Indus Valley Times

ବୌଦ୍ଧ ସହରର ବିଭିନ୍ନ ଦେବାଳୟ ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଏନ.ଏ.ସି. ବୌଦ୍ଧଗଡ଼ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ

 Breaking News

ବୌଦ୍ଧ ସହରର ବିଭିନ୍ନ ଦେବାଳୟ ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଏନ.ଏ.ସି. ବୌଦ୍ଧଗଡ଼ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ

ବୌଦ୍ଧ ସହରର ବିଭିନ୍ନ ଦେବାଳୟ ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଏନ.ଏ.ସି. ବୌଦ୍ଧଗଡ଼ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ
April 07
09:57 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୭/୪ : (ରବିବାର) ଦିନ ସକାଳ ୬ ଘଟିକା ସମୟରେ ବୌଦ୍ଧଗଡ଼ ଏନ.ଏ.ସି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡିଆ ପକ୍ଷ ପାଳନ ଅବସରରେ ବୌଦ୍ଧ ସହରରେ ଥିବା ପ୍ରାଚୀନ ମନ୍ଦିର, କୀର୍ତ୍ତିରାଜି, ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ଗୁଡିକରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି ।
ଆଜି ସକାଳ ୭ ୩୦ ମି. ସମୟରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶ୍ରୀ ଶ୍ରୀ ଚନ୍ଦ୍ରଚୁଡ ମନ୍ଦିର ଠାରେ ଉକ୍ତ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ପରେ ପରେ ମହାନଦୀ ଆଳତି ଘାଟ,ଗାନ୍ଧୀ, ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ସ୍ଥଳ, ଜ଼ିଲ୍ଲା ସଂଗ୍ରହାଳୟ ରେ ମଧ୍ୟ ଜିଲ୍ଲାପାଳ ଶ୍ରୀ ପଣ୍ଡା ସଫେଇ କରିଥିଲେ ।
ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ -ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ,ଜ଼ିଲ୍ଲା ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ,ଜ଼ିଲ୍ଲା ଶିକ୍ଷାଧିକାରି ଟେମଲାଲ ଦୁବେ, ଡେପୁଟି କଲେକ୍ଟର ତୃପ୍ତିମୟୀ ଜେନା, ଅବକାରୀ ଅଧିକ୍ଷକ ଶାନ୍ତି ମାରାଣ୍ଡି,ଏ ସି ଏଫ ଆଶିଷ କୁମାର କଁ ହର, ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ରୁର ଯାନୀ, ଜ଼ିଲ୍ଲା ପର‌୍ୟ୍ୟଟନ ଅଧିକାରୀ ପ୍ରଭାକର କଁ ହର, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଜ଼ିଲ୍ଲା କ୍ରୀଡା ଅଧିକାରୀ ସୁଦାମ ଚରଣ ସ୍ୱାଇଁ,ଯୋଗ ଦେଇଥିଲେ ।
ନିର୍ବାହୀ ଅଧିକାରୀ, ଏନ. ଏ. ସି. ବୌଦ୍ଧଗଡ଼ ସତ୍ୟ ନାରାୟଣ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ଏନ.ଏ.ସି.ର ସମସ୍ତ କର୍ମଚାରୀ, କମ୍ୟୁନିଟି ଅର୍ଗା ନାଇଜର ସୁପର୍ଣ୍ଣା ମହାନ୍ତି ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ ପବିତ୍ର ମୋହନ ପ୍ରଧାନ ଙ୍କ ନେତୃତ୍ୱ ରେ ବହୁ ସ୍ୱଚ୍ଛ ସାଥି, ସଫେଇ କର୍ମଚାରୀ, ବୌଦ୍ଧ ର ଜନସାଧାରଣ ସ୍ୱଚ୍ଛତା ଅଭିଯାନରେ ସାମିଲ୍ ହୋଇ ଦେବାଳୟ ଓ ଐତିହ ସ୍ଥଳି ସହିତ ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ସଫେଇ କରିବା ସହ ଏହି ଅତିହ୍ୟ ସ୍ଥାନ ଗୁଡିକ ଅପରିଷ୍କାର ନ ରଖିବା ପାଇଁ ସମସ୍ତଙ୍କୁ ସଚେତନ କରିଥିଲେ । ବୌଦ୍ଧଗଡ଼ ଏ ନ. ଏ. ସି ର କର୍ମଚାରୀ ଏବଂ ପରିମଳ କର୍ମଚାରୀ ମାନେ ମାତଙ୍ଗେଶ୍ୱର ମନ୍ଦିର, ହନୁମାନ ମନ୍ଦିର, ଜଗନ୍ନାଥ ମନ୍ଦିର, ଭୈରବୀ ମନ୍ଦିର, ରାମେଶ୍ୱର ମନ୍ଦିର, ସହରର ସମସ୍ତ ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ସ୍ଥଳ ସଫାସୁତରା କରିଥିଲେ । ଜ଼ିଲ୍ଲା ର ସମସ୍ତ କାର୍ଯ୍ୟାଳୟ ମାନଙ୍କ ରେ ଅଧିକାରୀ ଏବଂ କର୍ମଚାରୀ ମାନେ ୧ ଘଣ୍ଟା ର ଶ୍ରମଦାନ କରି କାର୍ଯ୍ୟାଳୟ ପରିସର କୁ ସଫା ସୁତରା କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031