Indus Valley Times

ବୌଦ୍ଧ: ୫୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପରିଦର୍ଶନରେ ପଠାଇଲା ଜିଲ୍ଲା ପ୍ରଶାସନ

 Breaking News

ବୌଦ୍ଧ: ୫୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପରିଦର୍ଶନରେ ପଠାଇଲା ଜିଲ୍ଲା ପ୍ରଶାସନ

ବୌଦ୍ଧ: ୫୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପରିଦର୍ଶନରେ ପଠାଇଲା ଜିଲ୍ଲା ପ୍ରଶାସନ
June 03
10:31 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩/୬: ବୌଦ୍ଧ ଜିଲ୍ଲାରେ ମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖିଥିବା ୫୨ ଜଣ ମେଧାବୀ ଛାତଛାତ୍ରୀଙ୍କୁ ସେମାନଙ୍କର ଉଚ୍ଚ ଶିକ୍ଷା ଗ୍ରହଣ ପୂର୍ବରୁ ଜ୍ଞାନ ଆହରଣ ପାଇଁ ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନ ଓ ଅନୁଷ୍ଠାନ ପରିଦର୍ଶନରେ ପଠାଯାଇଛି । ଜିଲ୍ଲାପାଳ ଶ୍ରୀ ସାହୁ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଭଲ ଶିକ୍ଷା ଗ୍ରହଣ କରି ଜୀବନରେ ଜଣେ ସଫଳ ମଣିଷ ହେବାକୁ ପରାମର୍ଶ ଦେବା ସହିତ ବିଭିନ୍ନ ସ୍ଥାନ ଓ ଅନୁଷ୍ଠାନ ବୁଲି ନୂତନ ଅଭିଜ୍ଞତା ଓ ଅନୁଭୁତି ହାସଲ କରିବା ପାଇଁ କହିଥିଲେ ।
ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପରିଦର୍ଶନର ସମସ୍ତ ବ୍ୟବସ୍ଥା କରାଯାଇଥିବାବେଳେ ସେମାନଙ୍କୁ ଭୁବନେଶ୍ୱରର ବଡ ବଡ ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟ,ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ,ଆଇଆଇଟି,ରାଜ୍ୟ ସଂଗ୍ରହାଳୟ ,ବିଜ୍ଞାନ ପାର୍କ,ପଠାଣି ସାମନ୍ତ ପ୍ଲାନେଟୋରିୟମ,ଏମସ ଚିକିତ୍ସା. ପରିଜା ଲାଇବ୍ରେରୀ ଆଦି ବୁଲାଇବାର ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀମାନଙ୍କ ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ. ଉଦୟନାଥ ମାଝି,୧୦ ଜଣ ଗାଇଡ ଶିକ୍ଷକ, ଜିଲ୍ଲା ପ୍ରଶାସନର ଦୁଇଜଣ ଅଧିକାରୀ ଏକ ସ୍ୱତନ୍ତ୍ର ବସରେ ଯାଇଥିବା ଜଣାଯାଇଛି ।
ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରାଯିବା ସହିତ ସବୁଜ ପତାକା ଦେଖାଇ ଜିଲ୍ଲାପାଳ ଶ୍ରୀ ସାହୁ ଓ ଅନ୍ୟ ଅଧିକାରୀମାନେ ଶୁଭଯାତ୍ରା ଆରମ୍ଭ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟଭଞ୍ଜନ ମଦନ ମୋହନ ପାତ୍ର,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ,ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ଆନନ୍ଦ କୁମାର ବେହେରା,ଜିଲ୍ଳା ଜରୂରୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
ଦରମା ବୃଦ୍ଧି ଦାବୀରେ ସମୁହ ଛୁଟିରେ ଗଲେ ଅମଲା
ବୌଦ୍ଧ,୩/୬: ସାରା ରାଜ୍ୟରେ ମିଳିତ ଅମଲା ମଞ୍ଚପକ୍ଷରୁ ଦରମା ବୃଦ୍ଧି ଦାବୀରେ ଆନ୍ଦୋଳନ ଚଳାଇ ଆସୁଥିବା ବେଳେ ବୌଦ୍ଧ ଜିଲ୍ଲା ମିଳିତ ଅମଲା ମଞ୍ଚ ପକ୍ଷରୁ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛି । ଦୀର୍ଘ ଦିନ ହେବ ଅମଲା ମାନେ ମୁଳ ଦରମା ଗ୍ରେଡପେ ୪୨୦୦ ବୃଦ୍ଧି ଦାବୀ କରିଆସୁଥିଲେ ସୁଧା ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେପ ନେଉନାହାନ୍ତି । ଏନେଇ ଗତ ୨୨ ତାରିଖ ଠାରୁ କଳାବ୍ୟାଚ ପିନ୍ଧି ପ୍ରତିକାତ୍ମକ ଆନ୍ଦୋଳନ କରିଆସୁଥିବା ବେଳ ଗତ ୩୧ ତରିଖ ସୁଧା ସରକାର ଯଦି ପୁରଣ ନକରିନ୍ତି ତେବେ ଜୁନ ୧ ତାରିଖ ଠାରୁ ଅମଲା ମାନେ ଛୁଟିରେ ଯିବାକୁ ସରକାରଙ୍କୁ ଖୋଲା ଚାଲେଂଚ ଦେଇଥିଲେ ।
ଗୁରୁବାର ଦିନ ୧ ତାରିଖ ଥିବାରୁ ସରକାର କୌଣସି ପଦକ୍ଷେପ ଗ୍ରହଣ ନକିବାରୁ ବୌଦ୍ଧ ଜିଲ୍ଲାର ସମସ୍ତ ଅମଲା ମାନେ ସମୁହ ଛୁଟିରେ ରହିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ଧାରଣାରେ ବସିବା ସହ ଦାବୀ ନେଇ ବିଭିନ୍ନ ନାରାବାଜି ଦେଇଥିଲେ । ଅମଲା ମାନଙ୍କ ସମୁହ ଛୁଟି ଯୋଗୁଁ ପୁରାପୁରି ସରକାରୀ କାମ ଠପ ହୋଇପଡିଥିଲା । ଫଳରେ ଖରାରେ ଦୁର ଦୁରାନ୍ତରୁ ଆସିଥିବା ଲୋକମାନେ ନିରାଶ ହୋଇ ଫେରିଥିଲେ ।
ଜିଲ୍ଲାର ପ୍ରାୟ ୨୬୦ରୁ ଉର୍ଦ୍ଧ୍ୱ ଅମଲା ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଜଣାପଡିଛି । ଏଥିରେ ମିଳିତ ଅମଲା ମଂଚର ଅଧ୍ୟକ୍ଷ ମାନସ ରଂଜନ ସେଠୀ, ଜିଲ୍ଲା ଅମଲା ସଂଘର ଅଧ୍ୟକ୍ଷ ରାଜେନ୍ଦ୍ର ମହାପାତ୍ର,ସୁଦାମ ଚରଣ ମିଶ୍ର,ଲକ୍ଷ୍ମୀ ନାରାୟଣ ବଳିଆରସିଂ, ଭିକାରୀ ଚରଣ ଝାଙ୍କର,ପ୍ରକାଶ କହଁର, ଦିଲ୍ଲିପ ମେହେର,ସତ୍ୟନାରାୟଣ ପ୍ରଧାନ, ଶତ୍ରୃଜିତ ମହାପାତ୍ର, ସଂଜିବ ବସ୍ତିଆ, ଜଗନ୍ନାଥ ମହାପାତ୍ର, ପ୍ରେମାନନ୍ଦ ମେହେର,ଅବିନାଶ ମିଶ୍ର,ସରୋଜ ମେହେର ପ୍ରମୁଖ ସାମିଲ ଅଛନ୍ତି ।
