Indus Valley Times

ଭାରତରେ ୨୦୨୩ରୁ ଗଡିବ ପ୍ରାଇଭେଟ୍ ଟ୍ରେନ୍, ୨୦୨୭ ସୁଦ୍ଧା ସମସ୍ତ ୧୫୧ ଟ୍ରେନ୍ ଚାଲିବ

 Breaking News

ଭାରତରେ ୨୦୨୩ରୁ ଗଡିବ ପ୍ରାଇଭେଟ୍ ଟ୍ରେନ୍, ୨୦୨୭ ସୁଦ୍ଧା ସମସ୍ତ ୧୫୧ ଟ୍ରେନ୍ ଚାଲିବ

July 20
12:37 2020

ନୂଆଦିଲ୍ଲୀ ୨୦।୭: ଦେଶରେ ୧୨ଟି ବେସରକାରୀ ଟ୍ରେନର ପ୍ରଥମ ବ୍ୟାଚ୍ ୨୦୨୩ରେ ଚଳାଚଳ ଆରମ୍ଭ ହେବ । ଏହାପରେ ଆସନ୍ତା ଆର୍ଥିକ ବର୍ଷରେ ୪୫ଟି ଟ୍ରେନ୍ ଚଳାଚଳ ଆରମ୍ଭ ହେବ । ରେଳ ଅଧିକାରୀଙ୍କ ଅନୁଯାୟୀ, ଏହିପରି ସମସ୍ତ ୧୫୧ଟି ବେସରକାରୀ ଟ୍ରେନ୍ ପୂର୍ବ ନିର୍ଦ୍ଧାରିତ କାର‌୍ୟ୍ୟସୂଚୀ ଅନୁଯାୟୀ ୨୦୨୭ ସୁଦ୍ଧା ଆରମ୍ଭ ହେବ । ରେଲଓ୍ବେ ଏହାର ନେଟୱାର୍କରେ ବେସରକାରୀ କମ୍ପାନୀମାନଙ୍କୁ ଯାତ୍ରୀବାହୀ ଟ୍ରେନ୍ ଚଲାଇବା ପାଇଁ ଆନୁଷ୍ଠାନିକ ଭାବେ ଯୋଜନା ପ୍ରସ୍ତୁତ କରିବା ପାଇଁ ଏହି ମାସ ଆରମ୍ଭରେ ଦେଶର ୧୦୯ ଯୋଡି ରୁଟରେ ୧୫୧ ଆଧୁନିକ ଯାତ୍ରୀବାହୀ ଟ୍ରେନ୍ ଚଲାଇବା ପାଇଁ ରେଲୱେ ପ୍ରସ୍ତାବକୁ ଆମନ୍ତ୍ରଣ କରିଥିଲା ।
ବେସରକାରୀ ଟ୍ରେନ୍ ବିଷୟରେ ରେଳବାଇ ୨୦୨୨-୨୩ ରେ ଏହିପରି ୧୨ଟି ଟ୍ରେନ୍ ଚଲାଇବାକୁ ଯୋଜନା କରିଛି । ଏହାପରେ ୨୦୨୩-୨୪ ବର୍ଷରେ ୪୫ଟି ଟ୍ରେନ୍, ୨୦୨୫-୨୬ ବର୍ଷରେ ୫୦ଟି ଏବଂ ପରବର୍ତ୍ତୀ ଆର୍ଥିକ ବର୍ଷରେ ୪୪ଟି ଟ୍ରେନ୍ ଆରମ୍ଭ କରିବାର ଯୋଜନା ରହିଛି । ଏହିପରି ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ମୋଟ୍ ୧୫୧ଟି ଟ୍ରେନ୍ ଚଳାଚଳ ଆରମ୍ଭ ହେବ । ଏହି ପରିପ୍ରେକ୍ଷୀରେ ୮ ଜୁଲାଇରେ ଜାରି କରାଯାଇଥିବା ଅନୁରୋଧ (ଜୠଛ) ନଭେମ୍ବର ସୁଦ୍ଧା ଚୂଡାନ୍ତ ହେବ ଏବଂ ମାର୍ଚ୍ଚ ୨୦୨୧ ସୁଦ୍ଧା ଆର୍ଥିକ ବିଡ୍ ଖୋଲାଯିବ ବୋଲି ଆଶା କରାଯାଉଛି । ଏହାପରେ ୩୧ ଅପ୍ରେଲ ୨୦୨୧ ସୁଦ୍ଧା ବିଡର ଚୟନ କରାଯିବ ବୋଲି ଆଶା କରାଯାଉଛି । ଅଧିକାରୀ କହିଛନ୍ତି ଯେ, ମୋଟ୍ ରାଜସ୍ବରେ ସର୍ବାଧିକ ଅଂଶ ପ୍ରଦାନ କରୁଥିବା ବିଡରମାନଙ୍କୁ ଏହି ପ୍ରକଳ୍ପ ପ୍ରଦାନ କରାଯିବ ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆମେ ଏକ ଯୋଜନା ପ୍ରସ୍ତୁତ କରିଛୁ ଯାହା ଅଧୀନରେ ଆମେ ଘରୋଇ ଟ୍ରେନ୍ କାର‌୍ୟ୍ୟ ଆରମ୍ଭ କରିବାକୁ ଆଶା କରୁଛୁ । ମାର୍ଚ୍ଚ ୨୦୨୧ ସୁଦ୍ଧା ଟେଣ୍ଡରଗୁଡିକ ଚୂଡାନ୍ତ ହେବ ଏବଂ ଟ୍ରେନ୍ ମାର୍ଚ୍ଚ ୨୦୨୩ ରୁ କାର‌୍ୟ୍ୟ ଆରମ୍ଭ କରିବ । ରେଳବାଇ କହିଛି ଯେ, ୭୦ ପ୍ରତିଶତ ଘରୋଇ ଟ୍ରେନ୍ ଭାରତରେ ଉତ୍ପାଦିତ ହେବ, ଯାହା ଘଣ୍ଟା ପ୍ରତି ସର୍ବାଧିକ ୧୬୦ କିଲୋମିଟର ବେଗ ପାଇଁ ଡିଜାଇନ୍ ହେବ ।
ସେ କହିଛନ୍ତି ଯେ, ଯଦି ଟ୍ରେନ୍ ଘଣ୍ଟା ୧୩୦ କିଲୋମିଟରରେ ଚଳାଚଳ କରେ ଏବଂ ଘଣ୍ଟା ପ୍ରତି ୧୬୦ କିଲୋମିଟର ଚାଲିବା ପାଇଁ ୩୦ ପ୍ରତିଶତ ପର‌୍ୟ୍ୟନ୍ତ ସଞ୍ଚୟ ହେବ ତେବେ ଯାତ୍ରା ସମୟର ୧୦-୧୫ ପ୍ରତିଶତ ସଞ୍ଚୟ ହେବ । ସେ କହିଛନ୍ତି ଯେ, ଏହି ୧୫୧ ଟ୍ରେନ୍ ଚଳାଚଳରୁ ରେଳବାଇ ବର୍ଷକୁ ପ୍ରାୟ ୩୦୦୦ କୋଟି ଟଙ୍କା ପାଇବ ବୋଲି ଆଶା କରାଯାଉଛି । ଏହି ଟ୍ରେନରେ କେବଳ ଭାରତୀୟ ରେଳବାଇର ଡ୍ରାଇଭର ଏବଂ ଗାର୍ଡଙ୍କୁ ରଖାଯିବ।\

-News7

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031