Indus Valley Times

ବୌଦ୍ଧ: ୱାସିଡିଏ ବାଉଁଶୁଣୀ ଠାରେ ଓଡିଶା କେୟାର ଲିଭର ସମ୍ବେଳନ

 Breaking News

ବୌଦ୍ଧ: ୱାସିଡିଏ ବାଉଁଶୁଣୀ ଠାରେ ଓଡିଶା କେୟାର ଲିଭର ସମ୍ବେଳନ

December 11
23:08 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୧/୧୨ ୱାସିଡିଏ ବାଉଁଶୁଣୀ ଠାରେ ଓଡିଶା କେୟାର ଲିଭର ସଂଗଠନର ଯୁବକ ଯୁବତୀ ମାନଙ୍କୁ ନେଇ ଏକ ଦୁଇଦିନିଆ ସମ୍ବେଳନ ଆନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିô ଭାବରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ସାକ୍ଷୀଗୋପାଳ ପ୍ରଧାନ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଳ ପ୍ରଧାନ,ବଲାଙ୍ଗିର ଶିଶୁ ମଙ୍ଗଳ ସମିତିର ସଦସ୍ୟା ସୁନିତା ତ୍ରିପାଠୀ, ଡ, ଗୋଦାବରିଶ ରଥ, ବିରଂଚି ବହିଦାର, ୱାସିଡିଏ ସଂପ।।ଦକ ରାଜେନ୍ଦ୍ର ମେହେର ପ୍ରମୁଖ ଯୋଗଦେଇଥିଲେ ।
କାର୍ଯ୍ୟକ୍ରମରେ ୮ଟି ଜିଲ୍ଲାରୁ ଶହେଜଣ କେୟାର ଲିଭର ଯୋଗଦେଇଥିଲେ । କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଭିନ୍ନ ଯତ୍ନ ଅନୁଷ୍ଠାନର ୧୮ ବର୍ଷ ପରେ ବାହାରି ଥିବା ଯୁବକ ଯୁବତୀକୁ ଗୋଟିଏ ପରିବେଶ ଯୋଗାଇବା ଯେଉଁଥିରେ ସେମାନେ ନିଜର ଭବିଶ୍ୟତ ତଥା ଆଗାମୀ ଦିନର ଜିବନ ସୋପାନକୁୁ ଗଢି ପାରିବେ । ଏଥିରେ ସଂଗଠନର ସଭାପତି ଦୀନିଏଲ ସାଗରିକା, ସଂପାଦକ ଜ୍ୟୋତି ପ୍ରକାଶ ମହାପାତ୍ର ଉପସ୍ଥିତ ରହିବା ସହିତ ୱାସିଡିଏର ଅରୁଣ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।


ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ବୈଠକ

ବୌଦ୍ଧ :୧୧/୧୨: ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭା ଗୃହରେ ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅଭିଭାବକ ଓ ଶିକ୍ଷକ ବୈଠକ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ସ୍କୁଲକୁ ପଢି ଆସୁଥିବାରୁ ସେମାନେ ମାକ୍ସ ଲଗାଇକି ଆସିବେ, ଦୂରତ୍ୱ ରକ୍ଷା କରିବେ, ନିଜ ଜିନିଷ ନିଜେ ବ୍ୟବହାର କରିବେ,ପିଲାମାନଙ୍କର ଶିକ୍ଷଣର ବିକାଶ କିପରି ହେବ, ଗୁଣାତ୍ମକ ଶିକ୍ଷା ପାଇବେ, ଅଭିଭାବକ ସଚେତନ ହେଲେ ପିଲାର ବିକାଶ ହେବ, ୫ଟି ଦ୍ୱାରା ପିଲାଙ୍କୁ ସ୍ମାର୍ଟ କ୍ଳାସ ଓ ଉନ୍ନତ ଶିକ୍ଷଣ ବ୍ୟବସ୍ଥା ଯୋଗାଇ ଦିଆଯାଇଥିବା କଥା ପ୍ରଧାନ ଶିକ୍ଷକ ଶ୍ରୀ ଘିବେଲା ବକ୍ତବ୍ୟ ଦେଇଥିଲେ ।
ବରିଷ୍ଠ ଶିକ୍ଷକ ସତ୍ୟନାରାୟଣ ଦେହୁରୀ ପିଲାଙ୍କର ବେସଲାଇନ ପରୀକ୍ଷା ଫଳ ଉପରେ ଆଲୋଚନା କରିଥିଲାବେଳ ଶିକ୍ଷୟିତ୍ରୀ ପଦ୍ମଜା ପତି ନୂତନ ମୂଲ୍ୟାଙ୍କନବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ । ଛାତ୍ର ଅଭିଭାବକ ରଘୁନାଥ ଷଡ଼ଙ୍ଗୀ ପୋଟ ଫୋଲିଓ ଭଳି ନୂତନ ଶିକ୍ଷଣ ବ୍ୟବସ୍ଥା ପିଲାଙ୍କର ଆଗ୍ରହ ବଢ଼ାଉଛି ବୋଲି ମତ ଦେଇଥିଲେ । ଅଭିଭାବିକା ସରିତା ମେହେର, ରଂଜିତ ପଟ୍ଟନାୟକ ଓ ଇନ୍ଦ୍ରମଣି ମେହେର ଅନ ଲାଇନ ଶିକ୍ଷଣ ଉପରେ ମତ ଦେବା ସହିତ ଆଜି ବୈଠକର ଆଲୋଚନା ଉପରେ ନିଜ ନିଜର ମତବ୍ୟକ୍ତ କରିଥିଲେ , ଶିକ୍ଷୟିତ୍ରୀ ସୁଧାରଣୀ ହୋତା ଧନ୍ୟବାଦ ଦେଇଥିଲେ ,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଖିଳ କୁମାର ପ୍ରଧାନ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ଅଭିଭାବିକା ମାନେ ଉପସ୍ଥିତ ଥିଲେ କ୍ଷ

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031