Indus Valley Times

ଭଲ ଖବର: ରାଜ୍ୟରେ ୬୦୯ଜଣ କରୋନା ଆକ୍ରାନ୍ତ ସୁସ୍ଥ

 Breaking News

ଭଲ ଖବର: ରାଜ୍ୟରେ ୬୦୯ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭଲ ଖବର: ରାଜ୍ୟରେ ୬୦୯ଜଣ କରୋନା ଆକ୍ରାନ୍ତ ସୁସ୍ଥ
July 14
19:44 2020

ଭୁବନେଶ୍ୱର,୧୪/୭: ୨୪ ଘଣ୍ଟାରେ ରାଜ୍ୟରେ ପ୍ରଥମ ଥର ଗୋଟିଏ ଦିନରେ ୬୦୯ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇ ଓଡିଶାରେ ସୁସ୍ଥ ସଂଖ୍ୟା ୯୮୬୪ରେ ପହଞ୍ଚିଛି। ଏ ନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଙ୍ଗଳାବର ଟ୍ଵିଟ୍ ଜରିଆରେ ଏହାର ସୂଚନା ଦିଆଯାଇଛି।
ଗଞ୍ଜାମରୁ ସର୍ବାଧିକ ୨୬୮ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ପରି ସୁନ୍ଦରଗଡରୁ ୧୩୫, ଖୋର୍ଦ୍ଧାରୁ ୩୭, କଟକରୁ ୩୨, ବାଲେଶ୍ଵରରୁ ୨୫, କେନ୍ଦୁଝରରୁ ୨୩, ମୟୂରଭଞ୍ଜରୁ ୧୮, ଭଦ୍ରକରୁ ୧୨, ପୁରୀରୁ ୧୨ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସେହି ପରି ସମ୍ବଲପୁରରୁ ୮, ବରଗଡ ଓ ଜଗତସିଂହପୁରରୁ ୭ ଜଣ ଲେଖାଏଁ, ଯାଜପୁରରୁ ୬, ଝାରସୁଗୁଡା ଓ କେନ୍ଦ୍ରାପଡାରୁ ୪ ଜଣ ଲେଖାଏଁ, ବଲାଙ୍ଗିରରୁ ୩ ଜଣ, କୋରାପୁଟ, ନବରଙ୍ଗପୁର ଓ ରାୟଗଡାରୁ ୨ ଜଣ ଲେଖାଏଁ ଓ ଗଜପତି ଏବଂ ନୟାଗଡରୁ ଜଣେ ଲେଖାଏଁ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031