Indus Valley Times

ଭୁବନେଶ୍ୱରରେ କଡାକଡି ହେବ ଲକଡାଉନ୍

 Breaking News

ଭୁବନେଶ୍ୱରରେ କଡାକଡି ହେବ ଲକଡାଉନ୍

ଭୁବନେଶ୍ୱରରେ କଡାକଡି ହେବ ଲକଡାଉନ୍
July 17
19:41 2020

ଭୁବନେଶ୍ୱର, ୧୭/୭: ଭୁବନେଶ୍ୱରରେ ଦିନକୁ ଦିନ କରୋନା ସଂକ୍ରମଣ ବ୍ୟାପିବାରେ ଲାଗି । ଭୁବନେଶ୍ୱରରେ ସ୍ଥିତି ସ୍ୱାଭାବିକ ହୋଇନାହିଁ । ଏହାକୁ ଦୃଷ୍ଟିରେ ରଖି ଲକଟାଉନ୍ କଟକଣାକୁ କଡାକଡି କଡାକଡି କରାଯାଇଛି ।
ଏପରିକି ଆଇନ ନମାନିଲେ କଡା କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।
ନିୟମ ମାନିବାକୁ ପଡିବ। ଦିନ ୧ଟା ଯାଏଁ ରାସନ, ପରିବା ଆଦି ଦୋକାନ ଖୋଲା ରହିବ । ଘର ପାଖ ଦୋକାନରୁ ପରିବା ରାସନ କିଣିବାକୁ କମିଶନର ପରାମର୍ଶ ଦେଇଛନ୍ତି ।
ଏତତ୍ ବ୍ୟତୀତ, ଚାଲିଚାଲି ପରିବାପତ୍ର କିଣିବାକୁ କମିଶନର କହିବା ସହ ବାଇକରେ ଗଲେ ବାଇକ୍ ଜବତ ହେବ ବୋଲି କହିଛନ୍ତି । ଆହୁରି ମଧ୍ୟ ବାହାଘର କିମ୍ବା ଶୁଦ୍ଧିକାର‌୍ୟ୍ୟ ପାଇଁ ଅନୁମତି ଆବଶ୍ୟକ । ମିଛ ପ୍ରେସ କାର୍ଡ ଦେଖାଇଲେ ଆକ୍ସନ ନିଆଯିବ ବୋଲି କମିଶନର କହିଛନ୍ତି ।
ଲକଡାଉନବେଳେ ଖୋଲା ରହିବ ବ୍ୟାଙ୍କ । କିନ୍ତୁ ବ୍ୟାଙ୍କର କର୍ମଚାରୀଙ୍କର ସଂଖ୍ୟା ୨୫ ପ୍ରତିଶତରୁ ଅଧିକ ହେବ ନାହିଁ । ଏଥିପାଇଁ ବ୍ୟାଙ୍କ କର୍ମଚାରୀମାନେ ବ୍ୟାଙ୍କକୁ ଯିବାବେଳେ ପରିଚୟ ପତ୍ର ସାଙ୍ଗକୁ ବ୍ୟାଙ୍କ ମ୍ୟାନେଜରଙ୍କ ଲିଖିତ ପତ୍ର ପୁଲିସ କର୍ମଚାରୀଙ୍କୁ ଦେଖାଇବେ ଜ୍ଝ ଏହା ବ୍ୟତୀତ ଯେଉଁମାନଙ୍କୁ ବ୍ୟାଙ୍କ ମ୍ୟାନେଜର ଡାକି ନାହାଁନ୍ତି ସେମାନେ ଆସିବେ ନାହିଁ । ଏହି ଅନୁମତି ପତ୍ର କେବଳ ଘରୁ ବ୍ୟାଙ୍କକୁ ଯିବା ପାଇଁ ଓ ବ୍ୟାଙ୍କରୁ ଘରକୁ ଯିବା ପାଇଁ ପ୍ରଯୁଜ୍ୟ ହେବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031