Indus Valley Times

ଭୁବନେଶ୍ୱରରେ ଏକ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନ୍ ସୁଗାର ଜବତ, ଜଣେ ଗିରଫ

 Breaking News

ଭୁବନେଶ୍ୱରରେ ଏକ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନ୍ ସୁଗାର ଜବତ, ଜଣେ ଗିରଫ

October 31
18:15 2020

ଭୁବନେଶ୍ୱର,୩୧/୧୦: ରାଜଧାନୀ ଭୁବନେଶ୍ୱରରେ ଏକ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ ହୋଇଥିବାର ଖବର ମିଳିଛି। ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ଏହି ମାମଲାରେ ଏସଟିଏଫ୍ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ୍ ଟିମ୍ ।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ବିଳମ୍ବିତ ରାତିରେ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଟିମ୍ ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡରେ ଚଢଉ କରିଥିଲେ। ଘଟଣାସ୍ଥଳରୁ ୧ କିଲୋଗ୍ରାମ୍ ୧୭୦ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରାଯାଇଛି ।
ଅଭିଯୁକ୍ତର ନାଆଁ ସେକ୍ ହାସିମ୍ ବକ୍ସ। ତାର ଘର ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଥାନା ଅନ୍ତର୍ଗତ ଶେଖପାଳ ଝାଡ଼େଶ୍ବରପୁର ଗ୍ରାମରେ ବୋଲି ଜଣାଯାଇଛି । ଏହାକୁ ମିଶାଇ ରାଜ୍ୟରେ ଏଯାଏଁ ୨୨ କିଲୋଗ୍ରାମ୍ ୧୬୮ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରାଯିବା ସହ ୪୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031