Indus Valley Times

ବ୍ରହ୍ମପୁର: ଥାନା ଆଗରେ ଆତ୍ମାହୂତି ଉଦ୍ୟମ କରିଥିବା ଯୁବକଙ୍କ ଦେହାନ୍ତ

 Breaking News

ବ୍ରହ୍ମପୁର: ଥାନା ଆଗରେ ଆତ୍ମାହୂତି ଉଦ୍ୟମ କରିଥିବା ଯୁବକଙ୍କ ଦେହାନ୍ତ

February 01
11:56 2022

ବ୍ରହ୍ମପୁର,୧/୨: ଘରୁ ଆସିବାର ମାତ୍ର ଅଧ ଘଣ୍ଟାରେ ଥାନା ପରିସରରେ ଆତ୍ମଦାହ ଉଦ୍ୟମ କରି ଆଖି ବୁଜିଲେ ଯୁବକ । ହେଲେ ଏପରି ଚରମ ନିଷ୍ପତ୍ତି ନେବାର କାରଣ ନା ପରିବାର ଲୋକ କହିପାରୁଛନ୍ତି ନା ପାଟି ଖୋଲୁଛି ପୁଲିସ୍ । ଏପରି ଅଭାବନୀୟ ଘଟଣା ଗତକାଲି ବ୍ରହ୍ମପୁର ଗୋଳନ୍ଥରା ଥାନା ପରିସରରେ ଘଟିଛି।
ସୂଚନା ଅନୁଯାୟୀ, ରଣ୍ଢା ଅଞ୍ଚଳର ସନ୍ତୋଷ ଗତକାଲି ଘରୁ ବାହାରି ଗୋଳନ୍ଥରା ଥାନାକୁ ଯାଇଥିଲେ। ଏନେଇ ପରିବାର ଲୋକଙ୍କ ପାଖରେ କିଛି ସୂଚନା ନ ଥିଲା।
ହେଲେ ଥାନାରେ ଅଧ ଘଣ୍ଟା ରହିବା ପରେ ନିଜ ଦେହରେ କିରାସିନି ଢାଳି ଯୁବକ ଜଣକ ଆତ୍ମାହୁତି ଉଦ୍ୟମ କରିଥିଲେ। ଏପରିକି ଶରୀରରେ ନିଆଁ ଲାଗି ଯିବାରୁ ଥାନା ପରିସରରେ ଦୌଡ଼ିବାକୁ ଲାଗିଲେ ସନ୍ତୋଷ। ଏହାଦେଖି ଥାନା କର୍ମଚାରୀ ତୁରନ୍ତ ନିଆଁ ଲିଭାଇ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ।
ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଏମକେସିଜି ମେଡିକାଲରେ ପହଂଚି ଆହତ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ତଦନ୍ତ ପରେ ଘଟଣା ସ୍ପଷ୍ଟ ହେବ ବୋଲି ଏସ୍ କହିଛନ୍ତି । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ତେବେ ଯୁବକଜଣକ ସେଠାରେ ଆଖି ବୁଜିଥିବା ଜଣାଯାଇଛି। କେଉଁ କାରଣକୁ ନେଇ ସନ୍ତୋଷ ଥାନା କୁ ଯାଇଥିଲେ ଓ ମାତ୍ର କିଛି ସମୟ ମଧ୍ୟରେ କାହିଁକି ବାହାରକୁ ଆସି ଆତ୍ମଦାହ ଉଦ୍ୟମ କଲେ ଏବେ ସେ ନେଇ ପୁଲିସ୍ ବି ସ୍ପଷ୍ଟ କରି ପାରୁନାହିଁ।
ସନ୍ତୋଷ ନିଜ ଗ୍ରାମରେ ୨୦୧୪ ମସିହାରେ ହୋଇଥିବା ଏକ ହତ୍ୟା ମାମଲାରେ ସାକ୍ଷୀ ରହିଥିଲେ। ସେହି ଘଟଣାକୁ ନେଇ ସେ ଚିନ୍ତିତ ଥିଲେ ବୋଲି ଶୁଣିବାକୁ ମିଳୁଛି। ହେଲେ ହଠାତ ଏଭଳି ଚରମ ନିଷ୍ପତ୍ତି ପଛର କାରଣ କଣ ହୋଇପାରେ ବୋଲି ସବୁଠି ପ୍ରଶ୍ନ ଉଠୁଛି। ତଦନ୍ତ ପରେ ଘଟଣା ସ୍ପଷ୍ଟ ହେବ ବୋଲି ଏସ୍ପି କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031