ବୌଦ୍ଧଗଡ ଏନଏସି ପକ୍ଷରୁ ହିତାଧିକାରୀଙ୍କୁ ଭତା ବଣ୍ଟନ
ବୌଦ୍ଧ,୩/୬: ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ହିତାଧିକାରୀଙ୍କୁ ଭତା ପହଞ୍ଚାଇବା ଘୋଷଣା କରାଯିବାପରେ ବୌଦ୍ଧ ଏନଏସିର ପ୍ରତ୍ୟେକ ୱାର୍ଡରେ ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବୌଦ୍ଧଗଡ ଏନଏସି ୧ ନମ୍ବର ୱାର୍ଡ ମାଳିସାହି କମ୍ୟୁନିଟି ସେଣ୍ଟର ଠାରେ ୧ ଓ ୨ ନମ୍ବର ୱାର୍ଡର ବୃଦ୍ଧ,ବୃଦ୍ଧାମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯାଇଥିଲା । ଏହି ଅବସରରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର,ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର .ଏନଏସି ନିର୍ବାହୀ ଅଧିକାରୀ ଇଂ.ମନୋରଂଜନ ପଣ୍ଡା, ଷ୍ଟେଟବ୍ୟାଙ୍କ ଚିଫ ମ୍ୟାନେଜର ଓ ୧ ନମ୍ବର କାଉନସିଲର ଶ୍ୟାମସୁନ୍ଦର ବାରିକ ଓ ୨ ନମ୍ବର କାଉନସିଲର ଦେବାଶିଷ ବିଶି ପ୍ରମୁଖ ଉପସ୍ଥିତ ଥିଲେ ।
ବଗିଚାସାହି,ମାଳିସାହି ଓ ପଣୁଆସାହିର ୮୦ବର୍ଷରୁ ଉର୍ଦ୍ଧ୍ୱ ତିନିଜଣ ବୃଦ୍ଧାଙ୍କ ଘରକୁ ଯାଇ ଏନଏସି କର୍ତ୍ତୃପକ୍ଷ ଭତ୍ତା ବଣ୍ଟନ କରିଥିଲେ । ସେହିପରି ୩ ଓ ୪ ନମ୍ବର ୱାର୍ଡର ହିତାଧିକାରୀମାନଙ୍କୁ କୁଲିପଡା ଘାଟସ୍ଥିତ କମ୍ୟୁନିଟି ସେଣ୍ଟରଠାରେ ଏବଂ ୭,୮ ଓ ୯ ନମ୍ବର ୱାର୍ଡର ହିତାଧିକାରୀମାନଙ୍କୁ ଟାଉନହଲଠାରେ ଭତ୍ତା ପ୍ରଦାନ କରାଯାଇଥିଲା ।
ଏହି ଭତା ବଣ୍ଟନ କାର୍ଯ୍ୟକ୍ରମ ସମୟରେ ଏନଏସି କର୍ତ୍ତୃପକ୍ଷଙ୍କ ସହି ଟାକ୍ସ କଲେକ୍ଟର ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ୮ ନମ୍ବର କାଉନସିଲର ଲକ୍ଷ୍ମୀ ମେହେର ଓ ୯ ନମ୍ବର କାଉନସିଲର ସ୍ୱର୍ଣ୍ଣଲତା ଦଳେଇଙ୍କ ସମେତ ଷ୍ଟେଟବ୍ୟାଙ୍କ ଗ୍ରାହାକ ସେବା କେନ୍ଦ୍ରର ମହେନ୍ଦ୍ର ମେହେର,ରାଜେଶ ପ୍ରଧାନ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ସେବା ଯୋଗାଇବାରେ ସହାୟତା କରିଥିଲେ । ଏହି ଭତା ବଣ୍ଟନ କାର୍ଯ୍ୟକ୍ରମ ପ୍ରତ୍ୟେକ ୱାର୍ଡରେ ଚାଲୁ ରହିବ ବୋଲି ଏନଏସି ପକ୍ଷରୁ ସୂଚନା ଦିଆଯାଇଛି । ହିତାଧିକାରୀମାନେ ନିଜ ସାହି ବସ୍ତିରେ ଭତା ଟଙ୍କା ସୁବିଧାରେ ପାଇପାରୁଥିବାରୁ ଖୁସି ବ୍ୟକ୍ତ କରୁଥିବା ଦେଖାଯାଇଛି ।
ଜଟିଳ ରୋଗୀକୁ ପଠାଇଲା ଜିଲ୍ଲା ପ୍ରଶାସନ
