Indus Valley Times

ବୌଦ୍ଧ : ସାଂସ୍କୃତିକ ଅନୁଷ୍ଠାନ ଗେହ୍ଲାମା କଳାନିକେତନ ପକ୍ଷରୁ ୧୫ରେ ନୂଆଖାଇ ଭେଟଘାଟ ଓ ସମ୍ବର୍ଦ୍ଧନା ସଭା

 Breaking News

ବୌଦ୍ଧ : ସାଂସ୍କୃତିକ ଅନୁଷ୍ଠାନ ଗେହ୍ଲାମା କଳାନିକେତନ ପକ୍ଷରୁ ୧୫ରେ ନୂଆଖାଇ ଭେଟଘାଟ ଓ ସମ୍ବର୍ଦ୍ଧନା ସଭା

ବୌଦ୍ଧ : ସାଂସ୍କୃତିକ ଅନୁଷ୍ଠାନ ଗେହ୍ଲାମା କଳାନିକେତନ ପକ୍ଷରୁ ୧୫ରେ ନୂଆଖାଇ ଭେଟଘାଟ ଓ ସମ୍ବର୍ଦ୍ଧନା ସଭା
September 12
20:34 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୨ା୯ : ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । କରୋନା ମହାମାରୀ ନୂଆଁଖାଇ ଉତ୍ସବକୁ ଫିକା କରିଦେଇଥିଲେ ବି ସରକାରୀ କଟକଣାକୁ ମାନୀ ଲୋକେ ନୂଆଖାଇ ପାଳନ କରିଛନ୍ତି । ଜିଲ୍ଲାର ପୁରପଲ୍ଲୀରେ ନବାନ୍ନ ଭକ୍ଷଣ ପରେ ଆରମ୍ଭ ହୋଇଥିଲା ଭେଟଘାଟ ଓ ଜୁହାରମୁଣ୍ଡିଆର ପର୍ବ , ସାନ ମାନେ ବଡ ମାନଙ୍କୁ ମୁଣ୍ଡିଆ ମାରିବା ସହ ଆର୍ଶିବାଦ ଭିକ୍ଷା କରିଥିଲେ ଓ ନିଜନିଜ ଭିତରେ ଶୁଭେଚ୍ଛାର ଆଦାନ ପ୍ରଦାନ କରିଥିଲେ ।
ସେହିପରି ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଗେହ୍ଲାମା କଳାନିକେତନ ପକ୍ଷରୁ ବୌଦ୍ଧ ମହାନଦୀ କୂଳରେ ଥିବା ଗେହ୍ଲାମା ମନ୍ଦିରରେ ନୂଆଁଖାଇ ଅବସରରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ନୂଆଖାଇ ଭେଟଘାଟ ଉତ୍ସବ ମହାସମାରୋହରେ ପାଳିତ ହୋଇଆସୁଥିବାବେଳେ କରୋନା କଟକଣା ଯୋଗୁଁ ସମସ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି ।
ତେବେ ଚଳିତବର୍ଷ ଅନୁଷ୍ଠାନ ପକ୍ଷରୁ ନିରାଡମ୍ବର ଭାବରେ ଭେଟଘାଟ ଉତ୍ସବ ପାଳନ ସହିତ ସମ୍ବର୍ଦ୍ଧନା ସଭା କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଅନୁଷ୍ଠାନର ସଭାପତି ଶଶାଙ୍କ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗେହ୍ଲାମା ମନ୍ଦିରଠାରେ ଏକ ବୈଠକ ଅନୁଷ୍ଠିିତ ହୋଇ ସମ୍ବର୍ଦ୍ଧନା ଉତ୍ସବର ରୂପରେଖ ସଂପର୍କରେ ଆଲୋଚନା କରାଯାଇଥିଲା ।
ବୈଠକରେ ବରିଷ୍ଠ ସାମ୍ବାଦିକ ରଜନିକାନ୍ତ ଦାଶ, ଅନୁଷ୍ଠାନର ଉପଦେଷ୍ଟା ଚିତ୍ତରଂଜନ ଦାଶ, ସଂପାଦକ ଆଶୁତୋଷ ମହାପାତ୍ର, ସଂଯୋଜକ ବସନ୍ତ କୁମାର ସାହୁ,ଗୋପାଳକୃଷ୍ଣ ବେହେରା, ପ୍ରବୀର କୁମାର ଦାସ, ମିହିର ଚାନ୍ଦ, ସନ୍ତୋଷ କୁମାର ନାୟକ,ଶତ୍ରୁଜିତ ମହାପାତ୍ର,ପ୍ରଶାନ୍ତ କୁମାର ଭାଇନା,ଅରୁଣ ସେଠୀ, ପ୍ରମୁଖ ସାମିଲ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ବାଉଁଶୁଣୀରେ ବଡୁଛି ଟ୍ରାଫିକ ସମସ୍ୟା ବାଇପାସ ରାସ୍ତା ନିର୍ମାଣ ଦାବି
ବୌଦ୍ଧ,୧୨/୯ : ବୌଦ୍ଧଜିଲ୍ଲାର ବାଉଁଶୁଣୀ ଅଂଚଳ ଏକ ଜନବହୁଳ ଓ ବ୍ୟବସାୟିକ ପ୍ରତିଷ୍ଠାନ ଅଂଚଳ ଭାବରେ ପରିଚିତ ହୋଇଥିବା ବେଳେ ଏହି ଅଂଚଳଟି ୫୭ ନମ୍ବର ଜାତୀୟ ରାଜପଥ କଡରେ ରହିଛି । ପ୍ରତିଦିନ ଏହି ରାଜପଥ ଦେଇ ଶହ ଶହ ଯାନ ବାହନ ଚଳପ୍ରଚଳ କରୁଛି । ଯାହାଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏହି ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ଏକ ବାଇପାସ ରାସ୍ତା ନିର୍ମାଣର ଆବଶ୍ୟକତା ରହିଛି ।
