Indus Valley Times

ଭାରତୀୟ ସମ୍ବିଧାନ ସମ୍ପର୍କରେ ଚର୍ଚ୍ଚା ହେବା ଆଜିର ବଡ ଆବଶ୍ୟକତା

 Breaking News

ଭାରତୀୟ ସମ୍ବିଧାନ ସମ୍ପର୍କରେ ଚର୍ଚ୍ଚା ହେବା ଆଜିର ବଡ ଆବଶ୍ୟକତା

ଭାରତୀୟ ସମ୍ବିଧାନ ସମ୍ପର୍କରେ ଚର୍ଚ୍ଚା ହେବା ଆଜିର ବଡ ଆବଶ୍ୟକତା
February 02
18:45 2025

ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
କଟକ,୨/୨: ସମ୍ବିଧାନ କୁ ଆମେ ସମ୍ମାନ ଜଣାଇଲେ ଗଣତନ୍ତ୍ର ଅଧିକ ମଜବୁତ୍ ହେବ । ସାଧାରଣ ଲୋକେ କିପରି ସମ୍ବିଧାନ ବିଷୟରେ ଯେପରି ଚର୍ଚ୍ଚା ଆଲୋଚନା କରିବେ ତାହା ହେଉଛି ବିଜେପି ର ସମ୍ବିଧାନ ଗୌରବ ଅଭିଯାନ ର ମୂଳ ଲକ୍ଷ୍ୟ ।
ତାହାକୁ ସାକାର ରୂପ ଦେବା ପାଇଁ ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ କଟକ ଶାଖା ତରଫରୁ ଆଭାସୀ ଆଲୋଚନାରେ ବିଶିଷ୍ଟ ବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି ।
ବିଶିଷ୍ଟ ରାଜନୀତି ବିଜ୍ଞାନ ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ସମୀକ୍ଷା କରି ମତ ଦେଇଛନ୍ତି ଯେ ବିଧାନସଭା ଓ ସାଂସଦ ପାଇଁ ଶିକ୍ଷାଗତ ଯୋଗ୍ୟତା ନିର୍ଧାରଣ କରାଗଲେ ସମାଜ ରେ ଗଣତନ୍ତ୍ର ଓ ବିକାଶ ଅଧିକ ସୁଦୃଢ଼ ହେଇପାରିବ ।
ପଞ୍ଚ।ୟତରାଜ ନିର୍ବାଚନରେ ଦୁଇଟି ସନ୍ତାନ ରୁ ଅଧିକ ଥିଲେ ନିର୍ବାଚନ ରେ ପ୍ରତିଦ୍ବନ୍ଦିତା କରି ହେବ ନାହିଁ । ସେହିପରି ବିଧାନ ସଭା ଓ ସାଂସଦ ପାଇଁ ବ୍ୟବସ୍ଥା ହେବା ଜରୁରୀ ।
ଲୋକ ସଭା ସାଂସଦ ଡ ରବୀନ୍ଦ୍ର ବେହେରା ଓ ରାଜ୍ୟସଭା ସାଂସଦ ସୁଜିତ କୁମାର ଆଲୋଚନାରେ ଯୋଗଦେଇ ଜାତି ସଂରକ୍ଷଣ ଓ ଗଣତନ୍ତ୍ର ମନ୍ଦିର ରେ ହଟ୍ଟଗୋଳ ବିଷୟରେ ଆଲୋଚନା କରି ସମ୍ବିଧାନ କୁ ଲୋକ ଲୋଚନ କୁ ଆଣିବା ପାଇଁ ଜନ ସଚେତନତା ର ଆବଶ୍ୟକତା ରହିଛି ବୋଲି କହିଥିଲେ ।
କଟକ ବିଜେପି ନୂତନ ସଭାପତି ସୁକାନ୍ତ ବିଶ୍ବାଳ ସଭାପତିତ୍ବ କରି ଏ ଦିଗରେ ବିହିତ ପଦକ୍ଷେପ ନେବେ ବୋଲି କହି ସମସ୍ତଙ୍କୁ ସ୍ଵାଗତ କରିଥିଲେ । ବିଜେପି ରାଜ୍ୟ ବୁଦ୍ଧିଜୀବୀ ପ୍ରକୋଷ୍ଠ ଆବାହକ ସୁଦର୍ଶନ ନାୟକ ଅତିଥି ଭାବେ ଯୋଗଦେଇ ଆମ ସମ୍ବିଧାନ ସବୁଠାରୁ ଭଲ ବୋଲି କହିଥିଲେ ।
ମାତ୍ର ଗତ ଜରୁରୀକାଳୀନ ପରିସ୍ଥିତି ବେଳେ ଏହାକୁ ଦୁରୁପ ଯୋଗ କରିବା ଦୁଃଖ ଦାୟକ ବୋଲି ମତ ଦେଇଥିଲେ । ବରଦା ଦାସ ସଭା କୁ ସଂଯୋଜନା କରିଥିଲେ । ସର୍ବଶ୍ରୀ କାର୍ତ୍ତିକ ପରିଛା,ଉମାଶଙ୍କର ମିଶ୍ର, ଡ ନନ୍ଦ ନନ୍ଦନ ଦାସ,ପ୍ରତାପ ରାଉତ,ନିମାଇଁ ସ୍ୱାଇଁ, ଦିପାୟାନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ ଓ ପ୍ରଶ୍ନ ପଚାରିଥିଲେ ।
ବିଧ।ନ ସଭା ଓ ସାଂସଦ କୁ ଦୁଇଥର ରୁ ଅଧିକ ନଯିବା ,ସମ୍ବିଧାନ ବିଷୟରେ ଶିକ୍ଷଣୀୟ ଟିଭି ସିରିଏଲ୍ ପ୍ରସ୍ତୁତି ପ୍ରଦର୍ଶନ ଓ ପ୍ରତି ଶିକ୍ଷାନୁଷ୍ଠାନ ରେ ସମ୍ବିଧାନ ଗ୍ରନ୍ଥ ସମ୍ପର୍କରେ ପଢ଼ାଜିବ। ପାଇଁ ବ୍ୟବସ୍ଥା ହେବା ଜରୁରୀ ବୋଲି ମତ ଦେଇଥିଲେ । ଦେଶ ବିଦେଶ ରୁ ବହୁ ବୁଦ୍ଧିଜୀବି ଏହି ଆଭ।ଶୀ ଆଲୋଚନାରେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930