ବୌଦ୍ଧ,୩/୬: ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଟିଳ ରୋଗରେ ପିଡିତ ଥିବା ୭ ଜଣ ରୋଗୀଙ୍କୁ ଜିଲ୍ଲାପ୍ରଶାସନର ସହାୟତାରେ ଗୁରୁବାର ଦିନ ଉତ୍ତ ମ ଚିକିତ୍ସା ପାଇ କଟକ ପଠାଯାଇଛି । ସେଥିମଧ୍ୟରୁ ୬ ଜଣ ରୋଗୀଙ୍କୁ କଟକ ବଡ ମେଡିକାଲକୁ ପଠାଯାଇଥିବା ବେଳେ ଜଣଙ୍କୁ ଆଚାର୍ଯ୍ୟ ହରିହର କ୍ୟାନସର ମେଡିକାଲକୁ ପଠାଯାଇଛି । ଆଗରୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ରୋଗୀମାନଙ୍କୁ ଚିକିତ୍ସା ପାଇ ପଠାଯାଇଅଛି ।
ରୋଗୀମାନଙ୍କୁ ଏକ ସ୍ୱତନ୍ତ୍ର ଗାଡିରେ ପଠାଯାଇଥିଲା । ପଠାଯିବା ସମୟରେ ଜିଲ୍ଲାପାଳ ସତ୍ୟରଂଜନ ସାହୁ, ଡ. ସୁଦର୍ଶନ ମେହେର, ଡିପିଏମ ରୁପକ ମହାପାତ୍ର, ଜିଲ୍ଲା ଜରୁରୀ କାଳିନ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା, ଜିଲ୍ଲା ସୁଚନା ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ଓ ମେଡିକାଲ କର୍ମଚାରୀ ଉପସ୍ଥିତ ଥିଲେ ।
ସ୍ଵେଚ୍ଛାସେବୀ ସଙ୍ଗଠନ ପକ୍ଷ ରୁ ଶବ ସତ୍କାର
ବୌଦ୍ଧ,୩/୬: ଗଙ୍ଗାଧର ମେହେର ସ୍ଵେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧ ତରଫରୁ ଜଣେ ଅସହାୟ ଅପରିଚିତ ବୃଦ୍ଧା ଙ୍କର ସବ ସତ୍କାର କରାଯାଇଛି ।
ଉକ୍ତ ମହିଳାଙ୍କର ଗତ ୨୯ ଦିନ ବାଉଁଶୁଣି ବାଘବ୍ରିଜ ନିକଟରେ ଦୁର୍ଘଟଣା ରେ ମୃତ୍ୟୁ ହୋଇଥିଲା । ଶବ ଚିହ୍ନଟ ପାଇଁ ବାଉଁଶୁଣି ପୁଲିସ ଶବଟିକୁ ତିନି ଦିନ ରଖିଲା ପରେ ଆଜି ଗଙ୍ଗାଧର ମେହେର ସ୍ଵେଚ୍ଛାସେବୀ ସମିତି ଗଠନ କୁ ସବସତ୍କାର କରିବାପାଇଁ ଅନୁରୋଧ କରିବାପରେ ସଂଗଠନ ର ସଦସ୍ୟ କାହ୍ନ। ପାଳ , ରମେଶ ପ୍ରଧାନ, ବିକାଶ ମେହେର ଓ ସଭାପତି ମିନୁ ପ୍ରସାଦ ମିଶ୍ର ଙ୍କ ସହିତ ଇନ୍ଦ୍ରମଣି ମେହେର ଯାଇ ବାଉଁଶୁଣି ଥାନା ଏ ଏସ ଆଇ ଅବନୀ ବେହେରା ଓ କର୍ମଚାରୀ ଙ୍କ ଉପସ୍ଥିତିରେ ବୌଦ୍ଧ ରାଜଘାଟରେ ଯଥା ବିଧିରେ ଶବଟିକୁ ପୋତି ଦିଆଯାଇଛି ।
ସାଇକେଲ ରେ ସାରା ଭାରତ ଯାତ୍ରା କରୁଥିବା ରାମ ପ୍ରସାଦ ନସ୍କର ଙ୍କୁ ବୌଦ୍ଧରେ ସମ୍ବର୍ଦ୍ଧିତ
ବୌଦ୍ଧ,୩/୬: ପଶ୍ଚିମବଙ୍ଗର ରାମ ପ୍ରସାଦ ନସ୍କର୍ ପେସାରେ ଶିକ୍ଷକ ନିଶାରେ ସାଇକେଲ ଯାତ୍ରୀ କ୍ଷ ସେ ଯାହା କହାନ୍ତି ୨୦୧୪ ମସିହାରୁ ପ୍ରତିବର୍ଷ ଗ୍ରୀଷ୍ମ ଛୁଟିରେ ପରିବେଶ ସଚେତନତା ଯାତ୍ରା ଆରମ୍ଭ କରି ଭାରତ, ବଙ୍ଗଳାଦେଶ ଓ ନେପାଳ ସାଇକେଲ ରେ ୨୫ ହଜାର କିଲୋମିଟର ରୁ ଅଧିକ ଯାତ୍ରା କରିବା ପାଇଁ ଯାଉଛନ୍ତି ।
