Indus Valley Times

ଭୁବନେଶ୍ୱରରେ ଚାଞ୍ଚଲ୍ୟକର ଘଟଣା: ସାମ୍ବାଦିକଙ୍କଠାରୁ ମୋବାଇଲ ଲୁଟି ନେବା ସହ ଆକ୍ରମଣ କରି ଫେରାର ହେଲେ ଦୁଇ ଯୁବକ

 Breaking News

ଭୁବନେଶ୍ୱରରେ ଚାଞ୍ଚଲ୍ୟକର ଘଟଣା: ସାମ୍ବାଦିକଙ୍କଠାରୁ ମୋବାଇଲ ଲୁଟି ନେବା ସହ ଆକ୍ରମଣ କରି ଫେରାର ହେଲେ ଦୁଇ ଯୁବକ

October 01
10:05 2021

ଭୁବନେଶ୍ୱର, ୧/୧୦ : ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ସକାଳେ ଦୁଇ ଯୁବକ ଆକ୍ରମଣ କରି ତାଙ୍କଠାରୁ ଛିନତାଇ କରିବା ଘଟଣା ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ଦୁଇ ଜଣ ଯୁବକ ସ୍କୁଟିରେ ଆସି ଭୁବନେଶ୍ୱରର ଡେଲଟା ଛକ ପାଖରୁ ‘ସମୟ’ର ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜଙ୍କ ଠାରୁ ଛିନତାଇ କରି ମୋବାଇଲ ଛଡ଼େଇ ନେଇଗଲେ। ଏପରିକି ତାଙ୍କୁ ମରଣାନ୍ତକ ଆକ୍ରମଣ ବି କରିଛନ୍ତି।
ଦୁଇ ଯୁବକ ସତ୍ୟ ସୁନ୍ଦର ଭଞ୍ଜଙ୍କୁ ମୋବାଇଲ୍ ଦେ ବୋଲି ଧମକାଇଥିଲେ। ହେଲେ ଏଥିରେ ଭୟଭୀତ ନ ହୋଇ ବରଂ ସେ ମୋବାଇଲ୍ ଦେଇ ନଥିଲେ। ଏହାପରେ ଦୁଇ ଯୁବକ ତାଙ୍କୁ ଲୁହା ରଡରେ ଆକ୍ରମଣ କରି ଲହୁଲୁହାଣ କରି ମୋବାଇଲ ଛଡ଼େଇ ନେଇ ପଳାଇଥିଲେ।
ଏହାପରେ ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜଙ୍କୁ ଲୋକେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଖବର ପାଇ କମିସନରେଟ୍ ପୁଲିସ ଉକ୍ତ ଦୁଇ ଯୁବକଙ୍କୁ ଖୋଜୁଥିବା ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031