Indus Valley Times

ବୌଦ୍ଧ : ସାର ଯୋଗାଣରେ ଅବହେଳା ନେଇ ବିଜୁ କୃଷକ ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

 Breaking News

ବୌଦ୍ଧ : ସାର ଯୋଗାଣରେ ଅବହେଳା ନେଇ ବିଜୁ କୃଷକ ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବୌଦ୍ଧ : ସାର ଯୋଗାଣରେ ଅବହେଳା ନେଇ ବିଜୁ କୃଷକ ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
September 01
20:43 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧/୯: କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅନୁରୋଧ ସତ୍ୱେ ରାଜ୍ୟର ଚାଷୀଙ୍କ ପାଇଁ ଆବଶ୍ୟକ ସମୟରେ ସାର ଯୋଗାଣରେ ଅବହେଳା ନେଇ ଆଜି ବିଜୁ କୃଷକ ଜନତା ଦଳ ପକ୍ଷରୁ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଚଳିତବର୍ଷ ରାଜ୍ୟରେ ଖରିଫ ଋତୁରେ ୬୧ ଲକ୍ଷ ୯୬ ହଜାର ହେକ୍ଟର ଜମିରେ ଧାନ ଓ ଅଣଧାନ ଫସଲ ହୋଇଥିବାବେଳେ ଆବଶ୍ୟକ ସମୟରେ ଚାଷୀଙ୍କୁ ସାର ମିଳୁନଥିବାରୁ ଅନେକ ଚାଷୀପରିବାର ଫସଲ ବଞ୍ଚାଇବାକୁ ଚିନ୍ତାରେ ରହିଛନ୍ତି ।
ମିଳିଥିବା ସୂଚନା ମୁତାବକ ୧ଲକ୍ଷ ୫୦ ହଜାର ହେକ୍ଟର ଜମିରେ ଧାନରୁ ଅଧିକ ଲାଭଦାୟକ ଫସଲ ଯଥା- ମକା,କପା ଓ ପନିପରିବା ଚାଷ କରାଯାଇଛି । ଏହି ଫସଲଗୁଡିକ ଅଧିକ ସାର ଆବଶ୍ୟକ କରିଥାନ୍ତି । ଫସଲର ଅଭିବୃଦ୍ଧି ପାଇଁ ଖରିଫ ଋତୁରେ ଜୁଲାଇରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସାର ପ୍ରୟୋଗର ପ୍ରକୃଷ୍ଟ ସମୟ ହୋଇଥାଏ ।
ଚଳିତବର୍ଷ କେନ୍ଦ୍ର ସରକାରଙ୍କ ସାର ମନ୍ତ୍ରଣାଳୟ ଖରିଫ ଋତୁ ପାଇଁ ରାଜ୍ୟକୁ ୪ ଲକ୍ଷ ୫୦ ହଜାର ମେଟ୍ରିକ ଟନ୍ ୟୁରିଆ ସାର,୨ ଲକ୍ଷ ମେଟ୍ରିକ ଟନ୍ ଡିଏପି,୧ ଲକ୍ଷ ମେଟ୍ରିକ ଟନ୍ ଏମଓପି, ଓ ୨ ଲକ୍ଷ ମେଟ୍ରିକ ଟନ୍ କମ୍ପେ୍ଲକ୍ସ ସାର ଯୋଜନା ଅନୁସାରେ ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ । ସେହି ମୁତବାକ ମାସିକ ଯୋଗାଣ ଯୋଜନା ଅନୁଯାୟୀ ବର୍ତ୍ତମାନ ଅଗଷ୍ଟ ୩୦ ତାରିଖ ସୁଦ୍ଧା ରାଜ୍ୟକୁ ୩ ଲକ୍ଷ ୧୦ ହଜାର ମେଟ୍ରିକ ଟନ୍ ୟୁରିଆ,୧ ଲକ୍ଷ ୮୫ ହଜାର ମେଟିକ୍ ଟନ୍ ଡିଏପି,୮୫ ହଜାର ମେଟ୍ରିକ ଟନ୍ ଏମଓପି ଓ ୧ ଲକ୍ଷ ୮୨ ହଜାର ମେଟ୍ରିକ୍ ଟନ୍ କମ୍ପେ୍ଲକ୍ସ ସାର କେନ୍ଦ୍ର ସରକାର ଯୋଗାଇଦେବା କଥା ।