ସେ ଗତ ୨୨ ତାରିଖରୁ ଘରୁ ବାହାରି ଓଡ଼ିଶାର ସମସ୍ତ ଜିଲ୍ଲା ପରିଭ୍ରମଣ କରି ପୂରୀ ଜଗନ୍ନାଥ ଦର୍ଶନ କରି ଜୁନ୍ ୧୨ ତାରିଖରେ ଘରେ ପହଁଚିବା ସୂଚନା ଦେଇଛନ୍ତି । ଗତକାଲି ସନ୍ଧ୍ୟାରେ ତେଲିବନ୍ଧ ଠାରେ ପ୍ରଭାତ ଚନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ ସମ୍ବର୍ଧନା ଦେଇଥିବାବେଳେ ଆଜି ବୌଦ୍ଧ ସହରରେ ପ୍ରବେଶ ପଥରେ ସାମାଜିକ କର୍ମୀ କୃତିବାସ ପଲିଆ ସ୍ବାଗତ କରିଥିଲେ ଓ ବୌଦ୍ଧ ଜିଲ୍ଲା ସଦର ମହକୁମାର ପ୍ରାଚୀନ ବୌଦ୍ଧ କୀର୍ତ୍ତି ଦର୍ଶନ କରି କନ୍ଧମାଳ ଜିଲ୍ଲା ଅଭିମୁଖେ ଯାତ୍ରା କରବାରେ ସହଯୋଗ କରିଥିଲେ କ୍ଷ
ଶ୍ରୀ ନସ୍କର ସାରାଜୀବନ ସାଇକେଲ ଯାତ୍ରକ୍ଷକରି ସ୍ୱଚ୍ଛ ପରିବେଶ, ପଲିଥିନ ମୁକ୍ତ, ଗଙ୍ଗା ବଞ୍ଚାଅ, ଓଡ଼ିଶାର ଗଙ୍ଗା ମହାନଦୀ ବଞ୍ଚାଅ ଅଭିଯାନ ଚାଲୁ ରଖିବାକୁ ମତ ଦେଇଥିଲେ ।
ବେଆଇନ ଲିଙ୍ଗ ନିରୁପଣ ରୋକିବାକୁ ଜିଲ୍ଲା ଉଦଦେଷ୍ଟା କମିଟି ବୈଠକ
ବୌଦ୍ଧ,୩/୬: ବୌଦ୍ଧ ଜିଲ୍ଲାରେ ବେଆଇନ ଲିଙ୍ଗ ନିରୂପଣ ରୋକିବା ପାଇଁ ଜିଲ୍ଲା ଉପଦେଷ୍ଟା କମିଟି ବୈଠକ ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବେଆଇନ ଲିଙ୍ଗ ନିରୁପଣ ରୋକିବା ପାଇଁ କାର୍ଯ୍ୟକାରୀ ହୋଇଥିବା ଆଇନ ୧୯୯୪ ରୁ ଲାଗୁ ହୋଇଥିବାବେଳେ ବୌଦ୍ଧ ଜିଲ୍ଲାରେ ୪ ଗୋଟି ଅଲଟ୍ରାସାଉଣ୍ଡ କେନ୍ଦ୍ର ପଂଜିକୃତ ହୋଇ କାର୍ଯ୍ୟ କରୁଅଛି । ଏହାବ୍ୟତୀତ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ମାଗଣାରେ ଅଲଟ୍ରାସାଉଣ୍ଡ ସେବା ଯୋଗାଇ ଦିଆଯାଉଅଛି ।
ପୁରୁଷ ତୁଳନାରେ ଝିଅଙ୍କ ସଂଖ୍ୟା କମିବାରେ ଲାଗିଛି । ଅପ୍ରେଲ ୨୨ ରୁ ମାର୍ଚ୍ଚ ୨୩ ମଧ୍ୟରେ କଣ୍ଟାମାଳ ବ୍ଲକରେ ନବ ଜନ୍ମିତ ଝିଅଙ୍କ ସଂଖ୍ୟା ପୁଅ ତୁଳନାରେ କମ ରହିଥିବାବେଳେ ଏହାର କାରଣ ସଂପର୍କରେ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବାକୁ ସ୍ତ୍ରୀ ରୋର ବିଶେଷଜ୍ଞ ଡା. ଦେବାନନ୍ଦ ସୁବୁଦ୍ଧିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି କଣ୍ଟାମାଳ ବ୍ଲକରେ ଗର୍ଭପାତ ସଂଖ୍ୟା ଅନ୍ୟ ବ୍ଲକ ତୁଳନାରେ ଅଧିକ ରହିଥିବାରୁ ଏହାକୁ ବୈଠକରେ ଉଦବେଗ ପ୍ରକାଶ କରାଯାଇଥିଲା । ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ଥିôବା ସତ୍ୱେ ବେସରକାରୀ କ୍ଲିନିକ ଗୁଡିକରେ ଅଲଟ୍ରାସାଉଣ୍ଡ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ଏ ସଂପର୍କରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । କୌଣସି ଅଲଟ୍ରାସାଉଣ୍ଡ କେନ୍ଦ୍ରରେ ବେଆଇନ ଲିଙ୍ଗ ନିରୂପଣ କରାଯାଉଥିବା ନେଇ ସୂଚନା ପ୍ରଦାନ କରାଗଲେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ୨୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ସହିତ ତାଙ୍କର ନାମ ଓ ସମସ୍ତ ତଥ୍ୟକୁ ଗୋପନ ରଖିବା ସହ ଆଇନଗତ ମାମଲାର ସମ୍ମୁଖିନ ହେବାକୁ ପଡିବନାହିଁ ବୋଲି ଜିଲ୍ଲାପାଳ ଶ୍ରୀସାହୁ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡା. ଜୟକୃଷ୍ଣ ମିଶ୍ର,ଡି.ପି.ଏଚ.ଓ ଡା. ମଦନ ମୋହନ ପ୍ରଧାନ,ଏ.ଡି.ପି.ଏଚ.ଓ ଡା. ବିକେଆରସି ଦେଓ ହେମ୍ବ୍ରମ,ମୁଖ୍ୟଚିକିତ୍ସାଳୟଳୟର ସୁପରିଟେଣ୍ଡେଣ୍ଟ ଡା. ସଂଘମିତ୍ରା ପଣ୍ଡା,ଉତ୍ପଳ ପଟ୍ଟନାୟକ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସସ୍ମିତା ପ୍ରଧାନ,ସୌମ୍ୟରଂଜନ ମଲ୍ଲିକ ଓ ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲ୍ଲା ଦକ୍ଷତା ବିକାଶ କମିଟି ବୈଠକ ଅନୁଷ୍ଠିତ
ବୌଦ୍ଧ,୩/୬: ରାଜ୍ୟ ସରକାର ଛାତଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ଏଣିକି ଛାତ୍ରୀମାନେ ମାଗଣାରେ ବୈଷୟିକ ଶିକ୍ଷା ପାଇପାରିବେ । ପ୍ରତ୍ୟେକ ବୈଷୟିକ ଶିକ୍ଷାନୁଷ୍ଠାନରେ ଛାତ୍ରୀମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିଛି । ରାଜ୍ୟ ସରକାର ସୁଦକ୍ଷା ଯୋଜନାରେ ଛାତ୍ରୀମାନଙ୍କୁ ସଂପୁର୍ଣ୍ଣ ମାଗଣାରେ ଶିକ୍ଷା ଦେବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ବୌଦ୍ଧଜିଲ୍ଲାରେ ଦୁଇଗୋଟି ବୈଷୟିକ ଶିକ୍ଷାନୁଷ୍ଠାନ ରହିଥିବାବେଳେ ସେଠାରେ ଛାତ୍ରୀମାନଙ୍କ ପାଇଁ ମାଗଣା ଶିକ୍ଷା ପ୍ରଦାନ କରିବା ବ୍ୟବସ୍ଥା କରାଯାଇଛି ।
