Indus Valley Times

ବୌଦ୍ଧ : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଜନଔଷଧୀ ସମ୍ମିଳନୀ ଓ ସମ୍ମାନ ସମାରୋହ

 Breaking News

ବୌଦ୍ଧ : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଜନଔଷଧୀ ସମ୍ମିଳନୀ ଓ ସମ୍ମାନ ସମାରୋହ

October 30
17:42 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୦/୧୦ : ଭାରତର ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ସପ୍ତାହକୁ ଦେଶବ୍ୟାପୀ ଜାତୀୟ ଏକତା ସପ୍ତାହ ଭାବରେ ପାଳନ କରାଯାଉଅଛି । ଏହି ଅବସରରେ ବୌଦ୍ଧଠାରେ ଜନ ଔଷଧୀ ସମ୍ମିଳନୀ ଓ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି ।
କେନ୍ଦ୍ର ସରକାରଙ୍କ ଦ୍ୱାରା ଗରିବ ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ଭାରତୀୟ ଜନଔଷଧୀ ଯୋଜନା ମାଧ୍ୟମରେ ଶସ୍ତା ଦରରେ ଉଚ୍ଚ ମାନର ଔଷଧ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି ।
ଯାହା ଦ୍ୱାରା କୋଟି କୋଟି ଲୋକ ଉପକୃତ ହୋଇପାରୁଛନ୍ତି ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ବୌଦ୍ଧସ୍ଥିତ ଭାରତୀୟ ଜନଔଷଧୀ କେନ୍ଦ୍ର ଆନୁକୂଲ୍ୟରେ ସ୍ଥାନିୟ ଟାଉନ ହଲ ଠାରେ ଜାତୀୟ ଏକତା ସପ୍ତାହ ପାଳନ ଅବସରରେ ଜନଔଷଧୀ ମିତ୍ର ସମ୍ମିଳନୀ କରାଯବା ସହିତ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ସ୍ଥାନୀୟ ଟାଉନହଲଠାରେ ଜନଔଷଧୀ କେନ୍ଦ୍ରର ମାଲିକ ଅଶୋକ କୁମାର ଅଗ୍ରୱାଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଜନଔଷଧୀ ଯୋଜନା ଦ୍ୱାରା ଦେଶର ଅନେକ ଗରିବ ଲୋକ ଉପକୃତ ହୋଇପାରିଥିବା ପ୍ରକାଶ କରିବା ସହିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଉଦ୍ୟମ ଯୋଗୁଁ ଦେଶ ଏକତାର ସୁତ୍ରରେ ବାନ୍ଧି ହୋଇପାରିଥିବାରୁ ଦେଶବାସୀ ସର୍ବଦା ତାଙ୍କୁ ମନେ ପକାଇବେ ବୋଲି ପ୍ରକାଶ କରିଥିଲେ ।
ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡା. କିଶୋର ଚନ୍ଦ୍ର ପଟ୍ଟନାୟକ ସଦ୍ଦାର ପଟେଲଙ୍କ ଜିବନୀ ଉପରେ ଆଲୋକପାତ କରିବା ସହିତ ଜନଔଷଧୀର ଗୁଣବତ୍ତା ନେଇ କୌଣସି ସନ୍ଦେହ ନଥିବା ପ୍ରକାଶ କରିଥିଲେ । ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଡା. ବି.କେ.ଆର.ସି.ଦେଓ ହେମ୍ବ୍ରମ,ଚକ୍ଷୁ ବିଶେଷଜ୍ଞ ଡା. ବଲ୍ଲଭ ପ୍ରଧାନ ଓ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ଗୋପାଳଚନ୍ଦ୍ର ପାତ୍ର ଯୋଗଦେଇଥିଲେ ।
ଏହି ଅବସରରେ ଜନଔଷଧୀ ମିତ୍ର ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପ୍ରମୋଦ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବୌଦ୍ଧର ଅନେକ ବୁଦ୍ଧଜିବୀ ଓ ବରିଷ୍ଠ ନାଗରିକ ଯୋଗଦେଇଥିଲେ ।
ବୌଦ୍ଧ ମହାନଗର ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲା ନାଗରିକ କମିଟି