କିନ୍ତୁ ଅଦ୍ୟାବଧି କେବଳ ୨ ଲକ୍ଷ ୧୭ ହଜାର ମେଟ୍ରିକ ଟନ୍ ୟୁରିଆ,୧ ଲକ୍ଷ ୪୦ ହଜାର ମେଟ୍ରିକ୍ ଟନ୍ ଡିଏପି,୫୦ ହଜାର ମେଟ୍ରିକ ଟନ୍ ଏମଓପି ଓ ୧ ଲକ୍ଷ ୫୦ ହଜାର ମେଟ୍ରିକ ଟନ୍ କମ୍ପେ୍ଲକ୍ସ ସାର ଯୋଗାଇଦେଇଛନ୍ତି । ରାଜ୍ୟର ଚାଷୀଙ୍କ ଆବଶ୍ୟକ ଚାହିଦାଠାରୁ ୯୩ ହଜାର ମେଟ୍ରିକ ଟନ୍ ୟୁରିଆ,୪୫ ହଜାର ମେଟ୍ରିକ ଟନ୍ ଡିଏପି,୩୫ ହଜାର ମେଟ୍ରିକ ଟନ୍ ଏମଓପି ଓ ୩୨ ହଜାର ମେଟ୍ରିକ ଟନ୍ ଏମଓପି ସାର କମ ମିଳିଛି । ଆବଶ୍ୟକ ସମୟରେ ଫସଲରେ ସାର ପ୍ରୟୋଗ ନହେଲେ ଚାଷୀମାନେ କ୍ଷତିର ଶୀକାର ହେବେ ଏବଂ ରାଜ୍ୟର ଫସଲ ଉତ୍ପାଦନ ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଇବ ।
ପୂର୍ବରୁ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ କୃଷିମନ୍ତ୍ରୀ କେନ୍ଦ୍ରର ସରକାରଙ୍କ ରସାୟନ ଓ ସାର ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରି ଆବଶ୍ୟକୀୟ ସାର ଯୋଗାଇଦେବାକୁ ଅନୁରୋଧ କରିଥିଲେ ମଧ୍ୟ ରାଜ୍ୟର ଚାଷୀମାନଙ୍କୁ ଆବଶ୍ୟକ ସମୟରେ ସାର ଯୋଗାଇବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି ଓ ଏହାର ରାଜ୍ୟର ଚାଷୀମାନଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଚରମ ଅବହେଳା ବୋଲି ରାଜ୍ୟ ବିଜୁ କୃଷକ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।
ଏହି ମର୍ମରେ ଏକ ଦାବିପତ୍ର ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିବାବେଳେ ଖରିଫ ଚାଷ ପାଇଁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ରାଜ୍ୟର ଚାଷୀମାନଙ୍କ ଆବଶ୍ୟକତା ମୁତାବକ ରାସାୟନିକ ସାର ଯୋଗାଇଦେବାକୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ତେବେ ଏହି ଧାରଣାକୁ ବିରୋଧି କଟାକ୍ଷ କରି କହିଛନ୍ତିଯେ, ବିଜେଡି ଦଳର ଏହି କାର୍ଯ୍ୟକ୍ରମ ହାସ୍ୟସ୍ପଦ ଅଟେ । ବୌଦ୍ଧ ଜିଲ୍ଲା ରେ ଜଳର ଉତ୍ସ ରହିଥିଲେ ମଧ୍ୟ ଯେଉଠି ଜଳଭଣ୍ଡାର ଗୁଡିକ ସୁଖିଲା ପଡିଛି ସେକ୍ଷେତ୍ରରେ ଚାଷୀଙ୍କ ଚାଷ କାର୍ଯ୍ୟରେ ଆବଶ୍ୟକ ସାର ପାଇଁ ଚିନ୍ତା କରିବା କିଛି ଯଥାର୍ଥ ନାହିଁ ।
