Legatus

ବ୍ରିଜ୍ ତଳକୁ ଟ୍ରାକ୍ଟର ଖସିବାରୁ ଗଲା ୬ଜଣକ ଜୀବନ, ୧୦ଜଣ ଆହତ

 Breaking News

ବ୍ରିଜ୍ ତଳକୁ ଟ୍ରାକ୍ଟର ଖସିବାରୁ ଗଲା ୬ଜଣକ ଜୀବନ, ୧୦ଜଣ ଆହତ

ବ୍ରିଜ୍ ତଳକୁ ଟ୍ରାକ୍ଟର ଖସିବାରୁ ଗଲା ୬ଜଣକ ଜୀବନ, ୧୦ଜଣ ଆହତ
April 15
19:19 2023

ଉତ୍ତର ପ୍ରଦେଶ,୧୫/୪ : ଡାଲା ସହିତ ଏକ ଟ୍ରାକ୍ଟର ବ୍ରିଜ୍ ତଳକୁ ଖସି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶର ଶାହଜହାନପୁରର ବୀରସିଂହପୁର ଗାଁରେ ଏହି ଘଟଣା ଘଟିଛି।
ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରାକ୍ଟର ଡାଲାରେ ୩୦ରୁ ଅଧିକ ଲୋକ ଥିଲେ। ସେମାନେ ଭାଗବତ ପାରାୟଣ ପାଇଁ ଗରରା ନଦୀକୁ ଜଳ ଆଣିବାକୁ ଯାଇଥିଲେ। ଗରରା ନଦୀ ଉପରେ ଥିବା ବ୍ରିଜ୍ ଉପରେ ଟ୍ରାକ୍ଟରଟି ଯାଉଥିବା ବେଳେ ହଠାତ୍ ବ୍ରିଜ୍ର ବାଡ଼ାକୁ ଧକ୍କା ଦେଇ ତଳକୁ ଖସି ପଡ଼ିଥିଲା। ଫଳରେ ଡାଲାରେ ବସିଥିବା
ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଆହତମାନଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଘଟଣାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ସେ ଘୋଷଣା କରିଛନ୍ତି।
ସେହିପରି ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏ ଦେବାକୁ ସେ ଘୋଷଣା କରିଛନ୍ତି। ଆହତମାନଙ୍କୁ ଯେପରି ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ, ତାହା ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31