Indus Valley Times

ବୌଦ୍ଧ: ୫୯ତମ ଗୃହରକ୍ଷୀ ଦିବସ ପାଳିତ

 Breaking News

ବୌଦ୍ଧ: ୫୯ତମ ଗୃହରକ୍ଷୀ ଦିବସ ପାଳିତ

December 07
09:49 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୭/୧୨: ବୌଦ୍ଧ ବଲାସିଙ୍ଗାସ୍ଥିତ ରିଜର୍ଭ ପଡିଆଠାରେ ସୋମବାର ଦିନ ୫୯ତମ ଗୃହରକ୍ଷୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି ଯୋଗଦେଇ ପତାକା ଉତ୍ତୋଳନ କରି ଆୟୋଜିତ ପରେଡରେ ଅଭିବାଦନ ଗ୍ରହଣ କରିବା ସହିତ ଅନ୍ତରୀଣ ସୁରକ୍ଷାରେ ଗୃହରକ୍ଷୀମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ ।
ପରେଡ କମାଣ୍ଡର ବାବୁଲି ହାତୀ ପରେଡ ପରିଚାଳନା କରିଥିବାବେଳେ ୬୦ ଜଣ ପୋଲିସ ଓ ଗୃହରକ୍ଷୀ ପରେଡରେ ସାମିଲ ହୋଇଥିଲେ । ଏହି ଅବସରରେ ଶୃଙ୍ଖଳିତ ଭାବରେ ଦାୟିତ୍ୱ ନିର୍ବାହ ପାଇଁ ୯ଜଣ ଗୃହରକ୍ଷୀଙ୍କୁ ୧ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ରାଉତ,ଡିଏସପି ଧିରେନ୍ଦ୍ର ସ୍ୱାଇଁ,ସାଲେଷ୍ଟିନ ଟିଗା,ଏସଡିପିଓ ଆନନ୍ଦବର୍ଦ୍ଧନ ଗୁରୁ ଓ ରିଜର୍ଭ ଇନିସପେକ୍ଟର ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧପ୍ରଶାସନ ଗଛ କାଟି ରାସ୍ତା ଉପରେ ପକାଇଦେଲେ
ବୌଦ୍ଧ,୭/୧୨: ବୌଦ୍ଧଜିଲ୍ଲର ଉନ୍ନତି କରଣ ଓ ରାସ୍ତାର ପ୍ରଶସ୍ତି କରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ଗତ ୩ ତାରିଖରେ ସହରର ନୂଆଁସାହି ଛକ ଠାରେ ରାସ୍ତା ପ୍ରଶସ୍ତି କରଣ ପାଇଁ ଜବର ଦଖଲ ଉଚ୍ଛେଦ ହୋଇଥିଲା । ଏଥିରେ ଏକ ପୂଜା ମଣ୍ଡପ, ଜେରକ୍ସ ଦୋକାନ ସହିତ ଏକ ପୁରୁଣାକୋଠାକୁ ଭଙ୍ଗା ଯାଇଥିଲା ।