ତେଣୁ ରାଜ୍ୟ ସରକାର ପ୍ରଥମେ ଜଳ ସଂଚୟ ଓ ସେଚନର ବ୍ୟବସ୍ଥା କରୁ ନହେଲେ ଆଗକୁ ଚାଷ ପାଇଁ ପରିସ୍ଥିତି ଜଟିଳ ହୋଇଯିବ ବୋଲି ଏଠାରେ ପ୍ରକାଶ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଏହି ଧାରଣାରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ,ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ କୁମାର ନାୟକ, ରାଜ୍ୟ ସମ୍ପାଦକ ଅଶୋକ କୁମାର ସାହୁ, ବରିଷ୍ଠ ନେତା ତାରେଣି ମହାପାତ୍ର, ସୁବାଷ ସାହୁ, ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ଛାତ୍ର ବିଜେଡି ସଭାପତି ସଂଗ୍ରାମ ଦାସ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠୀ, ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ବୌଦ୍ଧ ବ୍ଲକ ଉପାଧ୍ୟକ୍ଷ ମନୋରଂଜନ ପୁରୋହିତ,ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।

ମାସିକ ଆଠ ହଜାର ଟଙ୍କା ଦରମା ଦାବିରେ ଗାଁ ସାଥି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ
ବୌଦ୍ଧ,୧/୯: ବୌଦ୍ଧଜିଲ୍ଲା ଗାଁ ସାଥି ସଂଘ ପକ୍ଷରୁ ୫ ଦଫା ଦାବି ପୁରଣ ନେଇ ଆଜି ଗାଁ ସାଥି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଗାଁ ସାଥିମାନଙ୍କୁ ମାସିକ ଆଠ ହଜାର ଟଙ୍କା ଦରମା ବ୍ୟବସ୍ଥା, ଗାଁ ସାଥି ବିରୋଧରେ ହୋଇଥିବା ତିନୋଟି ଚିଠି ପ୍ରତ୍ୟାହାର, ପ୍ରତ୍ୟକ ଗାଁ ସାଥିଙ୍କୁ କରୋନା ସହାୟତା ୨୦ ହଜାର ଟଙ୍କା, ସମସ୍ତଙ୍କୁ ମାସିକ ଦଶ ଦିନ ଓ ବର୍ଷକୁ ଶହେ ଦିନ ଅତିକମରେ କାମ ଯୋଗାଇଦେବା, ଶ୍ରମିକମାନଙ୍କୁ ଏମଜିଏନଆରଜିଏରେ ଦିନକୁ ମଜୁରୀ ୨୨୫ ଟଙ୍କା ପରିବର୍ତ୍ତେ ୩୦୦ ଟଙ୍କା କରିବା ଦାବି ସହିତି ଗାଁ ସାଥିମାନଙ୍କ ଡାଟା ବେସ ପ୍ରସ୍ତୁତ ।
ସମସ୍ତଙ୍କୁ ସିଆଇ କାର୍ଡ ପରିଚୟ ପ୍ରଦାନ, ଗାଁ ସାଥିମାନଙ୍କ ପ୍ରାପ୍ୟ ଯଥା ଶିଘ୍ର ପ୍ରଦାନ, ପ୍ରତିମାସରେ ଥରେ ବ୍ଲକସ୍ତରୀୟ ସମୀକ୍ଷା ବୈଠକ ଆଦି ଦାବି ରେ ଗାଁ ସାଥି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଅଖଣ୍ଡ ଭବସାଗର, ମହିମା ବତୀ ଭୋଇ, ହେମନ୍ତ ବାଘ,ଜ୍ଞାନରଂଜନ ବେହେରା, ଠାକୁର ଚରଣ ନାଏକ, ଲିଙ୍ଗରାଜ ପ୍ରଧାନ ପ୍ରମୁଖ ସାମିଲଥିଲେ ।
ବୌଦ୍ଧଜିଲ୍ଲରେ ନବାନ୍ନ ପାଇଁ ବ୍ରାହ୍ମଣ ସମାଜ ପକ୍ଷରୁ ଲଗ୍ନ ସମୟ ସ୍ଥିର ହେଲା
