Indus Valley Times

ବଡ଼ଦିନ ଓ ନୂଆବର୍ଷ ପାଇଁ ନୂଆ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର

 Breaking News

ବଡ଼ଦିନ ଓ ନୂଆବର୍ଷ ପାଇଁ ନୂଆ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର

December 24
15:11 2021

ଭୁବନେଶ୍ୱର,୨୪/୧୨: ରାଜ୍ୟରେ ଓମିକ୍ରନ୍ ସଂକ୍ରଣର ଚିନ୍ତା ବଢ଼ାଇଲାଣି । କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ଦିନ ଓ ନୂଆବର୍ଷ ଗାଇଡଲାଇନ୍ ଜାରି କରିଛନ୍ତି। ଓମିକ୍ରନ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ପର‌୍ୟ୍ୟନ୍ତ ନୂଆ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର।
ବଡ଼ଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ଦିନ ପାଳନ ଅନୁମତି ଦିଆଯାଇଛି। ଜିରୋ ନାଇଟ୍ ସେଲିବ୍ରେସନକୁ ସରକାରଙ୍କ ପକ୍ଷରୁ ବାରଣ କରାଯାଇଛି। ହୋଟେଲ, କ୍ଲବ, ରେଷ୍ଟୁରାଣ୍ଟରେ ନୂଆ ବର୍ଷକୁ ସ୍ୱାଗତ ବାରଣ କରାଯାଇଛି। ଓଡ଼ିଶାରେ ୪ ଓମିକ୍ରନ୍ ଚିହ୍ନଟ ପରେ ଆଲର୍ଟ ମୋଡ୍ରେ ସ୍ୱାସ୍ଥ୍ୟ ବିଭାଗ ଆସିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031