Indus Valley Times

ଭାରସାମ୍ୟ ହରାଇ ତିନି ଫୁଟ ତଳକୁ ଖସିଲା ଚାଉଳ ବୋଝେଇ ଟ୍ରକ

 Breaking News

ଭାରସାମ୍ୟ ହରାଇ ତିନି ଫୁଟ ତଳକୁ ଖସିଲା ଚାଉଳ ବୋଝେଇ ଟ୍ରକ

November 21
14:15 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୨୧/୧୧: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୋରଡ଼ା ଗ୍ରାମ ନିକଟ ସ୍ଥ ୫୭ ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ପିଡି ଏସ ଚାଉଳ ବୋଝଇ ଟ୍ରକ୍।ସୂଚନା ଅନୁଯାୟୀ ପିଡି ଏସ୍ ଚାଉଳ ବୋଝେଇ ଏକ ୧୬ ଚକିଆ ଟ୍ରକ ଗାଡ଼ି ନଂ( ଓଡ଼ି ୨୫ ଜେ ୪୯୮୯) ସୋନପୁର ରୁ ଜଗତସିଂହପୁର ଯାଉଥିବା ବେଳେ ସୋରଡ଼ା ଛକ ଅତିକ୍ରମ କରି ଏକ ଟନିକ୍ ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇଥିଲା।ଭାରସାମ୍ୟ ହରାଇ ଟ୍ରକ୍ ଟି ୩ ଫୁଟ ରାସ୍ତା ତଳକୁ ଖସି ପଡିଥିଲା।ଖବର ପାଇ ନୂଆଗାଁ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଚାଳକ ଏବଂ ହେଲ୍ପର କୁ ଦମ କଳ ଗାଡ଼ି ସାହାଯ୍ୟରେ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ।ଟ୍ରକ୍ ଟି ଓଲଟି ପଡ଼ିଥିବା ଯୋଗୁଁ ଟ୍ରକ୍ ରେ ବୋଝେଇ ହୋଇଥିବା ଚାଉଳ ବିଚ୍ଛୁରିତ ହୋଇ ଏଣେ ତେଣେ ପଡ଼ିଥିଲା।ଟ୍ରକ୍ ମାଲିକ ନୟାଗଡ ର ବୋଲି ଜଣାପଡ଼ିଛି।ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଦୁର୍ଘଟଣା ଏଡ଼ାଇବା ପାଇଁ ପ୍ରଶାସନ ସ୍ଵତନ୍ତ୍ର ପଦକ୍ଷେପ ନେବାକୁ ଜନସାଧାରଣ ରେ ଦାବୀ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031