ବୌଦ୍ଧ,୧/୯: ବୌଦ୍ଧ ଜିଲ୍ଲାରେ ନୂଆଖାଇ ପର୍ବକୁ ମହାସମାରୋହରେ ପାଳନ କରାଯାଇଥାଏ । ବୁଧବାର ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ଶ୍ରୀଚନ୍ଦ୍ରଚୂଡ ମନ୍ଦିର ପରିସରରେ ବରିଷ୍ଠ ପଣ୍ଡିତ ମଣ୍ଡଳି ଓ ଜ୍ୟୋର୍ତିବିଦ୍‌ମାନଙ୍କ ଦ୍ୱାରା ନବାନ୍ନ ଲଗ୍ନ ସମୟ ସ୍ଥିର କରାଯାଇଛି । ଭାଦ୍ରବ ମାସ ଶୁକ୍ଳପକ୍ଷ ପଂଚମୀ (ଋଷି ପଂଚମୀ) ଶନିବାର ଇଂ ତା.୧୧.୦୯.୨୦୨୧ରିଖ ଶୁଭବେଳା (ଅମୃତ ବେଳା) ବିଶୁଦ୍ଧ ବିଛାଲଗ୍ନ ମିଥୁନ ନବାଂଶେ ଦିବା ଘ.୧୨.୩୦ ମିନିଟ ଗତେ ଦିବା ଘ.୧.୪୫ ମିନିଟ ମଧ୍ୟରେ ବୌଦ୍ଧଜିଲ୍ଲାର ସମସ୍ତ ମନ୍ଦିର ଓ ପୀଠରେ ନବାନ୍ନ ଅର୍ପଣ କରାଯିବ ଓ ନବାନ୍ନ ଭକ୍ଷଣ କରାଯିବ ।
ବ୍ରାହ୍ମଣ ସମାଜ ପକ୍ଷରୁ ଜିଲ୍ଲାର ସମସ୍ତ ଆଞ୍ଚଳିକ ସମାଜ ଓ ମନ୍ଦିର ମଠର ମୁଖ୍ୟ କାର୍ଯ୍ୟକର୍ତାମାନଙ୍କୁ ଜଣାଇ ଦିଆଯିବ । ଆଜିର ବୈଠକରେ ସଭାପତି ଗୁରୁପ୍ରସାଦ ଦାଶ, ସଂପାଦକ ଦେବାଶିଷ ପୁରୋହିତ, ବରିଷ୍ଠ ପଣ୍ଡିତ ରାମଚନ୍ଦ୍ର ପାଣିଗ୍ରାହୀ, ଶ୍ରୀ ଚନ୍ଦ୍ରଚୂଡ ମନ୍ଦିରର ପୁଜକ ପ୍ରଦିପ କୁମାର ବିଶି, ଶ୍ରୀଜଗନ୍ନାଥ ମନ୍ଦିରର ପୁଜକ ବିଭୁଦତ ପଣ୍ଡା, ଜ୍ୟୋର୍ତିବିଦ୍ ତଥା ଆଚାର୍ଯ୍ୟ ହରିବନ୍ଧୁ ଶତପଥି ପ୍ରମୁଖ ଉପସ୍ଥିତ ରହିଥିଲେ
ବୌଦ୍ଧ : ୨୫ କେଜି ଗଞ୍ଜେଇ ଜବତ, ୩ ଗିରଫ
ବୌଦ୍ଧ;୧/୯: ବୌଦ୍ଧ ପୋଲିସ ଗତକାଲି ବିଶ୍ୱସ୍ତ ସୁତ୍ରରୁ ଖବରପାଇ ବଘିଆପଡା ଅଂଚଳରୁ ବିହାର ଚାଲାଣ ହେଉଥିବା ଏକ ଗଞ୍ଜେଇ ଗାଡିକୁ ସିଜ କରିବାସହ ତିନିଜଣ ଆନ୍ତରାଜ୍ୟ ବ୍ୟବସାୟୀଙ୍କୁ ଗିରଫ କରିଛି । ପୋଲିସ ସୁତ୍ରରୁ ପ୍ରକାଶଯେ ବଘିଆପଡା ଅଂଚଳରୁ ବିହାର ରାଜ୍ୟକୁ ଏକ ମାରୁତି ଓମିନି ଗାଡିରେ ୨୫କେଜି ଗଞ୍ଜେଇ ଚାଲାଣ କରାଯଉଥିଲା । ପୋଲିସ ତାଙ୍କୁ ପିଛାକରି ବୌଦ୍ଧ ଥାନା ଅନ୍ତର୍ଗତ ଛତିନିଆକଟା ଛକ ନିକଟରେ କାବୁ କରିନେଇଥିଲା ।
ଗାଡି ଭିତରେ ତିନିଜଣ ବ୍ୟକ୍ତିଙ୍କ ସମେତ ଏକ ବସ୍ତାରେ ଗଞ୍ଜେଇ ମହଜୁଦ ଥିଲା । ପୋଲିସ ଗଞ୍ଜେଇ ସହ ଗାଡି ଓ ତିନିଜଣ ବ୍ୟକ୍ତି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଅଂଚଳ ରଥପୁର ଗ୍ରାମର ଭରତ ମେହେର(୩୬) ଙ୍କ ସମେତ ଦୁଇଜଣ ଆନ୍ତରାଜ୍ୟ ବେପାରୀ ପଶ୍ଚିମ ବଙ୍ଗାଲ କୁସିନାଗଡ ଅଂଚଳର ସଲିମ୍ (୪୧)ଓ ବିହାର ରାଜ୍ୟର ପଶ୍ଚିମ ଚମ୍ପାରନ ଅଂଚଳର ରତନ ସଂଜୟ(୧୬)ଙ୍କୁମଧ୍ୟ ଗିରଫ କରିଛି ।
ତେବେ ଏମାନେ ବିହାର ଅଂଚଳକୁ ଗଞ୍ଜେଇ ଚାଲାଣ କରୁଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା । ଆଜି ସିଜ ଗଞ୍ଜେଇ, ବ୍ୟବହୃତ ଓମିନି ଗାଡି ଓ ତିନି ଅଭିଯୁକ୍ତକୁ କୋର୍ଟକୁ ଚାଲାଣ କରିଥିବା ଥାନା ଅଧିକାରୀ ତପସ୍ୱିନୀ କହଁର ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031