Indus Valley Times

ବ୍ରାଜିଲରେ ଜଣେ ପୁରୁଷ ଗୋଟିଏ ମଣ୍ଡପରେ କଲେ ୯ଜଣ ମହିଳାଙ୍କୁ ବିବାହ, କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

 Breaking News

ବ୍ରାଜିଲରେ ଜଣେ ପୁରୁଷ ଗୋଟିଏ ମଣ୍ଡପରେ କଲେ ୯ଜଣ ମହିଳାଙ୍କୁ ବିବାହ, କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

November 18
11:33 2021

ନୂଆଦିଲ୍ଲୀ ୧୮/୧୧: ବ୍ରାଜିଲରେ ଜଣେ ପୁରୁଷ ଜଣେ କି ଦୁଇଜଣ ନୁହେଁ ବରଂ ନଅ ଜଣ ମହିଳାଙ୍କୁ ବିବାହ କରିଛନ୍ତି। ତାହା ପୁଣି ଗୋଟିଏ ମଣ୍ଡପରେ। ସାଓ ପାଉଲୋ ସହରର କ୍ୟାଥୋଲିକ ଚର୍ଚ୍ଚରେ ଆୟୋଜିତ ଏହି ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁଯାୟୀ, ମଡେଲ୍ ଆର୍ଥର୍ ଓ ଉର୍ସୋ ପୂର୍ବରୁ ବିବାହିତ ଏବଂ ସେ ତାଙ୍କ ହନିମୁନ୍ର ହଟ୍ ଫଟୋ ସେୟାର କରି ଚର୍ଚ୍ଚାରେ ରହିଥିଲେ। ବର୍ତ୍ତମାନ ନଅ ଜଣ ମହିଳାଙ୍କୁ ଏକାଠି ବିବାହ କରି ସେ ପୁଣି ଲାଇମଲାଇଟକୁ ଆସିଛନ୍ତି।
ସେ କହିଛନ୍ତି, ଜଣେ ମହିଳାଙ୍କୁ ବିବାହ କରିବାର ପରମ୍ପରାକୁ ସେ ବିରୋଧ କରୁଛନ୍ତି। ତେଣୁ ଗୋଟିଏ ମଣ୍ଡପରେ ନଅ ଜଣ ମହିଳାଙ୍କୁ ବିବାହ କରି ସେ ମୋନୋଗାମି ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି।
ବ୍ରାଜିଲର ମଡେଲ୍, ତାଙ୍କର ପ୍ରଥମ ପତ୍ନୀଙ୍କ ସହ, ଲୁଆନା କାଜାକିଙ୍କ ସହ ହନିମୁନ୍ ପାଇଁ ଫ୍ରାନ୍ସ ଯାଇଥିଲେ। ସେଠାରୁ ସେ ଏପରି କିଛି ଫଟୋ ସେୟାର କରିଥିଲେ, ଯାହା ଖୁବ୍ ଆଲୋଚନା ହୋଇଥିଲା। ଉଭୟ ଫ୍ରାନ୍ସର ଅନେକ ସହରରେ ନ୍ୟୁଡ୍ ବୁଲିଥିଲେ। ଯଦିଓ, ଏଥିପାଇଁ ତାଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା, କିନ୍ତୁ ଏଥିରେ ତାଙ୍କୁ କୌଣସି ଫରକ ପଡିନଥିଲା।
-ପ୍ରମେୟ

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031