ଣପୁର ଛକ ନିକଟରେ ତାଙ୍କୁ ଧକ୍କା ଦେଇଥିଲା ।
ଫଳରେ ଲକ୍ଷ୍ମୀପ୍ରସାଦ ପଂଚାୟତ ଜଗତୀ ଗ୍ରାମର ନାଥ ମିର୍ଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ବାମଣ୍ଡା ପଂଚାୟତ ଦେବଗଡ ଗ୍ରାମର ପରସାନନ୍ଦ ନାୟକ ଗୁରୁତର ଆହାତ ହୋଇଛନ୍ତି । ଆହାତଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଅନ୍ୟପଟେ ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଘଟଣା ସ୍ଥଳକୁ ଫେରାର ହୋଇଯାଇଛି । ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031