Indus Valley Times

ବୌଦ୍ଧ : ସୂର୍ଯ୍ୟ ନମସ୍କାର ମାଧ୍ୟମରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ପାଳନ

 Breaking News

ବୌଦ୍ଧ : ସୂର୍ଯ୍ୟ ନମସ୍କାର ମାଧ୍ୟମରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ପାଳନ

ବୌଦ୍ଧ : ସୂର୍ଯ୍ୟ ନମସ୍କାର ମାଧ୍ୟମରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ପାଳନ
February 13
21:29 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୈାଦ୍ଧ,୧୩/୨ : ରବିବାର ସମଗ୍ର ଭାରତ ବର୍ଷରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ୧୯୮ତମ ଜୟନ୍ତୀ ପାଳନ କରାଯାଇଛି । ବୌଦ୍ଧଜିଲ୍ଲା ଭାରତ ସ୍ୱାଭିମାନ ଟ୍ରଷ୍ଟ ବୌଦ୍ଧଶାଖା ତରଫରୁ ଷ୍ଟାଡିୟମ ପରିସରରେ ଯୋଗକେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ହୋଇଥିଲା ।
ସ୍ୱାଧିନତାର ୭୫ବର୍ଷ ଅବସରରେ ୭୫କୋଟି ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ମାଧ୍ୟମରେ ସୂର୍ଯ୍ୟ ନମସ୍କାର କରି ସ୍ୱାମିଜୀଙ୍କ ଜୟନ୍ତୀ ପାଳନ କରାଯାଥିଲା । ଏଥିରେ ଭାରତ ସ୍ୱାଭିମାନ ଟ୍ରଷ୍ଟର ଜିଲ୍ଲା ପ୍ରଭାରୀ ଦେବାଶିଷ ପୁରୋହିତ ସ୍ୱାମିଜୀଙ୍କ କାର୍ଯ୍ୟଶୈଳୀ ଉପରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପୋଲିସ କନେଷ୍ଟବଲ ସଂଘର ସଂପାଦକ ହୃଷିକେଶ ମେହେର, ଅଧ୍ୟାପକ ପ୍ରବିର ଦାସ, ବିଜୟ ସାହୁ, ଆଶୁତୋଷ ମହାପାତ୍ର, ବିକାଶ ଅଗ୍ରୱାଲା, ଶେଷଦେବ ସାମଲ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
୭୫କୋଟି ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମରେ ବୌଦ୍ଧଜିଲ୍ଲାର ୧୫ଗୋଟି ଅନୁଷ୍ଠାନ ସାମିଲ ହୋଇଥିବା ବେଳେ ଆଜି ସୁଦ୍ଧା ୫ଲକ୍ଷ ସୂର୍ଯ୍ୟ ନମସ୍କାର ଅଭ୍ୟାସ କରାଯାଇଅଛି । ଆସନ୍ତା ୨୦ ତାରିଖ କାର୍ଯ୍ୟକ୍ରମ ଶେଷ ହୋବାକୁ ଥିବା ବେଳେ ବୌଦ୍ଧଜିଲ୍ଲା ପକ୍ଷରୁ ୧୦ ଲକ୍ଷ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି ।
ବେନର ପୋଷ୍ଟର ଚିରାକୁ ନେଇ ସାମ୍ପୋଚ ଗ୍ରାମରେ ଉତେଜନା
