Indus Valley Times

ବଢ଼ିବନି ମୂର୍ତ୍ତି ଉଚ୍ଚତା, ଖାରଜ କଲେ ହାଇକୋର୍ଟ

 Breaking News

ବଢ଼ିବନି ମୂର୍ତ୍ତି ଉଚ୍ଚତା, ଖାରଜ କଲେ ହାଇକୋର୍ଟ

September 17
18:25 2021

କଟକ,୧୭/୯ : କଟକରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବୃଦ୍ଧି ଆବେଦନକୁ ଶୁକ୍ରବାର ଖାରଜ କରିଛନ୍ତି ହାଇକୋର୍ଟ। କଟକରେ ମା’ ଦୁର୍ଗାଙ୍କ ୪ ଫୁଟ୍ ଉଚ୍ଚତାକୁ ବିରୋଧ କରି କଟକ ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଗତକାଲି ମାମଲାର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଶୁକ୍ରବାର ହାଇକୋର୍ଟ ଏହାର ରାୟ ଶୁଣାଇଛନ୍ତି।
ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ମାମଲା ଦାଏର କରାଯାଇ ୫ଶହ ବର୍ଷର ପୁରୁଣା ପରମ୍ପରା ବଜାୟ ରଖିବାକୁ ଆବେଦନ ହୋଇଥିଲା। କିନ୍ତୁ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ୪ଫୁଟରୁ ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ ହୋଇପାରିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଥିଲେ।
ହାଇକୋର୍ଟ ସିଧା ସିଧା କହିଛନ୍ତି ଯେ ସରକାରଙ୍କ କୋଡିଭ୍ ନିୟମାବଳୀରେ ହସ୍ତକ୍ଷେପ କରାଯାଇପାରିବ ନାହିଁ। ତେଣୁ ହାଇକୋର୍ଟ ଏବେ ନିଷ୍ପତ୍ତି ସରକାରଙ୍କ ଉପରେ ଛାଡ଼ି ଦେଇଛନ୍ତି। ଅନ୍ୟପକ୍ଷରେ ହାଇକୋର୍ଟରୁ ନିରାଶ ହୋଇଥିବା ବାଲୁବଜାର ପୂଜା କମିଟି ଆଗକୁ କ’ଣ କରିବ, ସେ ନେଇ କିଛି ଜଣା ପଡ଼ିନାହିଁ।
ଏହି କମିଟି ଆଗକୁ ସୁପ୍ରିମକୋର୍ଟ ଯିବ କି ନାହିଁ, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ତେବେ ଯାହା ସୂଚନା ମିଳିଛି, ସରକାରଙ୍କ କୋଭିଡ୍ ନିୟମାବଳୀ ମୁତାବକ ଏଥର ଦୁର୍ଗା ପୂଜା ହେବ। ଅର୍ଥାତ୍ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ରହିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ସରକାରଙ୍କ ଦ୍ୱାରା ୪ ଫୁଟ୍ ମୂର୍ତ୍ତି ଉଚ୍ଚତା ନିଷ୍ପତ୍ତିକୁ କଟକ ଶାନ୍ତି କମିଟି ବିରୋଧ କରିଥିଲା। ଯାହା ପରେ ଶାନ୍ତି କମିଟି ରାଜ୍ୟ ସରକାରଙ୍କୁ ଏହାର ପୁନର୍ବିଚାର କରିବାକୁ କହିଥିଲା।
ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତିରେ କାଏମ ରହିଥିଲେ ଏବଂ ମୂର୍ତ୍ତି ଉଚ୍ଚତା ବଢ଼ିବ ନାହିଁ ବୋଲି ସିଧାସିଧା କହିଥିଲେ। ଯାହା ପରେ ଶାନ୍ତି କମିଟିର ବୈଠକରେ ଖୁବ୍ ହଙ୍ଗାମା ହୋଇଥିଲା। ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି କଟକର ଅନ୍ୟତମ ପୁରାତନ ପୂଜା କମିଟି ବାଲୁ ବଜାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031