Indus Valley Times

ଭିନ୍ନକ୍ଷମ ଗୀତାଞ୍ଜଳିଙ୍କ ପାଇଁ ସରକାରୀ ଯୋଜନା ନାହିଁ

 Breaking News

ଭିନ୍ନକ୍ଷମ ଗୀତାଞ୍ଜଳିଙ୍କ ପାଇଁ ସରକାରୀ ଯୋଜନା ନାହିଁ

August 12
20:05 2020

ଯାଜପୁର,୧୨/୮ : ସବୁ ଝିଅଙ୍କ ସ୍ଵପ୍ନ ବିବାହ କରି ଗୋଟେ ସୁନ୍ଦର ପରିବାର ଓ ନିଜ ସଂଖା ସିନ୍ଦୁର କୁ ନେଇ ସୁଖରେ ଘର ସଂସାର କରିବା । କିନ୍ତୁ ଯେତେବେଳେ ସେହି ଝିଅଟି କୌଣସି ପ୍ରକାର ଭିନ୍ନ କ୍ଷମ କିମ୍ବା ଶାରୀରିକ ଖୁଣ ହୋଇଥାଏ ତାକୁ ଏ ସମାଜରେ ବଞ୍ଚିବାକୁ ଅନେକ୍ କିଛି ସଙ୍ଘର୍ଷ କରିବାକୁ ପଡିଥାଏ ।
ଠିକ୍ ସେମିତି ଗୋଟେ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ କଦମ୍ ପାଳ ଗାଁର ଗୀତାଞ୍ଜଳି ମହାନ୍ତି, ଜନ୍ମରୁ ଦୁଇଟି ଗୋଡ ପୋଲିଓରେ ଆକ୍ରାନ୍ତ ଠିକ୍ ସେ ଚାଲି ପାରନ୍ତି ନାହିଁ । ପରିବାର କହିଲେ ବାପା କୁଶାସନ ମହାନ୍ତି, ମା ଦୂର୍ଗାବତୀ ମହାନ୍ତିଙ୍କ ସହିତ ରୁହନ୍ତି ଗୀତାଞ୍ଜଳି । ଅନେକ୍ ଦିନ ପୂର୍ବରୁ ଗୀତାଞ୍ଜଳି ଭାଇକୁ ହରାଇ ଥିବା ବେଳେ ଦୁଇ ମାସ ପୂର୍ବେ ବାପା କର୍କଟ ରୋଗରେ ଚାଲିଯାଆନ୍ତି ଆରପାରିକୁ । ପରିବାରର ଦୁଖଃ ବଢି ଚାଲେ, ଚିନ୍ତାରେ ଗୀତାଞ୍ଜଳି ଓ ମା, କେମିତି ବଞ୍ଚିବେ କିଏ ହେବ ଶାହା ଏପଟେ ଗୀତାଞ୍ଜଳି ପୋଲିଓ ରୋଗୀ ହୋଇଥିବାରୁ ଦୁଇ ଗୋଡ଼ରେ ଚାଲିବା ଅସମ୍ଭବ ।
ସରକାର କରିଥିବା ତାଲା ବନ୍ଦ ଯୋଗୁ ସବୁ କିଛି ବନ୍ଦ ହୋଇଥିବା ବେଳେ ବହୁ କଷ୍ଟରେ ଜୀବନ କାଟନ୍ତି ଦୁଇ ପ୍ରାଣୀ, ଗୀତାଞ୍ଜଳି ଜଣେ ଉଚ୍ଚ ଶିକ୍ଷିତା ମଧ୍ୟ । ବିଏ ପାସ କଲାପରେ ଉଞ କରିଛନ୍ତି କିନ୍ତୁ ଏତେ ପାଠ ପଢ଼ିଥିଲେ ମଧ୍ୟ ଏ ଯାଏ ସରକାରୀ ଚାକିରୀ ଖଣ୍ଡିଏ ପାଇନାହାନ୍ତି । ସେ ଏନେଇ ଜିଲ୍ଲାପାଳଙ୍କୁ ନିବେଦନ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ । କିନ୍ତୁ ସବୁଠୁ ବଡ଼ କଥା ହେଉଛି ଇଚ୍ଛା ଶକ୍ତି ଦ୍ୱାରା ସବୁ ସମ୍ଭବ ବୋଲି ପ୍ରମାଣ କରିଛନ୍ତି ସେ ।
ଜଣେ ଭିନ୍ନକ୍ଷମ ହେଲେ ମଧ୍ୟ ଜୀବନ ଯୁଦ୍ଧରେ ଆଜିବି ସଙ୍ଘର୍ଷ ଜାରି ରଖିଛନ୍ତି । କାହାରି ଉପରେ ନିର୍ଭର ନକରି ଗାଁ ରେ ଥିବା କିଛି ପିଲାଙ୍କୁ ଟିଉସନ୍ କରି ସେଥିରେ ଯାହା ରୋଜ୍ ଗାର କରନ୍ତି ଦୁଃଖ କଷ୍ଟେ ପରିବାର ପ୍ରତିପୋଷଣ କରୁଛନ୍ତି । ଗୀତାଞ୍ଜଳି ଜଣେ ଉଚ୍ଚ ଶିକ୍ଷିତା ହୋଇଥିଲେ ମଧ୍ୟ ଆଜିଯାଏ ସରକାରୀ ସାହାଯ୍ୟ ରୁ ବଞ୍ଚିତ ଏହି କଥା କୋହ ଭରା କଣ୍ଠରେ କୁହନ୍ତି ଗୀତାଞ୍ଜଳି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031