ବୌଦ୍ଧ,୧୩/୨: ବୌଦ୍ଧଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ନେଇ ରାଜନିତି ସରଗମ ହୋଇ ଉଠିଥିବା ବେଳେ ନିର୍ବାଚନକୁ ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଛୋଟ ବଡ ରାଜନିତି ହିଂସା ଦେଖିବାକୁ ମିଳିଥିବା ବେଳେ ହରଭଙ୍ଗା ବ୍ଲକର ସାମ୍ପୋଚ ପଂଚାୟତରେ ବେନର ଓ ପୋଷ୍ଟର ଚିରାକୁ ନେଇ ଅଂଚଳରେ ଉତେଜନା ଦେଖାଦେଇଛି । ଅଂଚଳର କିଛି ବ୍ୟକ୍ତି ରାତିରେ ନିର୍ଦ୍ଦିଷ୍ଟ ଏକ ପ୍ରାର୍ଥୀଙ୍କ ବେନର , ପୋଷ୍ଟର ଚିରୁଥିବା ଓ ଛିଡାଉ ଦେବାନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ପରେ ଅଂଚଳରେ ଉତେଜନା ଦେଖା ଯିବା ସହିତ ଆଗାମୀ ଦିନରେ ଏକ ବଡ ହିଂସା ଘଟିବାର ସମ୍ଭାବନା ଦେଖାଦେଉଛି ।
କୋର୍ଟ କର୍ମଚାରୀଙ୍କ ବେକରୁ ସୁନାଚେନ ଟାଣି ନେଇଗଲେ ଅଜଣା ଦୁର୍ବୃତ୍ତ
ବୌଦ୍ଧ,୧୩/୨ : ବୌଦ୍ଧ କୋର୍ଟର ଜଣେ କର୍ମଚାରୀଙ୍କ ବେକରୁ ଦିନ ଦ୍ୱିପ୍ରହରେ ସୁନା ଚେନ ଲୁଟି ନେଇ ଦୁଇଜଣ ଦର୍ବୃତ୍ତ ଫେରାର ହୋଇଯିବା ଘଟଣାକୁ ନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି ।
ସୂଚନା ମୁତାବକ ଘଟଣାର ୧୫ଦିନ ପରେ ବୌଦ୍ଧଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ଗତ ଜାନୁୟାରୀ ୨୫ ତାରିଖ ଦିନ ସନ୍ଧ୍ୟା ୫ ଘଣ୍ଟା ସମୟରେ ଜିଲ୍ଲା ସିଜେଏମଙ୍କ ଅଦାଲତର ମହିଳା କର୍ମଚାରୀ ରଂଜିତା କହଁର ଅଦାଲତି କାର୍ଯ୍ୟ ସରିବାପରେ ଅଫିସ୍‌ର କିଛି ଫାଇଲ ଧରି ବିଚାରପତିଙ୍କ ଘରକୁ ନେଇ ଯାଉଥିବାବେଳେ ରାସ୍ତାରେ ଦୁଇଜଣ ଅଜଣା ଦୁର୍ବୃତ୍ତ ତାଙ୍କୁ ଅଟକାଇ ହଠାତ ବେକର ୪ ଗ୍ରାମ ଓଜନର ସୁନା ଚେନ ଟାଣିନେଇ ଫେରାର ହୋଇଯାଇଥିଲେ ।
ଏହି ଘଟଣା ପରେ ରଂଜିତା ଅନେକ ଖୋଜା ଖୋଜି କରିବା ପରେ କୌଣସି ସୂଚନା ନପାଇ ଘଟଣା ୧୫ ଦିନ ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବୌଦ୍ଧ ପୋଲିସ ଥାନା କେସ ନମ୍ବର ୬୨/୨୨ ରେ ମୋକଦ୍ଦମା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।
ବୌଦ୍ଧରେ କନ୍ଧମାଳ ସାଂସଦ ଓ ବିଧାୟକଙ୍କ ନିର୍ବାଚନ ପ୍ରଚାର
ବୌଦ୍ଧ,୧୩/୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ତିନିଦିନ ବାକି ଥିବାବେଳେ କନ୍ଧମାଳ ସାଂସଦ ଡଃ. ଅଚ୍ୟୁତାନନ୍ଦ ସାମନ୍ତ ଜିଲ୍ଲାର ବିଭିନ୍ନ ଜିଲ୍ଲାପରିଷଦ ଜୋନରେ ପ୍ରଚାର କରିଛନ୍ତି ।
ସାଂସଦଙ୍କ ସହିତ ବୌଦ୍ଧ ବିଧାୟକ ପ୍ରଦିପ ଅମାତ, କଣ୍ଟାମାଳ ବିଧାୟକ ମହିଧର ରଣା,ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ ଓ ସୁଧୀର ମହାକୁଡ,ଜିଲ୍ଲା ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର,ରାଜ୍ୟ ଯୁଗ୍ମ ସଂପାଦକ ଅଶୋକ କୁମାର ସାହୁ,ସାଂସଦ ପ୍ରତିନିଧି ତାରେଣି ମହାପାତ୍ର ପ୍ରମୁଖ ବିଭିନ୍ନ ନିର୍ବାଚନୀ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031