Indus Valley Times

ଭାରସାମ୍ୟ ହରାଇ ଓଲଟିଲା ଇସପାତ୍ ନାମକ ଯାତ୍ରୀବାହୀ ବସ୍ , ୮ ଗୁରୁତର

 Breaking News

ଭାରସାମ୍ୟ ହରାଇ ଓଲଟିଲା ଇସପାତ୍ ନାମକ ଯାତ୍ରୀବାହୀ ବସ୍ , ୮ ଗୁରୁତର

January 21
10:32 2022

ଗଜପତି,୨୧/୧: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ୮ ଗୁରୁତର । ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଗଜପତି ଜିଲ୍ଲା ରାୟଗଡା ଥାନା ଅଞ୍ଚଳରେ ।
ସୂଚନାନୁସାରେ, ଗୁରୁବାର ରାତିରେ ଇସପାତ୍ ନାମକ ବସଟି ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଅଭିମୁଖେ ବାହାରିଥିଲା । ତେବେ ଶୁକ୍ରବାର ସକାଳେ ରାୟଗଡ଼ା ଥାନା ଅନ୍ତର୍ଗତ ରାଶିବାଡ ଘାଟି ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ଏହା ଓଲଟି ପଡିବାରୁ ପ୍ରାୟ ୮ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ବସ୍ ଡ୍ରାଇଭର ମଧ୍ୟ ରହିଛନ୍ତି ।
ଗୁରୁତରଙ୍କୁ ପାରଳାଖେମୁଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର‌୍ୟ୍ୟ ଜାରି ରଖିଛନ୍ତି । ଦୁର୍ଘଟଣା ପରେ ରାଶିବାଡି ଘାଟିରେ ଗାଡିମଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେବେ ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031