Indus Valley Times

ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୪୨ ରନ୍

 Breaking News

ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୪୨ ରନ୍

ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୪୨ ରନ୍
February 23
20:17 2025

ଦୁବାଇ,୨୩/୨: ଚାମ୍ପିୟନ୍ସ ଟ୍ରଫି ୨୦୨୫ର ପଞ୍ଚମ ମ୍ୟାଚ୍ ଦୁବାଇ ଆନ୍ତର୍ଜାତିକ କ୍ରିକେଟ ଷ୍ଟାଡିୟମରେ ରବିବାର ଭାରତ-ପାକିସ୍ତାନ ମହାମୁକାବିଲାରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଭାରତର ଦମ୍‌ଦାର ବୋଲିଂ ଯୋଗୁ ପାକିସ୍ତାନ ୪୯.୪ ଓଭରରେ ସମସ୍ତ ଉଇକେଟ ହରାଇ ୨୪୧ ରନ୍ କରିଛି। ଫଳରେ ଭାରତ ଆଗରେ ୨୪୨ ରନ୍‌ର ବିଜୟ ଟାର୍ଗେଟ ରଖିଛି ପାକିସ୍ତାନ।
ପାକିସ୍ତାନ ପକ୍ଷରୁ ସେଦି ଶକିଲ ସର୍ବାଧିକ ୬୨ ରନ୍ କରିଥିବା ବେଳେ ମହମ୍ମଦ ରିଜ୍‌ୱାନ ୪୬ ରନ୍ କରିଥିଲେ। ସେହିପରି ଇମାମ ଉଲ୍ ହକ୍ ୧୦ ରନ୍ କରିଥିବା ବେଳେ ବାବର୍ ଆଜମ୍ ୨୩ ରନ୍ କରିବାରେ ସକ୍ଷମ ହୋଇଥିଲେ। ସଲ୍‌ମାନ ଆଘା ୧୯ ରନ୍ କରିଥିବା ବେଳେ ଖୁସଦି ଶାହା ୩୮ ରନ୍‌, ନସିମ ଶାହା ୧୪ ରନ୍ କରିଥିଲେ। ଫଳରେ ପାକିସ୍ତାନ ୨୪୧ ରନ୍ କରିବାରେ ସକ୍ଷମ ହୋଇଥିଲା।
ଭାରତ ପକ୍ଷରୁ କୁଲ୍‌ଦୀପ ଯାଦବ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲ ୨ଟି ଲେଖାଏ ଉଇକେଟ ନେଇଥିଲେ। ସେହିପରି ରବୀନ୍ଦ୍ର ଜାଡେଜା ଗୋଟିଏ ଉଇକେଟ ନେଇଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031