Indus Valley Times

ବ୍ରାଉନସୁଗର ଜବତ ବେଳେ ଅବକାରୀ ଟିମ୍ ହଟହଟା: ତାତିଲେ ପରିବାର, ବସିଲେ ଧାରଣାରେ

 Breaking News

ବ୍ରାଉନସୁଗର ଜବତ ବେଳେ ଅବକାରୀ ଟିମ୍ ହଟହଟା: ତାତିଲେ ପରିବାର, ବସିଲେ ଧାରଣାରେ

December 23
11:21 2024

ବାଲେଶ୍ୱର, ୨୩/୧୨ : ବ୍ରାଉନସୁଗର ନା ମୁଲତାନୀ ମାଟି। ବ୍ରାଉନସୁଗର ଜବତ କରିବାକୁ ଯାଇଥିବା ଅବକାରୀ ଟିମ୍ ପ୍ରବଳ ହଟହଟା ହୋଇଛି। ମିଛ କେସ୍‌ରେ ଫସା ଯାଉଥିବା ଅଭିଯୋଗରେ ପରିବାର ଲୋକେ ଅବକାରୀ ଟିମ୍ ଗାଡ଼ି ଚାବି ଅଟକ ରଖିଛନ୍ତି। ଏଥିସହ ରାସ୍ତାରୋକ କରିଛନ୍ତି ପରିବାର ଲୋକେ। ଏପରି ଏକ ଦ୍ୱନ୍ଦ୍ୱାତ୍ମକ ସ୍ଥତି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ବଜାରରେ ଘଟିଛି।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କମର୍ଦ୍ଦା ବଜାରର ଜଣଙ୍କ ଘର ଉପରେ ଆଜି ସକାଳେ ଅବକାରୀ ଟିମ୍ ଚଢ଼ାଉ କରିଥିଲା। ଅବକାରୀ ଟିମ୍ କିଛି ପାଉଡର ପରି ପଦାର୍ଥ ଜବତ କରିଥିବା ବେଳେ ତାହା ବ୍ରାଉନସୁଗର ବୋଲି କହୁଛି। ମାତ୍ର ପରିବାର ଲୋକେ ତାହା ମାନିବାକୁ ପ୍ରସ୍ତୁତ ନୁହନ୍ତି। ତାହା ମୁଲତାନୀ ମାଟି ବୋଲି ସେମାନେ ଦାବି କରୁଛନ୍ତି।
ଏହି ଅଭିଯୋଗରେ ପୁଲିସ୍ ଜଣେ ବୃଦ୍ଧାଙ୍କୁ ଗିରଫ କରି ଜଳେଶ୍ୱର ନେଇ ଯାଇଥିବା ବେଳେ ତାତିଛନ୍ତି ପରିବାର ଲୋକେ । ସେମାନେ ଚଢ଼ାଉ ପାଇଁ ଆସିଥିବା ଟିମ୍‌ର ଗାଡ଼ି ଚାବି ଛଡ଼ାଇ ରଖିଛନ୍ତି। ଏଥିସହ ରାସ୍ତା ଉପରେ ଧାରଣା ଦେଇଛନ୍ତି। । ବୃଦ୍ଧାଙ୍କୁ ନ ଛାଡ଼ିବା ପର‌୍ୟ୍ୟନ୍ତ ଏହା ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି। ଏହାକୁ ନେଇ ସ୍ଥାନୀୟଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।
ମାତ୍ର ଆଇଆଇସି କହିଛନ୍ତି, ଜବତ ପଦାର୍ଥ ହେଉଛି ବ୍ରାଉନସୁଗର। ତାହାକୁ ଜବତ କରି ନେଉଥିବା ବେଳେ ପରିବାର ଲୋକେ ଗାଡ଼ି ଚାବି ଛଡ଼ାଇ ନେଇଛନ୍ତି। ଫଳରେ ଆଉ ଏଠାରେ ଅଟକି ରହିଛୁ। ତୁରନ୍ତ ଘଟଣାର ସମାଧାନ ହେବ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930