Indus Valley Times

ଭିଜିଲାନ୍ସ ହାତରେ ଗୁରୁତ୍ୱପୁର୍ଣ୍ଣ ତଥ୍ୟ: ଆକାଶଙ୍କ ଆକାଉଣ୍ଟକୁ ଗୋଟିଏ ଦିନରେ ଅଧକୋଟି ଟଙ୍କା ପଠାଇଲେ ପ୍ରଦୀପ ପାଣିଗ୍ରାହୀ

 Breaking News

ଭିଜିଲାନ୍ସ ହାତରେ ଗୁରୁତ୍ୱପୁର୍ଣ୍ଣ ତଥ୍ୟ: ଆକାଶଙ୍କ ଆକାଉଣ୍ଟକୁ ଗୋଟିଏ ଦିନରେ ଅଧକୋଟି ଟଙ୍କା ପଠାଇଲେ ପ୍ରଦୀପ ପାଣିଗ୍ରାହୀ

December 03
21:11 2020

ଭୁବନେଶ୍ୱର,୩/୧୨: ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ କୋଟିପତି ପିତା-ପୁତ୍ରଙ୍କୁ ଭିଜିଲାନ୍ସ ଟିମ୍ ଘନ ଘନ ଜେରା କରୁଛି । ଏହି ଜେରା ବେଳେ ଆକାଶ ପାଠକଙ୍କ ସହିତ ସିଧା ସଖଳ ଟଙ୍କା କାରବାର ହେଉଥିବାର ତଥ୍ୟ ଭିଜିଲାନ୍ସ ଟିମ୍‌ଙ୍କ ହାତରେ ଲାଗିଛି । ଯାହାକୁ ନେଇକି ସନ୍ଦେହ ଘେରକୁ ଆସିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ୍ ପାଣିଗ୍ରାହୀ । ପ୍ରଦୀପ ପାଣିଗ୍ରାହୀଙ୍କ ବ୍ରହ୍ମପୁର କୋର୍ଟପେଟାରେ ଥିବା ଏକ ବ୍ୟାଙ୍କ ଆକାଉଣ୍ଟରୁ ଆକାଶ ପାଠକଙ୍କ ଆକାଉଣ୍ଟରୁ ଅଗଷ୍ଟ ମାସରେ ୨୫ରେ ୫ ଲକ୍ଷ ଟଙ୍କା ଯାଇଥିବା ଜଣାପଡ଼ିଛି।ଏହାର ତତ୍ୟ ଭିଜିଲାନ୍ସ ହାତରେ ଲାଗିଛି ।
ସେହିଭଳି ସେପଟେମ୍ବର ୨ ତାରିଖରେ ଦୁଇ ଥରରେ ୪୦ ଲକ୍ଷ ଓ ୧୦ ଲକ୍ଷ କରି ମୋଟ ୫୦ ଲକ୍ଷ ଟଙ୍କା ପଠାଯାଇଛି ।
ତେବେ ଏତେ ଟଙ୍କା ପ୍ରଦୀପ ପାଣିଗ୍ରାହୀ କାହିକିଁ ଆକାଶ ପାଠକଙ୍କୁ ପଠାଇଥିଲେ ତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031