Indus Valley Times

ବୌଦ୍ଧ : ମାହେଶ୍ୱରୀ ଗୋଶାଳାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ବୌଦ୍ଧ : ମାହେଶ୍ୱରୀ ଗୋଶାଳାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ : ମାହେଶ୍ୱରୀ ଗୋଶାଳାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
November 19
21:38 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୯/୧୧: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତକ୍ଷପାଳି ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଠାରେ ଗୋ ନବରାତ୍ର, ଗୋ ମୋହତ୍ସବ, କର୍ମଶାଳା ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।
ଗତ ୫ ତାରିଖ ଦିନ କେଳାକଟା ଗୋବର୍ଧନ ପାହାଡ଼ରେଗୋବର୍ଧନ ଉତ୍ସବ,୫ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଗୋ -ସୁରକ୍ଷା ସଚେତନତା ରଥପରିକ୍ରମା ଓ ଗୋ -ନବରାତ୍ର,୧୧ତାରିଖ ଠାରୁ ୧୯ ତାରିଖ କାର୍ତ୍ତିକ ପୁର୍ଣିମା ପର୍ଯ୍ୟନ୍ତ ଗୋ -ମହୋତ୍ସବ ଓ ଗୋ -ଆଧାରିତ ଜୀବିକା ଉପରେ କର୍ମଶାଳା ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଥିଲା ।
ଏଥିରେ ଅନୁଷ୍ଠାନର ସମ୍ପାଦକ କୃତ୍ତିବାସ ପଲିଆ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧକ୍ଷ ନିର୍ଗୁଣ ମହାକୁଡ଼ ଅଧକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ଅମିତାଭ ପଣ୍ଡା, ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ପ୍ରାଣୀ ଚିକିତ୍ସକ୍ଷ ଅଧିକାରୀ ଡା.ପ୍ରଫୁଲ୍ଲ ନାଏକ, ପ୍ରାଣୀ ନିରୀକ୍ଷକ ଅଶୋକ ଶତପଥୀ, ମୁଖ୍ୟ ପ୍ରଶିକ୍ଷକ ଭାବେ ଶ୍ରୀ
ଗୋ-ବିଜ୍ଞାନ ଫାଉଣ୍ଡେସନ, ଓଡିଶା ର ଅଧକ୍ଷ ଡା. ନିରାକାର ବେହେରା,.ବାବା ମଧୁ ସୂଦନଦାସ, ସହ ପ୍ରଶିକ୍ଷକ ଭାବେ ବାବା ଖଗେଶ୍ୱର ବାନପ୍ରସ୍ତି, ଶମ୍ଭୁ ଗିରି ପ୍ରମୁଖ ଯୋଗଦେଇ ଗୋ ଆଧାରୀତ ଜୀବିକା ଉପରେ ବକ୍ତବ୍ୟ ସହିତ ତାଲିମ ପ୍ରଦାନ କରିଥିଲେ ।
