Indus Valley Times

ଭୁବନେଶ୍ବର-ମଧ୍ୟ ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି ଆଉ ନାହାନ୍ତି

 Breaking News

ଭୁବନେଶ୍ବର-ମଧ୍ୟ ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି ଆଉ ନାହାନ୍ତି

ଭୁବନେଶ୍ବର-ମଧ୍ୟ ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି ଆଉ ନାହାନ୍ତି
December 22
19:33 2024

ଭୁବନେଶ୍ୱର,୨୨/୧୨ : ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କର ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ତେବେ ତାଙ୍କର ମୃତ୍ୟୁ କେମିତି ହେଲା, ତାହା ସ୍ପଷ୍ଟ ହୋଇପାରିନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ବିଜୟ ମହାନ୍ତି ଭୁବନେଶ୍ୱରର ଏକ ଗେଷ୍ଟ ହାଉସ୍‌ରେ ଥିଲେ। କିନ୍ତୁ ସେଠାରେ ଅଚେତ ହୋଇଯାଇଥିଲେ। ଫଳରେ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ।
କ୍ୟାପିଟାଲ ହସ୍‌ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ବିଜୟ ମହାନ୍ତିଙ୍କୁ ମୃତ ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା। ତେଣୁ ନିୟମ ଅନୁସାରେ ତାଙ୍କ ଶବର ବ୍ୟବଚ୍ଛେଦ କରାଯିବ। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାଙ୍କ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ। ଅନ୍ୟପକ୍ଷରେ ଯାହା ଜଣାପଡ଼ିଛି, କିଛି ଦିନ ହେବ ବିଜୟ ମହାନ୍ତି ହୃଦରୋଗରେ ପୀଡ଼ିତ ଥିଲେ।
ବିଜୟ ମହାନ୍ତି ବିଜେଡି ଟିକେଟ୍‌ରେ ଦୁଇ ଥର ବିଧାନସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ୨୦୦୯ ଓ ୨୦୧୪ରେ ସେ ଭୁବନେଶ୍ୱର ମଧ୍ୟ ଆସନରୁ ଜିତିଥିଲେ। ତା’ପରେ ଆଉ ଦଳ ତାଙ୍କୁ ଟିକେଟ ଦେଇ ନଥିଲା। ବିଜୟ ମହାନ୍ତି ଅବିବାହିତ ଥିଲେ।
ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ବିଭିନ୍ନ ଦଳର ନେତାମାନେ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ପାଇ ବିଜେଡି ନେତା ତଥା ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ବିଜେପି ନେତା ତଥା ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂହ, ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା ଓ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ କ୍ୟାପିଟାଲ ହସ୍‌ପିଟାଲରେ ପହଞ୍ଚି ସ୍ୱର୍ଗତ ବିଜୟ ମହାନ୍ତିଙ୍କର ଶେଷ ଦର୍ଶନ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031