Legatus

ଭିଜିଲାନ୍ସ ଜାଲରେ ରାୟଗଡ଼ା ଡିଏଫଓ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ

 Breaking News

ଭିଜିଲାନ୍ସ ଜାଲରେ ରାୟଗଡ଼ା ଡିଏଫଓ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ

ଭିଜିଲାନ୍ସ ଜାଲରେ ରାୟଗଡ଼ା ଡିଏଫଓ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
August 24
10:10 2023

ରାୟଗଡା,୨୪/୮: ରାୟଗଡ଼ା ବନଖଣ୍ଡ ଅଧିକାରୀ(ଡିଏଫଓ) ବିଜୟ କୁମାର ପରିଡ଼ାଙ୍କ ରାୟଗଡା ଗାନ୍ଧିନଗର ସ୍ଥିତ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢାଉ କରିଛି । ରାୟଗଡ଼ା ସମେତ ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଚଢ଼ାଉ ହୋଇଛି। ରାୟଗଡ଼ାଠାରେ ଭିଜିଲାନ୍ସ ତରଫରୁ ୫ ଜଣିଆ ଟିମ୍ ଚଢାଉ କରୁଛନ୍ତି। ଭିଜିଲାନ୍ସ ଡିଏସପି ସନ୍ଧ୍ୟାରାଣୀ ସାହୁଙ୍କ ନେତୃତ୍ୱରେ ଏହି ଚଢାଉ ଆଜି ସକାଳୁ ଆରମ୍ଭ ହୋଇଛି। ଚଢ଼ାଉ ସମୟରେ ବୀମା ରସିଦ ଓ ବଣ୍ଡ ସମେତ ବ୍ୟାଙ୍କ ଡିପୋଜିଟ କାଗଜପତ୍ର ଠାବ କରିଥିଲେ ଭିଜିଲାନ୍ସ ଟିମ୍।
ରାୟଗଡା ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରୁଛି ଜ୍ଝ ଏହି ଚଢ଼ାଉରେ ୮ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ସାମିଲ ହୋଇଥିବାବେଳେ ରାୟଗଡା, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାରେ ଚଢ଼ାଉ ଚାଲିଛି ଜ୍ଝ ରାୟଗଡାରେ ଥିବା ସରକାରୀ ବାସଭବନ, ରାୟଗଡାରେ ଥିବା ଅଫିସ, ଭୁବନେଶ୍ୱର କଳାରାହାଙ୍ଗରେ ଥିବା ଫ୍ଲାଟ, କଟକ ସଦରର ଉରାଳୀରେ ନିର୍ମାଣାଧୀନ ଥିବ ଅଟ୍ଟାଳିକା, ଉରାଳୀରେ ଥିବା ସମ୍ପର୍କୀୟଙ୍କ ବାସଭବନ, ଶିଶୁବିହାର ଭୁବନେଶ୍ୱରରେ ଥିବା ସମ୍ପର୍କୀୟଙ୍କ ଘର, ଯାଜପୁର ଦାନଗଦୀରେ ଥିବା ପୈତୃକ ବାସଭବନରେ ଚଢ଼ାଉ ଚାଲିଛି ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930