Legatus

ବୌଦ୍ଧ : ରାଜ୍ୟ ସରକାରଙ୍କ ମିଶନଶକ୍ତି ବିଭାଗର ତରଫରୁ ଓଡିଆ କବି ସମ୍ମିଳନୀ ଅନୁଷ୍ଠିତ

 Breaking News

ବୌଦ୍ଧ : ରାଜ୍ୟ ସରକାରଙ୍କ ମିଶନଶକ୍ତି ବିଭାଗର ତରଫରୁ ଓଡିଆ କବି ସମ୍ମିଳନୀ ଅନୁଷ୍ଠିତ

February 03
09:46 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩/୨: ମିଶନଶକ୍ତି ଓଡିଆ କବି ସମ୍ମିଳନୀ ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ମିଶନ ଶକ୍ତି କାର୍ଯ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ମିଶନଶକ୍ତି ବିଭାଗର ତରଫରୁ ‘ମିଶନଶକ୍ତି ଓଡିଆ କବି ସମ୍ମିଳନୀ’ ଅନୁଷ୍ଠିତ ହୋଇ ଯାଇଛି।
ରାଜ୍ୟ ସରକାରଙ୍କ ଦ୍ଵାରା ଆସନ୍ତା ୩ ରୁ ୫ ତାରିଖ ମଧ୍ୟରେ ହେବାକୁ ଥିବା ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷିରେ ରେ ହରଭଙ୍ଗା ବ୍ଲକ ର ମିଶନଶକ୍ତି ବିଭାଗ ଦ୍ଵାରା ଏହି ମିଶନଶକ୍ତି ଓଡିଆ କବି ସମ୍ମିଳନୀର ଆୟୋଜନ କରାଯାଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ସ୍ବପ୍ନିତା ନାୟକ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ହରଭଙ୍ଗା ଏବଂ ସମ୍ମାନୀତ ଅତିଥି ଭାବରେ, ଜିତେନ୍ଦ୍ର ନାଥ ଦାଶ, ଓଡ଼ିଆ ଶିକ୍ଷକ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,ଚାରିଛକ ତଥା ଓଡ଼ିଆ ଭାଷାବିତ୍, ଦିପ୍ତିମୟୀ ପାତ୍ର, ସମନ୍ଵିତ ଶିଶୁ ବିକାଶ ଯୋଜନା ଅଧିକାରୀ, ହରଭଙ୍ଗା, ମଞ୍ଜୁଶ୍ରୀ ବାରିକ,ମହିଳା ଓ ଶିଶୁ ବିକାଶ ମଣ୍ଡଳ ପରିଦର୍ଶିକା, ବାମଣ୍ଡା, ପଲ୍ଲଵୀ ମଙ୍ଗରାଜ, ଵିପିସି, ମିଶନ ଶକ୍ତି, ବେଣୁଧର ମହାପାତ୍ର, ଵିପିଏମ୍, ଓଡ଼ିଶା ଜୀବିକା ମିଶନ, ରଶ୍ମିତା ଦାସ, ଵିପିଏସିଏ,ମିଶନ ଶକ୍ତି, ଶୈଳବାଳା ସରକାର,ସଭାନେତ୍ରୀ,ଵ୍ଳକ ସ୍ତରୀୟ ଗାୟତ୍ରୀ ମହିଳା ମହାସଂଘ, ହରଭଙ୍ଗା ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରି ଏହି କବି ସମ୍ମିଳନୀ ର ଶୁଭଉଦ୍ଘାଟନ କରିଥିଲେ ।
ଏହି ମିଶନଶକ୍ତି ଓଡିଆ କବି ସମ୍ମିଳନୀ ରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ସ୍ଵୟଂ ସହାୟକ ଦଳ ମାନଙ୍କ ମଧ୍ୟରୁ ୩୦ ଜଣ ମିଶନ ଶକ୍ତି ମହିଳା କବୟିତ୍ରୀ ଯୋଗଦେଇ ନିଜ ଲେଖା କବିତା ଆବୃତ୍ତି କରି ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ଏହି କଵି ସମ୍ମିଳନୀରେ ଆରତୀ ଝାଙ୍କର,ତିଲେଶ୍ଵର, ସରୋଜିନୀ ସାହୁ, ପଲସାପଟ ଓ ରିତାଞ୍ଜଳୀ ମିଶ୍ର,ଵେଠିଆବରେଣୀ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31