Indus Valley Times

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ଓ ଜିଲ୍ଲା ସ୍ତରୀୟ ସୁଶାସନ ଦିବସ-୨୦୨୫ ପାଳିତ, ଆଧୁନିକ ଭାରତର ସ୍ରଷ୍ଟା ବାଜପେୟୀ:ବିଧାୟକ

 Breaking News

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ଓ ଜିଲ୍ଲା ସ୍ତରୀୟ ସୁଶାସନ ଦିବସ-୨୦୨୫ ପାଳିତ, ଆଧୁନିକ ଭାରତର ସ୍ରଷ୍ଟା ବାଜପେୟୀ:ବିଧାୟକ

December 25
19:52 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୫/୧୨ : ସମୟ ସ୍ରୋତରେ କିଛି ବ୍ୟକ୍ତି ତାଙ୍କର ପ୍ରତିଭା ପାଇଁ ମହାପୁରୁଷ ହୋଇଥାନ୍ତି ଓ ସେମାନଙ୍କ ଜୟନ୍ତୀ ଏବଂ ଶ୍ରାଦ୍ଧବାର୍ଷିକୀ ଆମେ ପାଳନକରୁ ।
ସେହିପରି ମହାନ ପ୍ରତିଭା ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଠାରେ ପ୍ରତିଫଳନ ହୋଇଥିଲା, ତେଣୁ ସେ ସମାଜସେବା କଲ୍ୟାଣକୁ ଆଦରି ରାଷ୍ଟ୍ରକୁ ଦୁନିଆରେ ଏକ ନମ୍ୱର୍ କରି ମଜବୁତ୍ କରିବା ପାଇଁ ତାଙ୍କର ଯେଉଁ ପ୍ରଚେଷ୍ଟା ତାହା ତାଙ୍କୁ ଚୀର ସ୍ମରଣୀୟ କରି ରଖିବ ।
ପ୍ରତିରକ୍ଷା, କୃଷି ଓ ବିଜ୍ଞାନର ସଫଳତାକୁ ଶୀର୍ଷରେ ରଖିବା ପାଇଁ ତାଙ୍କର ଉଦ୍ୟମ ସର୍ବଦା ପ୍ରଶଂସନୀୟ । ବିଜ୍ଞାନ କ୍ଷେତ୍ରରେ ସେ ଏ ପି ଜେ ଅବଦୁଲ କାଲାମ ଇଶ୍ରୋର ଶ୍ରେଷ୍ଟ ବୈଜ୍ଞାନିକଙ୍କ ଦ୍ଵାରା ପରମାଣୁ ଶକ୍ତି ପରୀକ୍ଷଣ କରି ସାରା ବିଶ୍ବକୁ ଆଚମ୍ବିତ କରିଥିବା ସହ ଆଧୁନିକ ଭାରତର ସ୍ରଷ୍ଟା ବୋଲି ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜଗଦେବ ପ୍ରକାଶ କରିଥିଲେ ।
ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀକୁ ସମଗ୍ର ଦେଶ ୨୦୧୫ ମସିହାରୁ ସୁଶାସନ ଦିବସ ରୂପେ ପାଳନ କରିଆସୁଅଛି । ମୁଖ୍ୟ ଅତିଥି ଆହୁରି କହିଥିଲେ ମାନବିକତା, ଅନୁଶାସନ, ସମର୍ପଣ ଭାବ, ସ୍ୱାର୍ଥ ଓ ଅହଙ୍କାର ଶୂନ୍ୟ ସେବା, ସକାରାତ୍ମକ ବିଚାରଧାରା ଓ ଚିନ୍ତାଧାରାରେ ସରକାରୀ ଅଧିକାରୀ ଏବଂ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ସ୍ତରରେ ସେବା ମନୋଭାବ ରଖି ଏକ ଅଖଣ୍ଡ ଭାରତର ନୂଆ ଇତିହାସ, ସୁବର୍ଣ୍ଣ ରାମରାଜ୍ୟ ଗଢିତୋଳିବା ପାଇଁ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଶ୍ରୀ ସୁବୋଧ କୁମାର ଜଗଦେବ ଯୋଗଦେଇ କହିଲେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଅଟଳ ନେତୃତ୍ଵ ଭାରତର ଗୌରବମୟ ଇତିହାସରେ ସବୁଦିନେ ଲିପିବଦ୍ଧ ହୋଇ ରହିବ ।
ସେ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରି ମଧ୍ୟ ଜାତି ଧର୍ମ ବର୍ଣ୍ଣ ଲିଙ୍ଗ ଉର୍ଦ୍ଧରେ ରହି ଦେଶସେବାକୁ ନିଜ ଜୀବନରେ ବ୍ରତୀ କରିଥିଲେ ।
ସେ ଏକାଧାରରେ ଜଣେ ବିଚକ୍ଷଣ ରାଜନୀତିଜ୍ଞ, କବି ଦେଶ ସେବକ ଓ ନିତିନିଷ୍ଟ ବ୍ୟକ୍ତିତ୍ଵ ଥିଲେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭାପତି ଶ୍ରୀମତୀ ରୂପଶ୍ରୀରାଣୀ ଗୁମାନ ସିଂହ ଯୋଗଦେଇ କହିଲେ ସୁଶାସନ ହେଉଛି ସହଭାଗିତା ଶାସନ, ରାଷ୍ଟ୍ରର ଶୃଙ୍ଖଳା ବଜାୟ ରଖି ନିଜ ଭିତରେ ଥିବା ସମ୍ମାନ ଅନ୍ୟାପାଇଁ ପ୍ରଦର୍ଶନ କରିବା ।
ଜିଲ୍ଲାର ସମସ୍ତ ଅଧିକାରୀମାନେ ସୁଶାସନର ଉପଲବ୍ଧି ନେବାକୁ ଆସୁଥିବା ସମସ୍ତଙ୍କୁ ସମ୍ମାନ ଦିଅନ୍ତୁ ଓ ମୌଳିକସେବା ଉପଲବ୍ଧ କରାନ୍ତୁ ।
ଅନ୍ୟତମ ସମ୍ମାନିତ ଅତିଥି ଜିଲ୍ଲାପରିଷଦ ଉପସଭାପତି ଗୋପୀନାଥ ମହାରଣା ଯୋଗଦେଇ କହିଲେ ସୂଶାସନ କହିଲେ ବିଭାଗୀୟ ଅଧିକାରୀ ମାନେ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇ ତାହାର ସଠିକ୍ କାର୍ଯ୍ୟକାରିତା କରାନ୍ତୁ ।
ଏହି ଅବସରରେ ସମସ୍ତେ ସମବେଦନା ପ୍ରଦର୍ଶନ କରି ସୁଶାସନ ବ୍ୟବସ୍ଥାକୁ ସଠିକ୍ ମାର୍ଗରେ ପରିଚାଳନା କରି ହିତାଧିକାରୀଙ୍କୁ ଯୋଜନାର ସୁଫଳ ଦେବାକୁ ବକ୍ତବ୍ୟ ରଖିଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ ଯୋଗଦେଇ କହିଲେ ବାଜପେୟୀ ସାଧୁତାର, ସଂହତିର ଓ ସାର୍ବର୍ଭୌମତ୍ୱର ଜଣେ ମହାନ ବ୍ୟକ୍ତିତ୍ଵ ଥିଲେ ।
ଅଧିକାରୀ ମାନେ ବାଜପେୟୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ବଚ୍ଛତା ବଜାୟ ରଖି ନିଜର କର୍ତ୍ତବ୍ୟ ଓ ଦାୟିତ୍ବ ନିର୍ବାହ କଲେ ସୁଶାସନ ବ୍ୟବସ୍ଥା ସଫଳ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ସଭାପତି ଅଭିଭାଷଣରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ କହିଲେ ଅଟଳ ବିହାରୀ ବାଜପେୟୀ ଜଣେ ମହାନ୍ ରାଷ୍ଟ୍ର ନାୟକ ଥିଲେ ।
ସେ ଏକାଧାରରେ ଜଣେ କବି,ରାଜନୀତିଜ୍ଞ, ଲୋକଙ୍କ ପାଇଁ ସରକାର, ନିରନ୍ତର ଉନ୍ନତି ସହ ଜନସାଧାରଣଙ୍କ ନିକଟରେ ଶାସନର ସଫଳତା ପହଞ୍ଚାଇବାକୁ ପସନ୍ଦ କରୁଥିଲେ କ୍ଷ ସୁଶାସନ ଅର୍ଥ ଦୁର୍ନୀତି ହଟାଇବା, ସୁସ୍ଥ ସମାଜ ଗଠନ କରିବା,ଓ ନାଗରିକ ମାନଙ୍କୁ ତାଙ୍କର ନ୍ୟାର‌୍ୟ୍ୟ ହକ ପ୍ରଦାନ କରିବା ବୋଲି ପ୍ରକାଶ କରିଥିଲେ ।
ସେହିପରି ଓ ଟି ପି ଆର ଏସ ଲୋକଙ୍କ ସେବା ପ୍ରଦାନ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ସହ ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ
ମାନେ ନିଜର ଉଚ୍ଚ ଅଭିଳାଷ ରଖି କଠିନ ପରିଶ୍ରମ କରି ଭାରତକୁ ଏକ ବିକଶିତ ଭାରତରେ ପରିଣତ କରିବାକୁ ଆହ୍ଵାନ ଦେଇଥିଲେ ।
ଶେଷରେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ, ସଭାପତି ଅତିରିକ୍ତ ଜିଲ୍ଲାପାଳ,ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ସୁଶାସନ ଦିବସ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ ।
ମୁଖ୍ୟ ଅତିଥି ଓ ସମସ୍ତ ଅତିଥି ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଫୋଟ ଚିତ୍ରରେ ପୁଷ୍ପାର୍ଘ୍ଷ ପ୍ରଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ସଭାରେ ଆଞ୍ଚଳିକ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଜିଲ୍ଲାପରିଷଦ କାର‌୍ୟ୍ୟାଳୟରେ କାର୍ଯ୍ୟରତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ହେମନ୍ତ କୁମାର ଭୋଇଙ୍କ ଅକାଳ ବିୟୋଗରେ ତାଙ୍କର ଆମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ୱାଗତ ଭାଷଣ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପ୍ରଦାନ କରିଥିଲେ ।
ଦିବସରେ ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଶ୍ରୀ ନିକୁଞ୍ଜ ପଟ୍ଟନାୟକ, ମାନ୍ୟବର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ଦିଲ୍ଲୀପ କୁମାର ହୋତା, ବୁଦ୍ଧିଜୀବି ଭୀମସେନ ପ୍ରଧାନ, ଦେବ ପ୍ରସାଦ ମଜୁମଦାର, ସତ୍ୟବାଦୀ ବଳିୟାର ସିଂହ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦିଲ୍ଲୀପ ହିଆଲ୍, ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ଃ ଗିତାଂଶୁ ମୋହନ ଦାଶ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ପଂଚାୟତ ଅଧିକାରୀ ଶୁଭେନ୍ଦୁ କୁମାର ନାୟକ, ଉପନିର୍ଦେଶକ ଯୋଜନା ଓ ପରିସଂଖ୍ୟାନ ଅଶୋକ କୁମାର ବେହେରା, ଡେପୁଟୀ କଲେକ୍ଟର ଆର୍ତ୍ତତ୍ରାଣ ମଲ୍ଲିକ, ଆସିଷ୍ଟାଣ୍ଟ କଲେକ୍ଟର ଭୁବନେଶ୍ଵରୀ କଅଁର ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930