Indus Valley Times

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪୯ କରୋନା ଆକ୍ରାନ୍ତ

 Breaking News

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪୯ କରୋନା ଆକ୍ରାନ୍ତ

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪୯ କରୋନା ଆକ୍ରାନ୍ତ
July 02
19:02 2020

ଭୁବନେଶ୍ୱର, ୨। ୭: ଗୁରୁବାର ରାଜ୍ୟରେ ଆଉ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୫୦୨ରେ ପହଁଚିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୯ ଜଣ ଥିବା ବେଳେ ଖୋର୍ଧାରୁ ୨୪, ମୟୂରଭଞ୍ଜରୁ ୧୪, କଟକରୁ ୧୩, କଳାହାଣ୍ଡି ଓ କେନ୍ଦ୍ରାପଡାରୁ ୬ଜଣ ଲେଖାଏଁ, ରାୟଗଡାରୁ ୫ ଜଣ, ଅନୁଗୋଳ, ଝାରସୁଗୁଡା ଓ ସୁନ୍ଦରଗଡରୁ ୪ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ବଲାଙ୍ଗୀର, ଭଦ୍ରକ, ଯାଜପୁର ଓ ପୁରୀରୁ ୩ଜଣ ଲେଖାଏଁ, ବାଲେଶ୍ୱର, ନୟାଗଡ ଓ ଜଗତସିଂପୁରରୁ ୨ଜଣ ଲେଖାଏଁ ଓ ବରଗଡ ଓ କୋରାପୁଟରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031