ଏବଂ ରାସ୍ତା ମଝି ପାଖରେ ଥିବା ଏକ ତ୍ରିନାଥ ମଣ୍ଡପକୁ ଭଙ୍ଗା ଯିବା ସହିତ ସେଠାରେ ଥିବା ମଧୁବାବୁଙ୍କ ପ୍ରତିମୁର୍ତ୍ତିକୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା । ଏବଂ ୪ ତାରିଖ ଦିନ ରାସ୍ତାକୁ ଆବଧ କରି ରହିଥିବା ଏକ ବିରାଟ ଲିମ୍ବ ଓ ବର ଗଛକୁ କଟାଯାଇଥିଲା । ହେଲେ ଗଛକୁ କଟାଗଲା ପରେ ରାସ୍ତା ଉପରେ ପଡି ରହିଥିବା ବଡ ବଡ କିଛି କାଠ ଗଣ୍ଡିକୁ ସେଠାରୁ ହଟାଇ ଦିଆଗଲା ।
ହେଲେ ଏନେକ ଛୋଟ ଓ ବଡ ଡାଲ ଏବେବି ରାସ୍ତା ଉପରେ ପଡି ରହିଛି । ଯାହାଫଳରେ ଲୋକଙ୍କ ଯିବା ଆସିବାରେ ବଡ ସମସ୍ୟା ସୃଷ୍ଟି କରୁଛି । ଡାଲ ଗୁଡିକୁ ଖାଇବା ପାଇଁ ରାସ୍ତା ଉପରେ ଗୋରୁ ଗାଈ ସବୁ ଜମା ହେଉଛନ୍ତି । ଏହି ସ୍ଥାନଟି ସହରର ଏକ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନ ହୋଇଥିବା ବେଳେ ଏହି ରାସ୍ତାଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଏସପିଙ୍କ କାର୍ଯ୍ୟାଳୟ, ବିଚାର ବିଭାଗୀୟ କାର୍ଯ୍ୟାଳୟ ସମେତ ଜିଲ୍ଲା ସବୁ ପ୍ରମୁଖ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ଆଦିକୁ ଯିବା ଆସିବା ହୋଇଥାଏ ।
ଗଛର ଡାଲ ସବୁ ରାସ୍ତା ଉପରେ ପଡିଥିବା ଯୋଗୁଁ ଲୋଙ୍କ ଯିବା ଆସିବାରେ ବ୍ୟାଘାତ ସୃଷ୍ଟି କରୁଛି । ତେଣୁ ପ୍ରଶାସନ ରାସ୍ତା ଉପରେ ପଡି ରହିଥିବା ଗଣ୍ଡି ଓ ଡାଲ ଗୁଡିକୁ ତୁରନ୍ତ ହଟାଇବାକୁ ସାଧାରଣରେ ଦାବି ହେଉଛି ।

ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜର ବନ୍ଧାପଥର ଆଂଚଳିକ ସମାଜ କମିଟି ଗଠନ
ବୌଦ୍ଧ,୭/୧୨: ଆସନ୍ତା ୧୯ତାରିଖରେ ବୌଦ୍ଧରେ ରାଜ୍ୟ ବ୍ରାହ୍ମଣ ମହାସଂଘର ରାଜ୍ୟ କାର୍ଯ୍ୟକାରିଣୀ ଓ ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜର ବାର୍ଷିକ ଉତ୍ସବ ନିମନ୍ତେ ଆଜି ବୌଦ୍ଧ ତହସିଲ ଅନ୍ତର୍ଗତ ବନ୍ଧାପଥର ଗ୍ରାମ ବାବା ସିଦ୍ଧେଶ୍ୱର ମନ୍ଦିର ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବନ୍ଧାପଥର,ବଢିଙ୍ଗା, ବଘିଆପଡା ପଂଚାୟତର ବ୍ରାହ୍ମଣମାନେ ଯୋଗଦାନ କରିଥିଲେ । ବୈଠକକୁ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ସଂପାଦକ ଦେବାଶିଷ ପୁରୋହିତ ଆଲୋଚନା କରିଥିଲେ । ସମାଜର ସଭାପତି ଗୁରୁପ୍ରସାଦ ଦାଶ ସମସ୍ତଙ୍କର ସାହାଯ୍ୟ ଓ ସହଯୋଗ କାମନା କରିଥିଲେ ।
ଆବାହକ ଶଙ୍କର ମିଶ୍ର ସମାଜର ମୁଖପତ୍ର ସ୍ମରଣିକା ବ୍ରହ୍ମ ନିନାଦରେ ଲେଖା ଦେବାପାଇଁ ଅନୁରୋଧ କରିଥିଲେ । ଏହି ଅବସରରେ ନୂତନ କମିଟି ଗଠନ କରାଯାଥିଲା । ସଭାପତି ଭାବେ ନୃସିଂହ ଚରଣ ହୋତା, ଉପ ସଭାପତି ଜ୍ଞାନେନ୍ଦ୍ର ଯୋଶୀ, ସଂପାଦକ କୁନା ରଥ, ସହ ସଂପାଦକ ସୁଧାଂଶୁ ପାଢୀ, କୋଷାଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ପାଣିଗ୍ରାହୀ, କାର୍ଯ୍ୟକାରୀ ସଦସ୍ୟ ଭାବେ ମାନସ ରଞ୍ଜନ ପୁରୋହିତ, ପ୍ରଦୋଷ ତ୍ରିପାଠୀ, ପ୍ରଦିପ ପଣ୍ଡା, ନୀଳକଣ୍ଠ ପଣ୍ଡା, ଶ୍ରୀଧର ପୁଝାରୀ ଏବଂ ଉପଦେଷ୍ଟା ଭାବେ ରବିନ୍ଦ୍ର ପଣ୍ଡା ଓ ଉମେଶ ଦାଶଙ୍କୁ ମନୋନୀତ କରାଯାଇଥିଲା ।
ବ୍ରାହ୍ମଣ ସମାଜର ଏକତା ଓ ବିକାଶ ଦିଗରେ କାର୍ଯ୍ୟକରିବା ପାଇଁ ନୂତନ କମିଟି ସଂକଳ୍ପ କରିଥିଲେ । ଆସନ୍ତା ରାଜ୍ୟ ସ୍ତରୀୟ ବ୍ରାହ୍ମଣ ସମାବେଶରେ ଉପସ୍ଥିତ ସଦସ୍ୟ ସମେତ ଅନ୍ୟମାନଙ୍କୁ ଯୋଗଦେବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜର ଆଜୀବନ ସଦସ୍ୟ ଭାବେ ନୃସିଂହ ଚରଣ ହୋତା ଓ ମାନସ ରଞ୍ଜନ ପୁରୋହିତ ପଂଜୀକୃତ ହୋଇଥିଲେ । ଶେଷରେ ଉପଦେଷ୍ଟା ଜ୍ୟୋର୍ତିବିଦ୍ ସିଦ୍ଧେଶ୍ୱର ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ ।

