Legatus

ବ୍ରାହ୍ମଣୀ ନଦୀରେ ଅଘଟଣ, ଡଙ୍ଗା ବୁଡି ୨ ନିଖୋଜ

 Breaking News

ବ୍ରାହ୍ମଣୀ ନଦୀରେ ଅଘଟଣ, ଡଙ୍ଗା ବୁଡି ୨ ନିଖୋଜ

ବ୍ରାହ୍ମଣୀ ନଦୀରେ ଅଘଟଣ, ଡଙ୍ଗା ବୁଡି ୨ ନିଖୋଜ
April 27
10:14 2023

ଆଳି, ୨୭/୪ : ଗୁରୁବାର ସକାଳୁ ବ୍ରାହ୍ମଣୀ ନଦୀର ଏକମାଣିଆ-ଦକ୍ଷିଣଡିହା ନଦୀଘାଟରେ ନୌକା ଦୁର୍ଘଟଣା ଘଟି ଘାଟିଆ ସମେତ ଜଣେ ୧୨ ବର୍ଷର ବାଳକ ନିଖୋଜ ହୋଇଯାଇଛନ୍ତି।
ସକାଳ ୬ଟା ସମୟରେ କେରଡାଗଡରୁ କଟକ ଯାଉଥିବା ଥିବା ଏକ ବସ୍ ଧରିବା ପାଇଁ ଏକମାଣିଆ, ନଳପାହି,ଦକ୍ଷିଣଡିହା ଗ୍ରାମର ପ୍ରାୟ ୪୦ ଯାତ୍ରୀ ଦକ୍ଷିଣଡିହା ନଦୀଘାଟରୁ ଏକ ଯନ୍ତ୍ରଚାଳିତ ଡଙ୍ଗାରେ ବସିଥିଲେ।
ବସ୍ ଧରିବା ପାଇଁ ତରବର ହେଉଥିବା ଯାତ୍ରୀମାନେ ନଦୀପଠାରେ ଲାଗିଥିବା ଡଙ୍ଗାକୁ ଦକ୍ଷିଣ ଡିହା ନଦୀଘାଟରୁ ନଦୀ ଭିତରକୁ ଠେଲୁଥିବା ସମୟରେ ଡଙ୍ଗାଟି ହଠାତ୍ କ୍ଷିପ୍ରଗତିରେ ନଦୀ ଭିତରକୁ ଚାଲିଯାଇ ଭାରସାମ୍ୟ ହରାଇ ଗଭୀର ଗଣ୍ଡରେ ବୁଡ଼ି ଯାଇଥିଲା। ଘାଟିଆ ସୁଦର୍ଶନ ସ୍ବାଇଁ ବୁଡ଼ି ଯାଉଥିବା ଯାତ୍ରୀମାନଙ୍କୁ ଜଣକ ପରେ ଜଣେ ଉଦ୍ଧାର କରିଥିଲେ। ହେଲେ ନଦୀରେ ବୁଡ଼ିଥିବା ଦେବେନ୍ଦ୍ର ବେହେରା(୧୨)ଙ୍କୁ ଉଦ୍ଧାର କରିବା ସମୟରେ ଉଭୟେ ଗଭୀର ଜଳରେ ବୁଡି ନିଖୋଜ ହୋଇଯାଇଛନ୍ତି।
ସ୍ଥାନୀୟ ଗ୍ରାମବାସୀମାନେ ଦୀର୍ଘ ସମୟ ଧରି ନଦୀରେ ୨ ନିଖୋଜଙ୍କୁ ଖୋଜୁଥିବା ବେଳେ ବିଳମ୍ବରେ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିବା ଜଣାପଡ଼ିଛି।ଦକ୍ଷିଣଡିହା ସମେତ କେରଡା ଗଡ ନଦୀଘାଟରେ କାନ୍ଦବୋବାଳି ପଡିଯାଇଛି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930