Indus Valley Times

ଭାରସାମ୍ୟ ହରାଇ ପୋଖରୀକୁ ପଶିଲା କାର୍, କାଚ ଭାଙ୍ଗି ବାହାରିଲେ ୫ ଜଣ

 Breaking News

ଭାରସାମ୍ୟ ହରାଇ ପୋଖରୀକୁ ପଶିଲା କାର୍, କାଚ ଭାଙ୍ଗି ବାହାରିଲେ ୫ ଜଣ

ଭାରସାମ୍ୟ ହରାଇ ପୋଖରୀକୁ ପଶିଲା କାର୍, କାଚ ଭାଙ୍ଗି ବାହାରିଲେ ୫ ଜଣ
August 02
10:48 2023

ସୋର,୨/୮: ୧୬ ନମ୍ବର ଜାତୀୟ ରାଜପଥ ସିମୁଳିଆଠାରେ ଏକ ପୋଖରୀ ଭିତରକୁ ଭାରସାମ୍ୟ ହରାଇ ଓଲଟି ପଡ଼ିଲା କାର୍। ଏହାଫଳରେ ୨ ଜଣ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସିମୁଳିଆ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କାରଟି ଧାମରାରୁ ଧାମନଗରକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା।
ଆଜି ଭୋରୁ ଏକ କାର୍ରେ ୫ ଯୁବକ ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିଲେ। ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାର୍କୋଣା ବଜାର ସାହି ନିକଟରେ କାର୍ଟି ଭାରସାମ୍ୟ ହରାଇ ଦଳ ପୋଖରୀ ଭିତରେ ପଶି ଯାଇଥିଲା। ଉକ୍ତ ସମୟରେ କାର୍ରେ ଥିବା ଯୁବକଙ୍କ ଚିତ୍କାର ଶୁଣି ଆଖପାଖ ଲୋକେ ପହଞ୍ଚିଥିଲେ। ଏହାପରେ ସେମାନେ ବହୁ କଷ୍ଟ କରି କାର୍ର କାଚ ଭାଙ୍ଗି ସମସ୍ତ ୫ ଜଣଙ୍କୁ ଉଦ୍ଧାର କରିଥିଲେ।
ସମସ୍ତଙ୍କୁ ପ୍ରଥମେ ସିମୁଳିଆ ଓ ପରେ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ ପୁଲିସ୍ କିମ୍ବା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି।
ଗତକିଛି ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷା ହେତୁ ସୋରରୁ ଔପଦା ରାସ୍ତାରେ ୫ରୁ ୭ ଫୁଟର ଘାଇ ସୃଷ୍ଟି ହୋଇ ପ୍ରଖର ଗତିରେ ପାଣି ପ୍ରବାହିତ ହେଉଛି। ଫଳରେ ବହୁ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ଔପଦା, ସୋର, ବାହାନଗା, ଖଇରା, ସିମୁଳିଆ ଆଦି ଅଞ୍ଚଳରେ ଗତକାଲିଠୁ ବର୍ଷା ଲାଗି ରହିଛି। କାଂଶବାଂଶ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଏଥିଯୋଗୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031