୫୭ ନମ୍ବର ଜାତୀୟ ରାଜପଥ ନିର୍ମାଣ ପରେ ଏହି ରାସ୍ତା ଦେଇ ଯାନବହାନ ସଂଖ୍ୟା ବହୁ ଗୁଣରେ ବୃଦ୍ଧି ପାଇଥିବାବେଳେ ସେହି ଅନୁପାତରେ ଦୁର୍ଘଟଣା ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ତେଣୁ ଜନବହୁଳ ଅଞ୍ଚଳ ଗୁଡିକରେ ବାଇପାଶ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଅଛି । ମନମୁଣ୍ଡାଠାରେ ବାଇପାଶ କାର୍ଯ୍ୟକ୍ଷମ ହୋଇସାରିଥିବାବେଳେ ବୌଦ୍ଧ ବାଇପାଶ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
କିନ୍ତୁ ବାଉଁଶୁଣୀଠାରେ ବାଇପାଶ ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ହୋଇପାରିିନାହିଁ । ଜାତୀୟ ରାଜପଥ ଉପରେ ବାଉଁଶୁଣୀ ବଜାର ଏକ ପ୍ରମୁଖ ବ୍ୟବାସୟୀକ ପେଣ୍ଠସ୍ଥଳ ଅଟେ । ଦିନକୁ ଦିନ ଏଠାରେ ଦୋକାନ ବଜାର ସଂଖ୍ୟା ବୃଦ୍ଧି ପାଇବା ସହିତ ଯାନବାହାନ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢି ଚାଲିଛି ।
ତେଣୁ ଅନେକ ସମୟରେ ବାଉଁଶୁଣୀ ଛକ ଓ ବଜାର ମଧ୍ୟରେ ଟ୍ରାଫିକ ସମସ୍ୟା ଦେଖାଯାଉଅଛି । ବିଶେଷ ଭାବରେ ବିଦ୍ୟାଳୟ ସମୟରେ ଛାତ୍ରଛାତ୍ରୀମାନେ ଏହି ଜନଗହଳିପୁର୍ଣ୍ଣ ରାସ୍ତାରେ ଯିବା ଆସିବା ସମୟରେ ଅସୁବିଧାର ସମ୍ମୁଖିନ ହେବା ସହିତ ସବୁବେଳେ ଦୁର୍ଘଟଣାର ଆଶଙ୍କା ଲାଗିରହିଛି ।
ଗୋଛାପଡା ଅଞ୍ଚଳରେ ସ୍ଥାପିତ ୫ ଟି କ୍ରସରରୁ ଦୈନିକ ଶତାଧିକ ଭାରିଯାନ ଗୃହ ନିର୍ମାଣ ସାମଗ୍ରୀ ନେଇ ଗୁନ୍ଦୁଳିଆ ରାସ୍ତା ଓ ବାଉଁଶୁଣୀ ଛକ ଏବଂ ବଜାର ଦେଇ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥକୁ ବାହାରୁଥିବାରୁ ଏହି ସବୁବେଳେ ଟ୍ରାଫିକ ସମସ୍ୟା ସହିତ ଦୁର୍ଘଟଣାର ଆଶଙ୍କା ସୃଷ୍ଟି ହେଉଅଛି । ବିଦ୍ୟାଳୟ ସମୟରେ ଏହି ରାସ୍ତା ଦେଇ କ୍ରସର ଗୁଡିକରୁ ଭାରିଯାନ ଚଳାଚଳ ପାଇଁ ପୋଲିସ ପକ୍ଷରୁ କଟକଣା କରାଯାଇଥିଲେ ମଧ୍ୟ କ୍ରସରମାଲିକମାନେ ଏହାକୁ ଖାତିର କରୁନଥିବାରୁ ସାଧାରଣଲୋକଙ୍କ ଧନ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଅଛି ।
ଏହାବ୍ୟତୀତ ଏଠାରେ କୌଣସି ପାର୍କିଂ ବ୍ୟବସ୍ଥା ନଥିବାରୁ ଦୈନନ୍ଦିନ କାର୍ଯ୍ୟରେ ଦୋକାନ ବଜାର ଆସୁଥିବା ଲୋକମାନେ ମଧ୍ୟ ରାସ୍ତା ପାଶ୍ୱର୍ରେରହିଁ ଗାଡି ଗୁଡିକ ରଖି ଦେଉଥିବାରୁ ଟ୍ରାଫିକ ସମସ୍ୟା ଅଧିକ ଜଟିଳ ହୋଇପଡୁଛି । ବାଉଁଶୁଣୀ ଛକ ଉପରେ ନିକଟସ୍ଥ ୮ ଟି ପଞ୍ଚାୟତର ଲୋକ ଦୈନନ୍ଦିନ ବଜାର ଠାରୁ ଆରମ୍ଭ କରି ଶିକ୍ଷା,ସ୍ୱାସ୍ଥ୍ୟସେବା,ବ୍ୟାଙ୍କ ଆଦି କାର୍ଯ୍ୟରେ ନିର୍ଭର କରିଥାନ୍ତି ।
ତେଣୁ ବାଉଁଶୁଣୀ ଠାରେ ବାଇପାସ ନିର୍ମାଣ କରାଗଲେ ଏହି ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ମତପ୍ରକାଶ ପାଉଅଛି । ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଅଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031