Indus Valley Times

ଭୁବନେଶ୍ୱରରୁ ଆଉ ୩୪୦ କରୋନା ସଂକ୍ରମିତ ଚିହ୍ନଟ, ସୁସ୍ଥ ହେଲେ ୩୩୭

 Breaking News

ଭୁବନେଶ୍ୱରରୁ ଆଉ ୩୪୦ କରୋନା ସଂକ୍ରମିତ ଚିହ୍ନଟ, ସୁସ୍ଥ ହେଲେ ୩୩୭

October 01
19:45 2020

ଭୁବନେଶ୍ୱର,୧।୧୦: ଭୁବନେଶ୍ୱରରୁ ଆଉ ୩୪୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୨୨୩୫ରେ ପହଞ୍ଚିଛି । ଗୁରୁବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୮୪ ଜଣ ରହିଥିବା ବେଳେ ୨୫୬ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୩୩୭ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ବଡ଼ଗଡ଼ରୁ ୫, ବରମୁଣ୍ଡାରୁ ୮, ବମିଖାଲରୁ ୩, ପାତ୍ରପଡ଼ାରୁ ୪, ରସୁଲଗଡ଼ରୁ ୫, ସହିଦନଗରରୁ ୧୦, ନୟାପଲ୍ଲୀରୁ ୧୦, ଆଇଆର୍ସି ଭିଲେଜରୁ ୧୨, ଗଙ୍ଗନଗରରୁ ୪, ଡୁମ୍ଡୁମାରୁ ୪, ଚନ୍ଦ୍ରଶେଖରପୁରରୁ ୧୩,ଚକେଇଶିଆଣିରୁ ୪, ଜାଗମରାରୁ ୭, ଝାରପଡ଼ାରୁ ୪, ଖଣ୍ଡଗିରିରୁ ୬, ଓଲଡ୍ ଟାଉନ୍ରୁ ୧୩, ଶୈଳଶ୍ରୀ ବିହାରରୁ ୧୦, ୟୁନିଟ୍-୨ରୁ ୬, ୟୁନିଟ୍-୯ରୁ ୧୦, ୟୁନିଟ୍-୮ରୁ ୬, ୟୁନିଟ୍-୬ରୁ ୩, ୟୁନିଟ୍-୩ରୁ ୪, ପଟିଆରୁ ୧୩, ନୀଳାଦ୍ରି ବିହାରରୁ ୫, ମଞ୍ଚେଶ୍ୱରରୁ ୭ ଲୋକାଲ୍ କେସ ଚିହ୍ନଟ ହୋଇଛନ୍ତି ।
ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୨୨୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୫୩୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୮୫୮୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୯୬ ଜଣଙ୍କର ମୃତ୍ୟୁ ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031