Indus Valley Times

ବୌଦ୍ଧ : ମିଶନ ଶକ୍ତି ପକ୍ଷରୁ ମହିଳାଙ୍କୁ ସାଇକେଲ ବଂଟନ

 Breaking News

ବୌଦ୍ଧ : ମିଶନ ଶକ୍ତି ପକ୍ଷରୁ ମହିଳାଙ୍କୁ ସାଇକେଲ ବଂଟନ

ବୌଦ୍ଧ : ମିଶନ ଶକ୍ତି ପକ୍ଷରୁ ମହିଳାଙ୍କୁ ସାଇକେଲ ବଂଟନ
March 04
10:59 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୪/୩: ବୌଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ଆଜି ମିଶନ ଶକ୍ତିର ମହିଳାମାନଙ୍କୁ ସାଇକେଲ ବଣ୍ଟନ କରାଯାଇଛି । ଏହି ଅବସରରେ ସ୍ଥାନିୟ ଟାଉନ ହଲ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମରେ ସହଭାଗିତା ଭାବରେ କାର୍ଯ୍ୟ କରୁଥିବା ୪୩ ଜଣ ମିଶନ ଶକ୍ତି ଗୃପର ମହିଳା ମାନଙ୍କୁ ସାଇକେଲ ବଣ୍ଟନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ୭ ଜଣ ଆହାର କର୍ମୀ, ୫ ଜଣ ଜଳସାଥୀ,୨ ଜଣ ସ୍ୱଚ୍ଛ ସୁପରଭାଇଜର,୨୨ ଜଣ ସ୍ୱଚ୍ଛକର୍ମୀଙ୍କୁ ସାଇକେଲ ବଣ୍ଟନ କରାଯାଇଥିଲା । ଏଥିରେ ବୌଦ୍ଧଗଡ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର, ଉପାଧ୍ୟକ୍ଷ ସୁଭାସିନୀ ସେଠୀ, କାର୍ଯ୍ୟନିର୍ବାହୀ ଅଧିକରୀ ଇଂ. ମନୋରଂଜନ ପଣ୍ଡା, କାଉନସିଲର ସ୍ୱର୍ଣ୍ଣଲତା ଦଳେଇ ପ୍ରମୁଖ ଉପସ୍ଥିତଥିଲେ । ଗୋଷ୍ଠୀ ସଂଗଠିକା ସୂପର୍ଣ୍ଣା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଖୋର୍ଦ୍ଧା-ବଲାଙ୍ଗିର ରେଳପଥ, ବୌଦ୍ଧଗଡ ଓ ଅରଣ୍ୟଗଡ ଷ୍ଟେସନର ନାମ କରିବାକୁ ଦାବି
ବୌଦ୍ଧ, ୪/୩: ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ବେଳେ ରେଳପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଜଙ୍ଗଲ ଜମି ବାଧକ ସାଜୁଥିଲା । ଜଙ୍ଗଲ ଜମି ଅଧିଗ୍ରହଣରେ ବିଳମ୍ବ ହେଉଥିବା ଯୋଗୁଁ କାର୍ଯ୍ୟରେ ବିଳମ୍ବ ହେଉଥିବା କୁହାଯାଉ ଥିବା ରେଳପଥ ନିର୍ମାଣ କାର୍ଯ୍ୟରେ ବାଧକ ସାଜିଥିବା ୬୮ କିଲୋମିଟର ଜଙ୍ଗଲ ଜମିକୁ ଫେବୃଆରୀ ମାସରେ ସରକାରଙ୍କ ପକ୍ଷରୁ ଅନୁମତି ମିଳିବା ପରେ ବୌଦ୍ଧଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରିବ । ଇତି ମଧ୍ୟରେ ଜିଲ୍ଲାର ଦୁଇଟି ରେଳ ଷ୍ଟେସନ ନାମକୁ ବଦଳାଇବାକୁ ଓ ଗୋଟିଏ ସ୍ଥାନରେ ରେଳ ଷ୍ଟେସନ ନିର୍ମାଣ କରିବାକୁ ଦାବି ହେଉଛି ।
ବୌଦ୍ଧ ବ୍ଲକର ମୁଣ୍ଡାପଡା ଠାରେ ଏକ ଷ୍ଟେସନ ନିର୍ମାଣ କରିବାକୁ ଗତ ଜାନୁଆରୀ ମାସରେ ମୁଣ୍ଡାପଡା ଠାରେ ପ୍ରାୟ ସାତରୁ ଉର୍ଦ୍ଧ୍ୱ ପଂଚାୟତର ଲୋକଙ୍କୁ ନେଇ ମୁଣ୍ଡାପଡା ଠାରେ ରେଳ ଷ୍ଟେସନକରିବାକୁ ଦାବି ହୋଇଥିଲା । ସେହିପରି ସେତେବେଳର ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ସମୟରେ ଜିଲ୍ଲାରେ ହେବାକୁ ଥିବା ରେଳଷ୍ଟେସନ ଗୁଡିକର ନାମ ସଂପର୍କରେ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ସେହିସମୟରେ ବୌଦ୍ଧଜିଲ୍ଲାର ଦୁଇଟି ଷ୍ଟେସନର ନାମକୁ ପରିବର୍ତିନ ପାଇଁ ଆଲୋଚନା ହୋଇଥିଲା । ଐତିହାସିକ ବୌଦ୍ଧଜିଲ୍ଲାର ବୌଦ୍ଧ ରେଳ ଷ୍ଟେସନର ନାମକୁ ବୌଦ୍ଧଗଡ କରିବାକୁ ଓ ଆଡଣୀଗଡ ରେଳ ଷ୍ଟେସନକୁ ଅରଣ୍ୟଗଡ ନାମରେ ନାମିତ କରିବାକୁ ସେତେବେଳେ ଉକ୍ତ ବୈଠକରେ ଆଲୋଚନା ହୋଇଥିଲା । ବର୍ତମାନ ଏହାକୁ ପ୍ରଶାସନିକ ସ୍ତରରେ କିପରି କାର୍ଯ୍ୟ କାରି କରାଯିବ ତାହାକୁ ନେଇ ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି । ଖୋର୍ଦ୍ଧା- ବାଲାଙ୍ଗିର ରେଳ ପଥ ବୌଦ୍ଧଜିଲ୍ଲାରେ ସର୍ବାଧିକ ପ୍ରାୟ ଯାଉଅଛି । ଜିଲ୍ଲାର କଣ୍ଟାମାଳ ବ୍ଲକର ମନମୁଣ୍ଡା ଠାରେ ହରଭଙ୍ଗା ବ୍ଲକର ବଦଲା ପ୍ରାୟ ୧୦୬ କିଲୋମିଟର ପର୍ଯ୍ୟନ୍ତ ରହିଛି । ବେଳେ ଏହି ରେଳପଥ କାର୍ଯ୍ୟ ସଂପୂର୍ଣ୍ଣ ହେଲେ ବୌଦ୍ଧଜିଲ୍ଲା ସମେତ, ବଲାଙ୍ଗିର, ସୋନପୁର, ନୟାଗଡ,ପୁରୀ ଓ ଖୋର୍ଦ୍ଧା ଜିଲ୍ଲାବାସୀ ବିଶେଷ ଉପକୃତ ହୋଇପାରିବେ ।
ଟଙ୍କା ପାଇଁ ବାପାକୁ ଟାଙ୍ଗିଆରେ ଆକ୍ରମଣ ମାମଲା, ପୁଅକୁ ସାତ ବର୍ଷ କାରାଦଣ୍ଡାଦେଶ ନାତୁଣୀ ଜ୍ୱାଇଁ ନିର୍ଦ୍ଦୋଷରେ ଖଲାସ
