Indus Valley Times

ଭାପୁର ବ୍ଲକ ନିମାଣୀ ସ୍ବାସ୍ଥ୍ୟ କେନ୍ଦ୍ର କମ୍ପାଉଣ୍ଡରଙ୍କ ଦବଙ୍ଗଗିରୀ

 Breaking News

ଭାପୁର ବ୍ଲକ ନିମାଣୀ ସ୍ବାସ୍ଥ୍ୟ କେନ୍ଦ୍ର କମ୍ପାଉଣ୍ଡରଙ୍କ ଦବଙ୍ଗଗିରୀ

ଭାପୁର ବ୍ଲକ ନିମାଣୀ ସ୍ବାସ୍ଥ୍ୟ କେନ୍ଦ୍ର କମ୍ପାଉଣ୍ଡରଙ୍କ ଦବଙ୍ଗଗିରୀ
September 16
20:36 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୬/୯ :କମ୍ପାଉଣ୍ଡରଙ୍କ ଦବଙ୍ଗଗିରୀ । ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ନିମାଣୀ ଗ୍ରାମ ସ୍ବାସ୍ଥ୍ୟ କେନ୍ଦ୍ରରେ। କମ୍ପାଉଣ୍ଡର ଶରତ କୁମାର ଖଟୁଆ ରୋଗୀ ମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାସହ ମାଡ ମାରିବାକୁ ଧମକ ଦେବାକୁ ମଧ୍ୟ ପଛାଇ ନଥିଲେ। ରୋଗୀ ମାନଙ୍କୁ ତିନି ମାସର ଏକ୍ସପାରି ମେଡିସିନ ଦେଇ ଖାଇବାକୁ କୁହନ୍ତି।
ଏସମ୍ପର୍କରେ ପଚାରିଲେ ଗାଳିଗୁଲଜ କରନ୍ତି। ଏପରିକି ମହିଳା ମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେଉଅଛି । ଏସମ୍ପର୍କରେ ନୟାଗଡ଼ ଜିଲ୍ଲାପାଳଙ୍କୁ ମେଡିକାଲ ଅଫିସରଙ୍କ ଜରିଆରେ ଅଭିଯୋଗ କରାଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ ।
ଖଟୁଆ କୁହନ୍ତି ସିଡିଏମଓ ,ସରପଞ୍ଚ ଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ମୋ ହାତରେ ମାସିକିଆ ଟଙ୍କା ଦେଉଛି ମୋର କିଏ କଣ କରିବ। ବୋଧହୁଏ ଏଥିପାଇଁ ଜିଲ୍ଲାପାଳ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରୁନାହାନ୍ତି । ଖଟୁଆଙ୍କ ବିରୁଦ୍ଧରେ ଶିଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ କୈାଣସି ଅଘଟଣ ଘେଟେ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031