ଏହି ଅବସରରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିବା ପରେ ଅଧକ୍ଷ ନିର୍ଗୁଣ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ କ୍ଷ ଉକ୍ତ କାର୍ଯ୍ୟକ୍ରମରେ ବାବା ଜଗଦାନନ୍ଦ ଦାସ, ଭାଗ୍ୟଧର ମହାକୁଡ଼, ଗୋପବନ୍ଧୁ ପ୍ରଧାନ,ପରମାନନ୍ଦ ପ୍ରଧାନ, ହୃଷିକେଶ ଖେତୀ, ଦିଗାମ୍ବର ପାତ୍ର,ଭଗବାନ ଲଉରିଆ,ଉଦ୍ଧବ କଳତା,ନନ୍ଦନ ଚୌଧୁରୀ,ପ୍ରକାଶ ପଲିଆ, ଟୁକୁନ ପଲିଆ, ତପସ୍ୱିନୀ ପଲିଆ, ବିଜୟପାତ୍ର,ସଦାଶିବ ପାତ୍ର,ନମିତା ଗିରି, ସୁଷମା ଲଉରିଆ,ସୁରେନ୍ଦ୍ର ମେହେର, ମକୁନ୍ଦବେହେରା, ତ୍ରିପୁରା ଧଳ, ଦାମଦୋର ଷଣ୍ଡ, ସ୍ଵପ୍ନେଶ୍ଵର ପ୍ରଧାନ, ବିକ୍ରମ ପ୍ରଧାନପ୍ରମୁଖ ସହଯୋଗ କରିଥିଲେ ।
ତୈଳିକ ବୈଶ୍ୟ ସମାଜର ବୋଇତ ବନ୍ଦାଣ ଉତ୍ସବ
ବୌଦ୍ଧ,୧୯/୧୧ : ଉତ୍କଳୀୟ ସଂସ୍କୃତି ଓ ପରମ୍ପରା କୁ ବଜାୟ ରଖି ତୈଳିକ ବୈଶ୍ୟ ସମାଜ,ବୌଦ୍ଧ ର ପ୍ରତିଷ୍ଠା ଦିବସ ଅବସରରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି, ପ୍ରାତଃ ସମୟରେ ଏକ ବିରାଟ ସୁସଜ୍ଜିତ ବୋଇତ ମହାନଦୀ ଗର୍ଭର ବାଲୁକା ଶଯ୍ୟା ରେ ସ୍ଥାପନା କରି ସମସ୍ତ ସଭ୍ୟ ସଭ୍ୟା ଙ୍କ ଦ୍ଵାରା ପୂଜାର୍ଚ୍ଚନା କରି ବୋଇତ ବନ୍ଦାଣ କରାଯାଇଥିଲା।
ତତ୍ପରେ ପୁଣ୍ୟ ମହାନଦୀ ଜଳ ସ୍ରୋତ ରେ ଭସାଣ କରାଯାଇଥିଲା,ସମସ୍ତ କାର୍ଯ୍ୟକ୍ରମକୁ ସମ୍ପାଦକ ବିଜୟ କୁମାର ସାହୁ ଯୋଜନା
କରିଥିଲାବେଳେ ଦିଲ୍ଲୀପ କୁମାର ସାହୁ, ବିଚିତ୍ର କୁମାର ସାହୁ, ଶତ୍ରୁଘ୍ନ ସାହୁ, ଶଙ୍କର୍ଷଣ ସାହୁ, ବୀଣାପାଣି ସାହୁ,ସନାତନ ସାହୁ, ଜଗନ୍ମୟ ସାହୁ, ଜୟଶ୍ରୀ ସାହୁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
ବୌଦ୍ଧ : ମାନସିକ ବିକୃତ ମହିଳାଙ୍କୁ ପୁରୀ ସ୍ଥାନାନ୍ତ ରିତ
ବୌଦ୍ଧ,୧୯/୧୧ : ବୌଦ୍ଧ ଜିଲ୍ଳା ପ୍ରଶାସନ ଓ ଆଶ୍ରୟ ବୌଦ୍ଧ ଙ୍କ ମିଳିତ ଉଦ୍ୟମରେ ଗତ ୩ ତାରିଖରେ କଣ୍ଟାମାଳ ଠାରୁ ଉଦ୍ଧାର କରାଯାଇଥିବା ଭାରତୀ ଦାସ ନାମ୍ନୀ ଜନୈକ ମାନସିକ ବିକୃତ ମହିଳାଙ୍କୁ ସ୍ଥାୟୀ ଥଇଥାନ ଓ ସୁରକ୍ଷା ନିମନ୍ତେ ପୁରୀ ଜିଲ୍ଲାରେ ଥିବାନୀଳାଚଳ ସେବା ପ୍ରତିଷ୍ଠାନ ନାମକ ଏକ ସଂସ୍ଥାକୁ ଜିଲ୍ଳାପାଳଙ୍କ ଅନୁମତି କ୍ରମେ ଶୁକ୍ରବାର ସ୍ଥାନାନ୍ତରିତ କରାଯାଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031