Indus Valley Times

ବୌଦ୍ଧ: ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

 Breaking News

ବୌଦ୍ଧ: ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

August 04
21:44 2020

କମ୍ଭୁ ଧର ଖେତୀ ଙ୍କ ରିପୋର୍ଟ
ବୌଦ୍ଧ,୪/୮ : କରୋନା ମହାମାରୀ ସମୟରେ ବୌଦ୍ଧ ଜିଲ୍ଲାର ସଦର ମହକୁମାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କିଭଳି ପାଳନ ହେବ ସେ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟର ସଭାଗୃହରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଅଗଷ୍ଟ ୧୫ ତାରିଖ ପ୍ରାତଃ ସମୟରୁ ସହରରେ ରାମଧୁନ୍ କରାଯିବ ଓ ସମସ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀ ମାନଙ୍କରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ ।

 କଚେରୀ ଖେଳ ପଡିଆରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପ୍ୟାରେଡରେ ପଞ୍ଚମ ଆଇ.ଆର.ବି. ବାଟାଲିୟନ୍ ବଲାସିଙ୍ଗା, ଜିଲ୍ଲା ପୋଲିସ୍‌, ବୌଦ୍ଧ ପଂଚାୟତ କଲେଜର ଏନ.ସି.ସି. ଓ ସ୍କାଉଟ୍ ଏଭଳି ମୋଟ୍ ଚାରି ଗୋଟି ଦଳ ପ୍ୟାରେଡରେ ଅଂଶଗ୍ରହଣ କରିବେ । ସକାଳ ୯. ୧୫ ମିନିଟ ସମୟରେ ପତାକା ଉତ୍ତୋଳନ କରାଯିବ । ଏହି ଅବସରରେ କରୋନା ଯୋଦ୍ଧାମାନଙ୍କୁ ଓ ପ୍ଲାଜମା ଦାନ କରିଥିବା ବ୍ୟକ୍ତିବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ନିଷ୍ପତି ନିଆଯାଇଛି । କୋଭିଡ୍ ୧୯ ଗାଇଡଲାଇନ ଆଧାରରେ ସମସ୍ତ କାର‌୍ୟକ୍ରମ ନିରାଡମ୍ବର ଭାବରେ ସାଧାରଣ ଲୋକଙ୍କ ବିନା ଉପସ୍ଥିତିରେ କରାଯିବାକୁ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ଆରକ୍ଷୀ ଅଧିକ୍ଷକ ଭି. ରଘୁନାଥ ରାଓ, ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତି ରଂଜନ ନାଏକ, ଉପ ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ, ସଂସ୍କୃତି ବିଭାଗ ଅଧିକାରୀ ଶିଶିର କୁମାର ସାହୁ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031