Indus Valley Times

ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ୍ ସିଲ୍, ବିଏମସି ଲଗାଇଲା ୩ ଦଫା

 Breaking News

ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ୍ ସିଲ୍, ବିଏମସି ଲଗାଇଲା ୩ ଦଫା

October 10
14:42 2020

ଭୁବନେଶ୍ବର,୧୦/୧୦: ଭୁବନେଶ୍ବର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀସ୍ଥିତ ଅଫିସ୍ କୁ ୧୫ ଦିନ ଲାଗି ସିଲ୍ କରାଯାଇଛି। କୋଭିଡ୍ ନିୟମର ଉଲ୍ଲଂଘନ କରିବା ଅଭିଯୋଗରେ ବିଏମସି ପକ୍ଷରୁ ଏହି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ସହିତ ସାଂସଦଙ୍କ ଉପରେ ଭୁବନେଶ୍ୱର ମହାନଗର ନିଗମ ୩ଟି ଦଫା ଲଗାଇଛି।

ସୂଚନାଯୋଗ୍ୟ, ଗତ ୮ ତାରିଖରେ ଭୁବନେଶ୍ୱର ସାଂସଦଙ୍କ ଜନ୍ମଦିନ ଉପଲକ୍ଷେ କରାଯାଇଥିବା କାର‌୍ୟ୍ୟକ୍ରମରେ କୋଭିଡ ନିୟମର ଉଲ୍ଲଙ୍ଘନ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା। ସେହି ଆଧାରରେ ଆଜି ବିଏମସି ପକ୍ଷରୁ ଓଡିଶା କୋଭିଡ-୧୯ ରେଜୁଲେସନ ୨୦୨୦ ଅନୁସାରେ ଦଖା ୪-ଏ, ୪-ସି ଓ ୪-ଡି ଲଗାଯାଇଛି। ଅର୍ଥାତ ମାସ୍କ ନପିନ୍ଧିବା, କଟକଣା ସତ୍ତେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ଲୋକ ଏକାଠୀ ହେବା ଏବଂ ଶାରୀରିକ ଦୂରତା ଅବଲମ୍ବନକୁ ଅବହେଳା କରିବା ଅଭିଯୋଗରେ ବିଏମସି ଏୟାରପୋର୍ଟ ପୁଲିସ୍କୁ ତାଙ୍କ କାର‌୍ୟାଳୟ ୧୫ ଦିନ ପାଇଁ ସିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛି।
ଅପରାଜିତା ଷଡ଼ଙ୍ଗୀଙ୍କ ନାମରେ କୋଭିଡ୍ ଯୋଦ୍ଧା ଅଭିଯୋଗ ଆଣିଛନ୍ତି । ମେଡିକାଲ ଷ୍ଟାଫ୍, ସଫେଇ କର୍ମଚାରୀ, ଆଶା କର୍ମୀ ଓ କୋଭିଡ୍ ସଚେତକମାନେ ଡିସିପି ଅଫିସରେ ଫେରାଦ ହୋଇଛନ୍ତି । ସାଂସଦଙ୍କ ବେପରୁଆ କାର‌୍ୟ୍ୟ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇଛି । ସାଂସଦଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତକାଲି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅପରାଜିତାଙ୍କୁ ତାଗିଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ଚିଠି ଲେଖିଥିଲେ। କେନ୍ଦ୍ରମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ଶ୍ରୀ ମିଶ୍ର କହିଛନ୍ତି ଯେ ୮ ତାରିଖ ଦିନ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ଏକ ଜନ୍ମଦିନ ପାଳନ ସଂକ୍ରାନ୍ତ ଏକ ଭିଡ଼ିଓ ଭାଇରାଲ୍ ହୋଇଛି। ଏହି ଭିଡ଼ିଓରେ ସ୍ପଷ୍ଟ ଜଣାପଡୁଛି ଯେ ସାଂସଦ ଓ ଶତାଧିକ ମହିଳା ଯେଉଁମାନେ ମାସ୍କ ପିନ୍ଧିନାହାନ୍ତି (କେବଳ ଜଣେ ମାସ୍କ ପରିଧାନ କରିଛନ୍ତି) ଓ କୋଭିଡ୍ ନିୟମର ଖୋଲା ଉଲ୍ଲଂଘନ କରି ସାଂସଦଙ୍କ ଜନ୍ମୋତ୍ସବ ପାଳନରେ ମସଗୁଲ୍ ଥିଲେ ଏବଂ କୋଭିଡ୍ ନିୟମ ଭୁଲିଯାଇଥିଲେ।
ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ଅପରାଜିତା ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଗୋଟିଏ ରାଜ୍ୟରେ ଦୁଇଜଣ ଲୋକଙ୍କ ପାଇଁ ଦୁଇଟି ନିୟମ ଲାଗୁ ହୋଇପାରିବ ନାହିଁ ବୋଲି କଡ଼ା ଟିପ୍ପଣୀ ଦେଇଥିଲେ। ରାଜ୍ୟ ସରକାରଙ୍କର ଜଣେ ମନ୍ତ୍ରୀ ଓ ବିଧାୟକ କୋଭିଡ୍ ଆକ୍ରାନ୍ତ ଥାଇ କିଭଳି ଲୋକଙ୍କ ସହ ମିଶିଲେ ବୋଲି ସେ ପ୍ରଶ୍ନ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031