ବୌଦ୍ଧ; ୪/୩: ବୌଦ୍ଧ ଜିଲ୍ଲା ସିଜେଏମ ( ମୁଖ୍ୟ ଦଣ୍ଡାଧିଶ) ବିଶେଶ୍ୱର ବିଶ୍ୱପ୍ରକାଶ ରାୟ ଗୁରୁବାର ଦିନ ଏକ ମାମଲାର ବିଚାର କରି ତାଙ୍କ ରାୟରେ ଅଭିଯୁକ୍ତକୁ କୁ ୭ ବର୍ଷ କାରାଦଣ୍ଡାଦେଶ ଦେବା ସହ ୨୦ ହଜାର ଟଙ୍କା ଜୋରିମୋନା ଆଦେଶ ପ୍ରଦାନ କରିବା ସହ ନାତୁଣି ଜ୍ୱାଇଁକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମାମଲରୁ ପ୍ରକାଶ ଗତ ୧୬.୯ ୨୧ ତାରିଖରେ ମନମୁଣ୍ଡା ଥାନାର ଲୁଣପଙ୍ଗା ଗ୍ରାମର ଯୋଗୀନ୍ଦ୍ର କର୍ଣ୍ଣ ଅପରାହ୍ନ ପ୍ରାୟ ୫.୩୦ ଟା ସମୟରେ ନିଜ ବିଲରୁ ଘରକୁ ଫେରୁଥିବା ରାସ୍ତାରେ ନିଜ ପୁଅ ଗୁରୁପ୍ରସାଦ କର୍ଣ୍ଣ ଓ ଗୁରୁପ୍ରସାଦର ଜ୍ୱାଇଁ ଗୁଢିଆଳ ଗ୍ରାମର ସାନନ୍ଦ ପ୍ରଧାନ ବାଟରେ ବିଦ୍ୟାଳୟ ନିକଟରେ ଅଟକାଇ ଆମ କହିବା ମୁତାବକ ଟଙ୍କା କାହିଁକି ଦେଲୁ ନାହିଁ ଆଜି ତୋତେ ମାରିଦେବୁ ବୋଲି କହିଥିଲେ ।
ସାନନ୍ଦ ଏକ ଟାଙ୍ଗିଆ ଗୁରୁପ୍ରସାଦକୁ ଧରାଇଦେବା ସହ ଗୁରୁପ୍ରସାଦ ଉକ୍ତ ଟାଙ୍ଗିଆରେ ବାପା ଯୋଗୀନ୍ଦ୍ରର ମୁଣ୍ଡକୁ ହାଣି ଦେଇଥିଲା । ଯୋଗୀନ୍ଦ୍ର ଚିତ୍କାର କରି ତଳେ ପଡିଯାଇଥିଲେ । ସାନନ୍ଦ ଗାଳି ଗୁଲଜ କରି ଟେକା ପଥର ମାଡ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଖବର ପାଇଁ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚ ଗୁରୁତର ଯୋଗୀନ୍ଦ୍ରକୁ ଉଦ୍ଧାର କରି ପ୍ରଥମେ ମନମୁଣ୍ଡା ଓ ପରେ ସୋନପୁର ଓ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇ ନେଇଥିଲେ । ଏନେଇ ଗତ ୧୭.୯.୨୧ରେ ପରିବାର ପକ୍ଷରୁ ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଥାନା ପକ୍ଷରୁ ଥାନା କେସ ନଂ ୧୨୪/୨୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ଉକ୍ତ ମାମଲାଟି ବୌଦ୍ଧ ସିଜେଏମଙ୍କ ଅଦାଲତରେ ଏସଟି କେସନଂ ୧୩/୨୨ ହୋଇ ବିଚାର ହୋଇଥିଲା । ସରକାରଙ୍କ ପକ୍ଷରୁ ୯ ଜଣ ସାକ୍ଷୀଙ୍କ ବୟାନକୁ ଭିତି କରି ଅଦାଲତ ଗୁରୁବାର ଦିନ ଅଭିଯୁକ୍ତ ପୁଅ ଗୁରୁପ୍ରସାଦ କର୍ଣ୍ଣକୁ ୭ ବର୍ଷ କାରାଦଣ୍ଡାଦେଶ ଆଦେଶ ଦେବା ସହ ୨୦ ହଜାର ଟଙ୍କା ଜୋରିମୋନା ଆଦେଶ ପ୍ରଦାନ କରିଛନ୍ତି । ଏବଂ ଅନ୍ୟ ଅଭିଯୁକ୍ତ ସାନନ୍ଦ ପ୍ରଧାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଦେବରଂଜନ ବିଶି ପରିଚାଳନା କରୁଥିଲେ ।
ବୌଦ୍ଧଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ୪୮୮ କିଲୋ ଗଂଜେଇ ଜବତ, ୩ ଗିରଫ
ବୌଦ୍ଧ,୪/୩: ବୌଦ୍ଧ ଜିଲ୍ଲାରେ ନୂତନ ଏସପି ଭାବରେ ରାଜ ପ୍ରସାଦ ଦାୟୀତ୍ୱ ଗ୍ରହଣ କରିବା ପରେ ତାଙ୍କର ନିର୍ଦ୍ଦେଶରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ଚଢାଉ କରି ବିପୁଳ ପରିମାଣରେ ଗଂଜେଇ ଜବତ କରିବାରେ ଲାଗିଛି । ଗତ ଦୁଇ ଦିନ ମଧ୍ୟରେ ବୌଦ୍ଧ ଆଦର୍ଶ ଥାନା ପକ୍ଷରୁ ବୌଦ୍ଧଥାନା ଅଧିକାରୀଙ୍କ ମାଧବାନନ୍ଦ ନାୟକଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୪୮୮ କିଲୋ ଗଂଜେଇ ଜବତ କରାଯିବା ସହିତ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ସୁଚନା ମତେ, ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଦମଣ୍ଡା ଗ୍ରାମର ସଂଜୟ କହଁରଙ୍କ ଘରେ ବିପୁଳ ପରିମାଣରେ ଗଂଜେଇ ରଖାଯାଇ ଥିବା ବିଶେଷ ସୁତ୍ରରୁ ଖବର ପାଇ ପୁଲିସ ଚଢାଉ କରି ୩୪୪ କିଲୋ ଗଂଜେଇ ଜବତ କରିବା ସହିତ ସଂଜୟ କହଁର(୬୦) ଓ ତାଙ୍କ ପୁଅ କପିଳ(୨୬)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିଲା । ସେହିପରି ବୌଦ୍ଧ ଥାନା ଅନ୍ତର୍ଗତ ବିସିରୁଡା ଗ୍ରାମ ଉପରେ ପୁଲିସ ଚଢାଉ କରି ୧୪୪କିଲୋ ଗଂଜେଇ ଜବତ କରିଥିବା ବେଳେ ଗଂଜେଇ କାରବାର ଅଭିଯୋଗରେ ଗ୍ରାମର ଗୋପାଳ ମଲ୍ଲିକ(୪୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ବାଇକ ମଧ୍ୟରେ ଧକ୍କା ୪ ଆହତ
