Legatus

ଭିଜିଲାନ୍ସ ଜାଲରେ ଶିକ୍ଷା ଅଭିଯାନର ଜେଇ, ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ୍

 Breaking News

ଭିଜିଲାନ୍ସ ଜାଲରେ ଶିକ୍ଷା ଅଭିଯାନର ଜେଇ, ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ୍

ଭିଜିଲାନ୍ସ ଜାଲରେ ଶିକ୍ଷା ଅଭିଯାନର ଜେଇ, ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ୍
October 18
11:02 2023

ଭୁବନେଶ୍ୱର,୧୮/୧୦: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବିଇଓ ଅଫିସରେ ସମଗ୍ର ଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ଭାବେ କାର୍ଯ୍ୟରତ ପ୍ରସନ୍ନ କୁମାର ପାଣିଙ୍କ ଘର ସମେତ ଅନୁଗୁଳ, ପୁରୀ ଓ ଭୁବନେଶ୍ୱରରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ଉ ଜାରି ରହିଛି।
ଭୁବନେଶ୍ୱରର ସ୍ୱତନ୍ତ୍ର ଜଜ୍ ଭିଜିଲାନ୍ସଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟର କ୍ଷମତା ବଳରେ ୬ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ଉ କରାଯାଉଛି।
କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣିଙ୍କ ପାଲଲହଡ଼ା ବିଇଓ ଅଫିସ, ଉଦୟ ବିହାରରେ ଥିବା ଭଡ଼ା ଘର, ରାଜଧାନୀର ସୁନ୍ଦରପଦାରେ ୩୬୭ ଓ ୬୬୬ ନମ୍ବର ପ୍ଲଟରେ ଥିବା ଦୁଇଟି ତିନି ମହଲା କୋଠା ଘର, ସୁନ୍ଦରପଦାର ଫ୍ରେଣ୍ଡସ୍ କ୍ଲବ୍ ନିକଟରେ ଥିବା ତିନି ମହଲା ଘର, ହାଇଟେକ୍ ପ୍ଲାଜାରେ ଥିବା ଫ୍ଲାଟ୍, ସୁନ୍ଦରପଦାରେ ଥିବା ଦୁଇ ସଂପର୍କୀୟଙ୍କ ଘର, ପୁରୀ ଜିଲ୍ଲା ନିମାପଡ଼ାର ଅମଲାପଡ଼ାରେ ଥିବା ତିନି ମହଲା କୋଠା ଘରରେ ଏକକାଳୀନ ଚଢ଼ଉ କରୁଛି ଭିଜିଲାନ୍ସ ଟିମ୍। ଏହି ସମୟରେ ବିପୁଳ ପରିମାଣର ଟଙ୍କା, ସୁନାରୁପା ଜବତ ହୋଇଥିବାର ପ୍ରାଥମିକ ସୂଚନା ମିଳିଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31