Indus Valley Times

ବୌଦ୍ଧ : ସାମ୍ବାଦିକଙ୍କୁ ପେନସନ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

 Breaking News

ବୌଦ୍ଧ : ସାମ୍ବାଦିକଙ୍କୁ ପେନସନ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

ବୌଦ୍ଧ : ସାମ୍ବାଦିକଙ୍କୁ ପେନସନ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର
February 06
10:12 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୬/୨ : ସାମ୍ବାଦିକଙ୍କୁ ଅବସରକାଳୀନ ପେନସନ ଓ ସାମାଜିକ ସୁରକ୍ଷା ନେଇ ଓଡିଶା ସାମ୍ବାଦିକ ୟୁନିୟନ (ଓୟୁଜେ ) ଦୀର୍ଘ ବର୍ଷ ହେଲା ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରି ଆସୁଛି ।
ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ବିଭିନ୍ନ ଦାବି ପୂରଣ କରିଥିବା ବେଳେ ସାମ୍ବାଦିକଙ୍କୁ ଅବସର କାଳୀନ ପେନସନ ପ୍ରଦାନ କରାଯିବା ସହ ସାମ୍ବାଦିକ ମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି।
ରାଜ୍ୟ ସଂଘର ପରାମର୍ଶ କ୍ରମେ ଓୟୁଜେ ବିଭିନ୍ନ ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଦାବି ପତ୍ର ଦିଆଯାଇଛି ।
ରାଜ୍ୟ ସଂଘର ସଭାପତି ପ୍ରସନ୍ନ ମହାନ୍ତିଙ୍କ ପରାମର୍ଶ କ୍ରମେ ବୌଦ୍ଧ ଜିଲ୍ଲା ଓୟୁଜେ ଶାଖା ପକ୍ଷରୁ ଜିଲ୍ଲା ସଭାପତି କମ୍ଭୁଧର କ୍ଷେତି ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳ ଜେ.ସୋନାଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଏକ ଦାବିପତ୍ର ସୋମବାର ସନ୍ଧ୍ୟାରେ ପ୍ରଦାନ କରିଛନ୍ତି ।
ଦାବିପତ୍ର ପ୍ରଦାନ ବେଳେ ସଭାପତି କମ୍ଭୂଧର କ୍ଷେତି, ସାଧାରଣ ସମ୍ପାଦକ ମନରଞ୍ଜନ ନାଏକ , ଉପଦେଷ୍ଟା କରୁଣାକର ମେହେର, କୋଷାଧ୍ୟକ୍ଷ ନବକିଶୋର ମେହେର, ସଦସ୍ୟ ଜୟାନନ୍ଦ ମିଶ୍ରଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031