Indus Valley Times

ଭୁବନେଶ୍ୱରରୁ ପୁଣି ୨୧୫ କରୋନା ପଜିଟିଭ୍ ଚିହ୍ନଟ, ୬୫ ଜଣ ସ୍ଥାନୀୟ ସଂକ୍ରମିତ

 Breaking News

ଭୁବନେଶ୍ୱରରୁ ପୁଣି ୨୧୫ କରୋନା ପଜିଟିଭ୍ ଚିହ୍ନଟ, ୬୫ ଜଣ ସ୍ଥାନୀୟ ସଂକ୍ରମିତ

July 28
18:53 2020

ଭୁବନେଶ୍ୱର ୨୮। ୭ : ଭୁବନେଶ୍ୱରରୁ ଆଉ ୨୧୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୬୫ଟି ସ୍ଥାନୀୟ କେସ୍ ରହିଥିବା ବେଳେ କ୍ୱାରେଣ୍ଟାଇନରୁ ୧୩୦ଟି କେସ୍ ରହିଛି ।
ଏହାକୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩୬୫ରେ ପହଁଚିଛି । ଏହାମଧ୍ୟରୁ ୧୧୪୧ ଜଣ ସୁସ୍ଥ ହୋଇଥିବା ବେଳେ ୧୩ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୧୨୦୯ଟି ସକ୍ରିୟ କେସ୍ ରହିଛି ।


ଆଜି ୟୁନିଟ-୯ ବସ୍ତିର ବାୟାବାବା ମଠ ନିକଟ ବସ୍ତିରୁ ସର୍ବାଧିକ ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୮ ଜଣ ମହିଳା ଅଛନ୍ତି ଓ ସେମାନଙ୍କର ବୟସ ୨୪ରୁ ୬୪ ବର୍ଷ ମଧ୍ୟରେ ରହିଛି। ସେହିପରି ଏକ ଘରୋଇ ହସ୍ପିଟାଲରୁ ଜଣେ ୩୧ ବର୍ଷୀୟ ମହିଳା କର୍ମଚାରୀଙ୍କ ସମେତ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ପକ୍ଷରେ ସାଲିଆ ସାହିରୁ ମଧ୍ୟ ଆଜି ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଇଗିଣିଆରୁ ୧୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏମାନେ ସମସ୍ତେ ପୂର୍ବରୁ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031