ବୌଦ୍ଧ : Level-V ଏକ୍ସକ୍ୟାଡ଼ର ଶିକ୍ଷକ ସଂଘର ବୈଠକ
![ବୌଦ୍ଧ : Level-V ଏକ୍ସକ୍ୟାଡ଼ର ଶିକ୍ଷକ ସଂଘର ବୈଠକ](http://indusvalleytimes.com/news/wp-content/uploads/2021/07/kamb--680x365_c.jpg)
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ/ସାହାଜପାଲ ,୧୮/୭ : ବୌଦ୍ଧଜିଲ୍ଲା ସଦର ବ୍ଲକର Level-V ଏକ୍ସକ୍ୟାଡ଼ର ଶିକ୍ଷକ ସଂଘର ଏକ ଜରୁରୀ ବୈଠକ ରବିବାର ମୁଣ୍ଡିପଦର ହାଇସ୍କୁଲ ଠାରେ ବ୍ଲକ ସଭାପତି ସରୋଜ ପ୍ରଧାନଙ୍କ ସଭାପତିତ୍ୱ ଅନୁଷ୍ଠିତ ସଭାରେ ସମ୍ପାଦକ ବୀରବିକ୍ରମ ପ୍ରଧାନ ସଭା ପରିଚାଳନା କରିଥିବାବେଳେ ଜିଲ୍ଲା ସଭାପତି ରଂଜୁ ଅମାତ ଯୋଗଦାନ କରି ହାଇକୋର୍ଟ କେଶ ,ଏନପିଏସ, ୬ ମାସର ବକେୟା ଦରମା ସମ୍ପର୍କରେ ଆଲୋଚନା କରିଥିଲେ । କିପରି ଖୁବଶୀଘ୍ର ଏ ସବୁର ସମାଧାନ ହୋଇପାରିବ ।ଉପସ୍ଥିତ କାର୍ଯ୍ୟକର୍ତ୍ତା ମତଵ୍ୟକ୍ତ କରିଥଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ପ୍ରକାଶ ଡାଙ୍ଗ କୋଷାଧ୍ୟକ୍ଷ କେଶବ ବେହେରା, ବ୍ଲକ ସମ୍ପାଦକ କେଶବ ପ୍ରଧାନ, ନରେଶ ଚନ୍ଦ୍ର କର୍ମୀ,ସୁମନ୍ତ ନାଏକ, ପଙ୍କଜ କର୍ଣ,ରମାକାନ୍ତ ମେହେର, ମଧୁସୂଦନ ନାଏକ,ତରାଣୀ ସେନ ହାତୀ ,ପ୍ରଦୀପ ଗାଇଗରିଆ, ପ୍ରମୁଖ କାର୍ୟ୍ୟକର୍ତା ଯୋଗଦେଇ ଶିକ୍ଷକ ମାନଙ୍କ ଅନେକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।ଆଗାମୀ ଦିନରେ ସଂଘକୁ ମଜବୁତ କରିବା ପାଇଁ ସମସ୍ତଙ୍କ ପାଇଁ ଏକ ଆହ୍ୱାନ ବୋଲି ସମସ୍ତ ମତଵ୍ୟକ୍ତ କରିଥିଲେ ।