Indus Valley Times

ବୌଦ୍ଧ : ଯୁଗ୍ମ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ

 Breaking News

ବୌଦ୍ଧ : ଯୁଗ୍ମ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ

December 12
10:46 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୨/୧୨ : ଯୁଗ୍ମ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ନୂତନ ଭାବେ ନିର୍ମିତ ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ଭବ୍ୟ ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଜାନୁୟାରୀ ୨୪ ରୁ ଫେବୃଆରୀ ୩ ତାରିଖ ପର୍ଯ୍ୟନ୍ତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ ।
ଏଥି ନିମନ୍ତେ ବୁଧବାର ଶୁଭ ସ୍ତମ୍ଭ ସ୍ଥାପନ ହୋଇଯାଇଛି । ସକାଳ ୯ ଟାରେ ଶତାଧିକ ମହିଳା ପୁରୁଷ ଅସ୍ଥାୟୀ ଜଗନ୍ନାଥ ଓ ରାମ ମନ୍ଦିରରୁ ନାମ ସଂକୃତନ୍ୟ କରି ଏକ ଶୋଭାଯାତ୍ରାରେ ବାହାରି ଯଜ୍ଞ ମଣ୍ଡପ ନିର୍ମିତ ହେବାକୁ ଥିବା ସ୍ଥାନରେ ପହଂଚି ଥିଲେ ।
ଏହା ପରେ ଶୁଭ ସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ କର୍ତ୍ତା ଭାବେ ପ୍ରମୋଦ ମେହେର ତାଙ୍କ ଧର୍ମପତ୍ନୀ ହେମଲତା ମେହେର ଦାୟିତ୍ୱ ତୁଲାଇଥିଲେ ।
ପୂଜକ ଅଜିତ ପାଣିଗ୍ରାହୀ ପୂଜାକାର୍ଯ୍ୟ ତୁଲାଇଥିଲେ ।
କାର୍ଯ୍ୟକ୍ରମରେ ମନ୍ଦିର କମିଟିର ସମସ୍ତ ସଦସ୍ୟ ବ୍ରତ ଧାରଣ କରିଥିବା ବେଳେ ମନ୍ଦିର ଉପଦେଷ୍ଟା ଭୋଳଗିରି ସାହୁ, ମନ୍ଦିର କମିଟିର ସଭାପତି ରାଜେନ୍ଦ୍ର ମେହେର, ଉପସଭାପତି ଉପେନ୍ଦ୍ର ମେହେର, ସମ୍ପାଦକ ଗୋପାଳ ମେହେର, ଅଧିକାରୀ ଟିକ ମେହେର, ରଘୁନାଥ ମେହେର, ବିଜୟ ସାହୁ, ଦୁର୍ଯ୍ୟୋଧନ ମେହେର, ବିଜୟ ମେହେର, ରାଜକିଶୋର ମେହେର, ନବ କିଶୋର ମେହେର, ସହଦେଵ ମେହେର, ବିଭୀଷଣ ମେହେର, ନେପାଳ ମେହେର, ପିତାମ୍ବର ମେହେର, ମନ୍ଦିର ନିର୍ମାଣ କମିଟିର ସମସ୍ତ ସଦସ୍ୟ, ଓ ନାରାୟଣନଗର ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031