ବୈଷୟିକ ଶିକ୍ଷା ପ୍ରତି ଛାତ୍ରୀମାନଙ୍କୁ ଆକୃଷ୍ଟ କରିବା ପାଇଁ ଏହି ଯୋଜନା ଉଦ୍ଦିଷ୍ଟ ବୋଲି ଜିଲ୍ଲା ଦକ୍ଷତା ବିକାଶ କମିଟି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସତ୍ୟରଂଜନ ସାହୁ ମତବ୍ୟକ୍ତ କରିଛନ୍ତି । ବର୍ତମାନ ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ଓ ସରକାରୀ ପଲିଟେକନିକ୍ ରେ ନାମଲେଖା ଆରମ୍ଭ ହୋଇଥିବାବେଳେ ଛାତ୍ରଛାତ୍ରୀମାନେ ଏହାର ସୁଯୋଗ ନେବାକୁ ଜିଲ୍ଲାପାଳ ଆହ୍ୱାନ ଜଣାଇଛନ୍ତି । ଏହି ଅନୁଷ୍ଠାନରେ ନିର୍ମାଣ ଶ୍ରମିକ ପୁଅଝିଅଙ୍କ ପାଇଁ ନିର୍ମାଣ କୁସୁମ ଯୋଜନା,କାଳିଆ ଯୋଜନା,ଗ୍ରୀନ ପ୍ୟାସେଜ ଛାତ୍ରବୃତ୍ତି ସହିତ ମାଗଣା ପୋଷାକ ଯୋଗାଇ ଦିଆଯାଉଅଛି ।
ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ହୋଇପାରିଲେ ଭବିଷ୍ୟତ ଜୀବନରେ ସେମାନେ ଆତ୍ମନିର୍ଭରଶୀଳ ହେବା ସହିତ ସମାଜର ସେବା କରିପାରିବେ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଏହି ବୈଠକରେ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାଏକ ସ୍ୱାଗତ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିବାବେଳେ ୱାଇପି ରାଜୀବ କୁମାର ଦାଶ ପାୱାର ପଏଣ୍ଟ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଉପସ୍ଥାପନ କରିଥିଲେ । ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ତାଲିମ ପ୍ରଦାନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରିପାରିଥିବାରୁ ଜିଲ୍ଲପାଳ ଶ୍ରୀସାହୁ ଖୁସିବ୍ୟକ୍ତ କରିଥିଲେ ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟଭଞ୍ଜନ ମଦନ ମୋହନ ପାତ୍ର,ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର,ସରକାରୀ ପଲିଟେକନିକ ଅଧ୍ୟକ୍ଷ ଜିତେନ୍ଦ୍ର ନାରାୟଣ ଦାଶ,ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ଅଧ୍ୟକ୍ଷ ଅବିନାଶ ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ,ଜିଲ୍ଳା ଶ୍ରମ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଏମ ଡିଆଇସି, ଓରମାସ ଅଧିକାରୀ,ଟେକ୍ସଟାଇଲ ଅତିରିକ୍ତ ନିର୍ଦ୍ଦେଶକ, ଜିଲ୍ଳା ମଙ୍ଗଳ ଅଧିକାରୀ, ସହକାରୀ ଉଦ୍ୟାନ ଅଧିକାରୀ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ସମେତ ଦକ୍ଷତା ବିକାଶ କମିଟିର ସଭ୍ୟ, ସଭ୍ୟାମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031