ବୌଦ୍ଧ : ଲାଞ୍ଚ ନେଇ ଦୋଷୀ ସୀବ୍ୟସ୍ତ ହେବା ପରେ ଚାକିରିରୁ ବହିସ୍କୃତ ହେଲେ ରାଜସ୍ୱ ନୀରିକ୍ଷକ

ବୌଦ୍ଧ,୭/୧୨: ବୌଦ୍ଧ ତହସିଲ ଅନ୍ତର୍ଗତ ବଘିଆପଡା ସର୍କଲର ତତ୍କାଳୀନ ରାଜସ୍ୱ ନିରୀକ୍ଷକ ଗଜେନ୍ଦ୍ର ଦିଗାଲଙ୍କୁ ରାଜ୍ୟ ସରକାର ଚାକିରିରୁ ବହିଷ୍କୃତ କରିଥିବା ଜଣାପଡିଛି । ତତ୍କାଳୀନ ରାଜସ୍ୱ ନୀରିକ୍ଷକ ଶ୍ରୀ ଦିଗାଲ ବଘିଆପଡା ରାଜସ୍ୱନୀରିକ୍ଷକ ଥିବାବେଳେ ସୁଦର୍ଶନ ମଲିକ ନାମକ ଜଣେ ବ୍ୟକ୍ତିଙ୍କ ଜମିର ପଟ୍ଟା ପାଇଁ ସୁପାରିଶ କରାଇ ଦେବାକୁ କହି ତାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଓ ୭ ହଜାର ଟଙ୍କା ଦେବାକୁ କଥା ଛିଡିଥିଲା ।
ଏନେଇ ସୁଦର୍ଶନ ଭିଜିଲାନ୍ସର ଦ୍ୱାରସ୍ଥ ହେବା ସହ ଗତ ୨୯.୧୧.୨୦୧୭ ରେ ୭ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରପଡିଥିଲେ । ପରେ ଭିଜିଲାନ୍ସ ପକ୍ଷରୁ ବ୍ରହ୍ମପୁର ଭିଜିଲାନ୍ସ କେସ ନଂ ୫୪/୧୭ କ୍ରମେ ଏକ ମାମଲା ରୁଜୁ କରାଯାଇଥିଲା । ପରେ ମାମଲାଟି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅଦାଲତରେ କେସ ନଂ ୧୬/୧୭(ଭି) ହୋଇ ବିଚାର ହୋଇଥିଲା ।
ଗତ ୯.୧୧.୨୦୨୧ ରେ ମାମଲାରେ ୯ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଶୂଭଦର୍ଶୀ ପଟ୍ଟନାୟକ ରାଜସ୍ୱ ନୀରିକ୍ଷକଙ୍କୁ ଗଜେନ୍ଦ୍ର ଦିଗାଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ କାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଜୋରିମୋନା ଆଦେଶ ପ୍ରଦାନ କରିଥିଲେ । ଶ୍ରୀ ଦିଗାଲ ଦୋଷୀ ସାବ୍ୟସ୍ତ ହେବା ପରେ ରାଜ୍ୟ ସରକାର ତାଙ୍କୁ ଚାକରିରୁ ବହିଷ୍କୃତ କରିଥିଲେ । ଏନେଇ ବୌଦ୍ଧ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୯୬୧୨ ତା ୪.୧୨.୨୧ରେ ଜଣାଇବା ସହ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି ।
ବୌଦ୍ଧ : ବାବା ସାହେବ ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ
ବୌଦ୍ଧ,୭/୧୨ : ବୌଦ୍ଧଜିଲ୍ଲା ପାଣ ଗଣ୍ଡା ସମାଜ ବିକାଶ ପରିଷଦ,ଦଳିତ ଅଧିକାର ମଞ୍ଚ ଏବଂ ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ବାବା ସାହେବ ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବୌଦ୍ଧ କୋର୍ଟଛକଠାରେ ସ୍ଥାପିତ ସମାଜ ସଂସ୍କାରକ,ସମ୍ବିଧାନ ପ୍ରଣେତା,ଆଧୁନିକ ଭାରତର ନିର୍ମାତା,ନାରୀ ସମାଜର ମୁକ୍ତିଦାତା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୬୬ତମ ମହାପରିନିର୍ବାଣ ତଥା ତିରୋଧାନ ଦିବସରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ ବୌଦ୍ଧ ମହାନଦୀ ପାର୍କ ବୁଦ୍ଧଦେବ ମଣ୍ଡପଠାରେ ଜିଲ୍ଲା ପାଣଗଣ୍ଡା ସମାଜର ସଭାପତି ପ୍ରଦିପ କୁମାର ମହାନନ୍ଦିଆଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ପରିଷଦର କର୍ମକର୍ତ୍ତା,ପର୍ଯ୍ୟବେକ୍ଷକ,ସମାଜସେବୀ,ବୁଦ୍ଧଜିବୀ,ଶିକ୍ଷାବିତ ଓ ଯୁବକମାନଙ୍କ ସହ ପରିଷଦର ଉପସଭାପତି ରୋହିତ କହଁର ମାର୍କଣ୍ଡ କଲତା,ଅନାଦି ବାଦୀ,ସୁରେଶ ରାଜହଂସ,ସଂଜିତ କୁମାର ଜେନା,ଚିତ୍ତରଂଜନ ବେହେରା,ସରୋଜ ଦେହୁରୀ,ବାମନ ଚନ୍ଦନ ବେହେରା,ମକରଧ୍ୱଜ ରାଜହଂସ , ପ୍ରକାଶ ମହାନ୍ଦିଆ ଓ କାର୍ତ୍ତକ ମହାନନ୍ଦିଆ ପ୍ରମୁଖ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031