ବୌଦ୍ଧ୪/୩: ବୌଦ୍ଧ ଥାନା ଖୋର୍ଦ୍ଧା- ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ଖୁଣ୍ଟବନ୍ଧ ଗ୍ରାମ ଠାରେ ଦୁଇଟି ବାଇକ ସାମନାରୁ ଆସୁଥିବା ଅନ୍ୟ ଏକ ବାଇକ ସହ ମୁହିଁ। ମୁଁହି ଧକ୍କା ହୋଇଛି,ଜହ୍ନାପଙ୍କ ପଟୁ ବୌଦ୍ଧ ଆଡକୁ ଆସୁଥିବା ଦୁଇଟି ବାଇକ ମଧ୍ୟ ରେ ଓଭରଟେକ କରୁଥିବା ବେଳେ ବୌଦ୍ଧ ପଟୁ ଯାଉଥିବା ଅନ୍ୟ ଏକ ବାଇକ ସହ ଧକ୍କା ହୋଇଥିଲେ ।
ଦୁର୍ଘଟଣାରେ ଦୁଇ ବାଇକ ଚାଳକ ଗୁରୁତର ଭାବେ ଆହାତ ହୋଇଥିବା ବେଳେ ଅନ୍ୟ ଦୁଇଜଣ ସାମାନ୍ୟ ଆହାତ ହୋଇଛନ୍ତି, ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ଯୁବକମାନ ଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଗୁରୁତର ଆହତ ଯୁବକ ଦ୍ୱୟ ହେଲେ ବୌଦ୍ଧ ସହର ବୁଟୁପାଲିର ସରୋଜ ମେହେର , ବିରନରସିଂପୁରର ଗ୍ରାମର ଜଗା ବେହେରା ଜଣା ପଡିଛି ।
ଆହତ ଦୁଇଜଣ ହେଲେ ଜହ୍ନାପଙ୍କ ଗ୍ରାମର ଦୁଃଖନାସକ ଦାସ ଓ ବନମାଳୀ ଦୋରା ବୋଲି ଜଣାପଡ଼ିଛି ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନସଭା ଓ ବୌଦ୍ଧ ବିଧାନ ସଭା ଅନ୍ତର୍ଗତ ବୁଥ ସଶକ୍ତି କରଣ କର୍ମଶାଳା
ବୌଦ୍ଧ,୪/୩: ଭାରତୀୟ ଜନତା ପାର୍ଟି ପକ୍ଷରୁ କଣ୍ଟାମାଳ ବିଧାନସଭା ଅନ୍ତର୍ଗତ ପଲସାଗୁରା କଲ୍ୟାଣ ମଣ୍ଡପ ଠାରେ ଓ ବୌଦ୍ଧ ବିଧାନସଭାର ବୌଦ୍ଧଜିଲ୍ଲା ବିଜେପି କାର୍ଯ୍ୟାଳୟ ରାମେଶ୍ବର ବିହାର ଠାରେ ସମସ୍ତ ମଣ୍ଡଳ ସଭାପତି ପ୍ରଭାରୀ ,ଶକ୍ତିକେନ୍ଦ୍ର ର ତ୍ରି ଦେବ ଓ ଜିଲ୍ଲା ବିଜେପି ର ନେତୃବୃନ୍ଦ ପ୍ରମୁଖ ଙ୍କ ଦୁଇଟି ବୈଠକ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ଦୁଇଟି ବୈଠକରେ ରାଜ୍ୟ ବିଜେପି ଉପ ସଭାନେତ୍ରୀ ଅନିତା ଶୁଭ ଦର୍ଷଣି ପଟ୍ଟନାୟକ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ ବୁଥ ସଶକ୍ତିକରଣ ଉପରେ ଆଲୋଚନା କରି କିପରି ସବୁ ସ୍ତରରେ ସୁବ୍ୟବସ୍ଥିତ ଭାବରେ ଦଳୀୟ କାର୍ଯ୍ୟକ୍ରମ ଗୁଡ଼ିକ ଠିକ୍ ସମୟରେ ସଂପୂର୍ଣ୍ଣ କରିବାକୁ ବିଭିନ୍ନ ଉପାୟ ସହିତ ଗୁରୁ ମନ୍ତ ପ୍ରଦାନ କରିଥିଲେ ଓ ଜିଲ୍ଲା ର ଦୁଇ ଗୋଟି ବିଧାନ ସଭା ର ସମସ୍ତ କାର୍ଯ୍ୟକ୍ରମକୁ ସମୀକ୍ଷା କରି ଥିଲେ, କାର୍ଯ୍ୟକ୍ରମରେ ସଚିଦା ନନ୍ଦ ଦଲାଲ, କହ୍ନେଇ ଚରଣ ଡ଼ାଙ୍ଗ, ସୁଶାନ୍ତ ପ୍ରଧାନ, ପଦ୍ମାଳୟା ପ୍ରଧାନ, ରାକେଶ ତ୍ରିପାଠୀ, ଶ୍ୟାମ ସୁନ୍ଦର ପୁରୋହିତ, ତାପସ ପଟ୍ଟନାୟକ, ସୁଶାନ୍ତ ବାଘ, ସତ୍ୟାନନ୍ଦ ପାଣ୍ଡେ, ପ୍ରେମାନନ୍ଦ ମିଶ୍ର,
ପୂର୍ଣ୍ଣ ଚନ୍ଦ୍ର ଗାଇଗୌରୀଆ, ରବି ଦେଓ, ବୈକୁଣ୍ଠ ପ୍ରଧାନ, ମୀନାରାଣୀ ମିଶ୍ର,ନିବେଦିତା ମହାକୁଡ, ରାଜା ମେହେରଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ଓ ପ୍ରଭାରୀ , ସମସ୍ତ ମୋର୍ଚ୍ଚା ସଭାପତି, ସମସ୍ତ ଶକ୍ତି କେନ୍ଦ୍ରର କର୍ମକର୍ତ୍ତା ଯୋଗ ଦେଇଥିଲେ ।

ବଘିଆପଡା ରେ ମାଣ୍ଡିଆ ମଣ୍ଡି ଉଦଘାଟିତ

ବୌଦ୍ଧ୪/୩: ବୌଦ୍ଧ ବ୍ଲକରେ ଓଡ଼ିଶା ମିଲେଟ୍ ମିଶନ, ସହକାରୀ ଅନୁଷ୍ଠାନ ବିଶ୍ଵ ଯୁବ କେନ୍ଦ୍ର ମିଳିତ ସହଯୋଗରେ, ମାଣ୍ଡିଆ ଚାଷ କରିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଥିଲା ।
ସେହି ମାଣ୍ଡିଆକୁ ବିକ୍ରି କରିବା ପାଇଁ ବୌଦ୍ଧ ବ୍ଲକର, ବଘିଆପଡା ସମବାୟ ସମିତିରେ ଗୁରୁବାର ଦିନ ମାଣ୍ଡିଆ ମଣ୍ଡି ଶୁଭରାମ କରାଯାଇଛି, ପ୍ରଥମ ଦିନରେ ୧୨ ଜଣ ଚାଷୀଙ୍କଠାରୁ କିଲ ପ୍ରତି ୩୫ ଟଙ୍କା ୭୮ ପଇସା ସରକାରୀ ଦରରେ ମୋଟ ୧୨୦ କ୍ଵିଣ୍ଟାଲ ୮ କେଜି ମାଣ୍ଡିଆ କିଣାଯାଇଛି ।
କାର୍ଯ୍ୟକ୍ରମରେ ଓଡ଼ିଶା ମିଲେଟ୍ ମିଶନ ଜିଲ୍ଲା ଆକାଣ୍ଟାଣ୍ଟ ବନ ବିହାରୀ ଠାକୁର, ପେକ୍ସ ସମ୍ପାଦକ ନେତ୍ରାନନ୍ଦ ପୁରୋହିତ, ବଘିଆପଡା ସରପଞ୍ଚ ଅନୁଜା ଦୀପ , ଟିକରପଡା ସରପଞ୍ଚ ଝରଣା ଜାଲି , ବ୍ଲକ ସଂଯୋଜକ ସୁମନ କୁମାର ପରିଡ଼ା, ସିଆରପି ପ୍ରଭାତ ପ୍ରଧାନ, ଅଜିତ ପଟ୍ଟନାୟକ, ବଳରାମ ପ୍ରଧାନ ଓ ତୁଷାର କାନ୍ତ ମଲିକ, ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031