ବୌଦ୍ଧ,୩୦/୧୦: ରାଜ୍ୟ ସରକାର ପୌର ନିର୍ବାଚନ ନେଇ ୱାର୍ଡ ଓ କର୍ପୋରେଟ ଗୁଡିକର ସୀମା ନିର୍ଦ୍ଧାରଣ ନେଇ ବିଜ୍ଞପ୍ତି ଜାରି କରିଥିବାବେଳେ ବୌଦ୍ଧଜିଲ୍ଲାରେ ଦାବି କରାଯାଉଥିବା ମ୍ୟୁନସିପାଲିଟି ଓ ଏନଏସି ଦାବି ଏବେ ଫସର ଫାଟିବା ଆଶଙ୍କା ଦେଖାଦେଇଛି । ବୌଦ୍ଧକୁ ମ୍ୟୁନସିପାଲିଟି ଏବଂ କଣ୍ଟାମାଳ,ମନମୁ୍‌ଣ୍ଡା,ବାଉଁଶୁଣୀ ଓ ପୁରୁଣାକଟକକୁ ଏନଏସି ମାନ୍ୟତା ପ୍ରଦାନ ପାଇଁ ଦାବି କରାଯାଉଥିବାବେଳେ ଖୁବଶୀଘ୍ର ରାଜ୍ୟ ସରକାର ଏହା ଘୋଷଣା କରିପାରନ୍ତି ବୋଲି ରାଜନୈତିକ ମହଲରେ ସରଗରମ ଆଲୋଚନା ଧରିଥିଲା ।
କିନ୍ତୁ ସରକାର ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ପରେ ଏହି ଅଞ୍ଚଳବାସୀଙ୍କୁ ନିରାଶ ହେବାକୁ ପଡିଛି । ତେବେ ଦୀର୍ଘ ଦିନରୁ ବୌଦ୍ଧକୁ ମ୍ୟୁନସିପାଲିଟି ଘୋଷଣା କରାଯିବାକୁ ସଂଗ୍ରାମ ଜାରି ରଖିଥିବା ବୌଦ୍ଧ ନାଗରିକ କମିଟି ଆସନ୍ତା ୧୦ ତାରିଖ ଦିନ ଏଥିପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ନିଷ୍ପତି ଗ୍ରହଣ କରିଥିବାବେଳେ ସରକାରଙ୍କ ପୌର ସୀମା ନିର୍ଦ୍ଧାରଣ ଘୋଷଣା ପରେ ଏନେଇ ଆନ୍ଦୋଳନ ଜୋରଦାର କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।
ଏନେଇ ଶୁକ୍ରବାର ସନ୍ଧ୍ୟାରେ ବୌଦ୍ଧ ନାଗରିକ କମିଟିର ଏକ ପ୍ରତିନିଧି ମଣ୍ଡଳୀ ସଂପାଦକ ବିଶ୍ୱେଶ୍ୱର ପୃଷ୍ଟିଙ୍କ ନେତୃତ୍ୱରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ସାକ୍ଷାତ କରି ଜିଲ୍ଲାବାସୀଙ୍କ ଏହି ନ୍ୟାର୍ଯ୍ୟ ଦାବି ସଂପର୍କରେ ଆଲୋଚନା କରିବା ସହିତ ଏଥିପାଇଁ ଆନ୍ଦୋଳନ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି । ରାଜ୍ୟରେ ଅନେକ ଛୋଟ ଛୋଟ ସହରକୁ ମ୍ୟୁନସିପାଲିଟି ମାନ୍ୟତା ପ୍ରଦାନ କରିଥିବାବେଳେ ଐତିହାସିକ ବୌଦ୍ଧ ସହର ଏଥିରୁ ବାଦ ପଡିଛି ।
ତେଣୁ ନାଗରିକ କମିଟି ପକ୍ଷରୁ ତୁରନ୍ତ ବୌଦ୍ଧକୁ ମ୍ୟୁନସିପାଲିଟି ଘୋଷଣା କରାଯିବାକୁ ଦାବି କରାଯାଇଛି । ଏହାବ୍ୟତୀତ ବୌଦ୍ଧଜିଲ୍ଲାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତରୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଅଧିନକୁ ଆଣିବା ଓ ବୌଦ୍ଧର ଦୁଇ ପୂରାତନ ମନ୍ଦିର ରାମେଶ୍ୱର ଓ ଗନ୍ଧରାଢିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଅର୍ଥ ତୁରନ୍ତ ପ୍ରଦାନ କରିବାକୁ ମଧ୍ୟ ନାଗରିକ କମିଟି ପକ୍ଷରୁ ଦାବି କରାଯାଇଛି ।
ଏନେଇ ଆସନ୍ତା ୧୦ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଘଣ୍ଟିଆ ଧାରଣା ଦିଆଯିବାକୁ ଗ୍ରହଣ କରାଯାଇଥିବା ନିଷ୍ପତି ସଂପର୍କରେ ଜିଲ୍ଲାପାଳଙ୍କୁ ସୂଚିତ କରାଯିବା ସହିତ ସରକାରଙ୍କୁ ଜିଲ୍ଲାବାସୀଙ୍କ ନ୍ୟାର୍ଯ୍ୟ ଦାବି ବିଷୟରେ ଅବଗତ କରାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି ।
ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟାମନଙ୍କ ମଧ୍ୟରେ ଡମ୍ବରୁଧର ଭୋଇ,ଶୁଭେନ୍ଦୁ ପଟ୍ଟନାୟକ,ନିରୋଦ କୁମାର ମେହେର,ବିକାଶ ମହାକୁଳ,ପରଦେଶୀ ବେହେରା ଓ ମହେଶ୍ୱର ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031